କଟକ: ପୁରୀଘାଟ ଥାନାକୁ ସଫଳତା । ସୁନା ଲୁଟ ଗ୍ୟାଙ୍ଗର କଲା ପର୍ଦ୍ଦାଫାଶ । ସୁନାର ଗ୍ରାମର ଅଧିକ କରିବାକୁ କହି ଦୋକାନୀ ଭୂଆ ବୁଲାଇଥିଲେ ଦୁର୍ବୃତ୍ତ । 800 ଗ୍ରାମର ସୁନା ଲୁଟି ନେଇ ଥିବାବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଏସପିଙ୍କ ସୂଚନା ଅନୁସାରେ, ବାଲେଶ୍ବର ରେମୁଣା ଅଞ୍ଚଳର ଏକ ସୁନା ବ୍ୟବସାୟୀଙ୍କୁ ଯାଜପୁରର ଦୁଇ ବ୍ରୋକର ରାଜକିଶୋର ସାହୁ ଓ ଜିତେନ୍ଦ୍ର ସାହୁ ସୁନାର ଗ୍ରାମ ଅଧିକ କରିବାକୁ କଟକ ଡାକିଥିଲେ । ଏହା ପରେ ଉକ୍ତ ବ୍ୟବସାୟୀ ଜଣକ କଟକ ଆସି 800 ଗ୍ରାମ ସୁନା ଏହି ଦୁଇ ବ୍ରୋକରଙ୍କୁ ଦେଇଥିଲେ । ତେବେ ସୁନାର ଗ୍ରାମ ଅଧିକ କରିବାକୁ ଉଭୟେ ଚୌଦ୍ବାର ବଜାରରେ ଥିବା ଏକ ହଲମାର୍କ ସେଣ୍ଟରକୁ ନେଇଥିଲେ । ଆଉ ଏହା ପରେ ସେଠାରୁ ଫେରାର ହୋଇଯାଇଥିଲେ ଦୁଇ ବ୍ରୋକର ।
ଏନେଇ ଉକ୍ତ ବ୍ୟବସାୟୀ ପୁରିଘାଟରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ ପାଇଁ ପୁରିଘାଟ ପୋଲିସ ପକ୍ଷରୁ ଏକ ଟିମ ଗଠନ ହୋଇଥିଲା । ଭଦ୍ରକ, ବାଲେଶ୍ବର, କଟକ ଓ ଯାଜପୁରରେ ତଦନ୍ତ ଆରମ୍ଭ ହୋଇଥିଲା । ଆଜି ଦୁଇ ବ୍ରୋକର ପୋଲିସ ହାବୁଡରେ ପଡିଛନ୍ତି । ଯାହାର ମୂଲ୍ୟ 63 ଲକ୍ଷ 97 ହଜାର ହେବା ନେଇ ସ୍ପଷ୍ଟ କରିଛି ପୋଲିସ । ତେବେ ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ