ETV Bharat / briefs

ନୟାଗଡରେ କୂଅରେ ପଡି 2 ଭାଇ ମୃତ

ନିହଲପ୍ରସାଦ ଗାଁରେ କୂଅରେ ପଡି 2 ଶିଶୁଙ୍କ ମୃତ୍ୟୁ ହୋଇଛି । ଗାଁ ନିକଟ ସ୍କୁଲ ପାଖରେ ଖେଳୁଥିବାବେଳେ ଅସାବଧାନତା କାରଣରୁ ଏହି 2 ଜଣ ଶିଶୁ କୂଅରେ ପଡି ବୁଡି ଯାଇଥିବା ଜଣାପଡିଛି ।

author img

By

Published : Jul 2, 2019, 6:59 PM IST

Updated : Jul 2, 2019, 7:52 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ଭାପୁର ବ୍ଲକ ଫତେଗଡ ଥାନା ନିହଲପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି 2 ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁ 2 ଜଣ ହେଲେ ତ୍ରିନାଥ ବେହେରାଙ୍କ ପୁଅ ସୋମନାଥ ବେହେରା ଏବଂ ଟୁରୁନା ବେହେରାଙ୍କ ପୁଅ ରାଜେଶ ବେହେରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନାନୁସାରେ, ଗାଁ ନିକଟ ସ୍କୁଲ ପାଖରେ 4 ଜଣ ଶିଶୁ ଖେଳୁଥିବାବେଳେ ଅସାବଧାନତା କାରଣରୁ ଏହି 2 ଜଣ ଶିଶୁ କୂଅରେ ପଡି ବୁଡି ଯାଇଥିଲେ । ସେମାନଙ୍କ ସହ ଥିବା ଅନ୍ୟ 2 ଜଣ ଏସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ । ଉଭୟ ଶିଶୁଙ୍କୁ କୂଅରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଉଭୟ ଶିଶୁଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ମୃତ ଶିଶୁ 2 ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jul 2, 2019, 7:52 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.