ETV Bharat / bharat

ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲାକୁ ଅନୁମତି

କୋଭିଡ ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲା କମ୍ପାନୀଙ୍କୁ DCGIର ଅନୁମତି । ଅଧିକ ପଢନ୍ତୁ...

author img

By

Published : Jun 4, 2021, 3:38 PM IST

ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲାକୁ ଅନୁମତି
ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲାକୁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଜାଇଡସ୍ କାଡିଲା କୋଭିଡ-19 ଚିକିତ୍ସା ପାଇଁ ମନୋକ୍ଲୋନାଲ ଆଣ୍ଟିବଡି ଆଧାରିତ କକଟେଲ ବିକଶିତ କରିଛି । ଏହି କକଟେଲ ମଧ୍ୟମ ଧରଣର କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେବ । କମ୍ପାନୀ ଏହି ଆଣ୍ଟିବଡି କକଟେଲର ହ୍ୟୁମାଲ ଟ୍ରାଏଲ ପାଇଁ କେନ୍ଦ୍ରୀୟ ଡ୍ରଗ ମାନକ ନିୟନ୍ତ୍ରଣ ସଙ୍ଗଠନକୁ(DCGI) ଅନୁମତି ମାଗିଥିବାବେଳେ DCGI ପକ୍ଷରୁ ଏହାକୁ ଗ୍ରୀନ ସିଗନାଲ ମିଳିଛି ।

DCGIର ଏକ ବିଶେଷଜ୍ଞ କମିଟି ଜାଇଡସ କାଡିଲାର ବାଓଲୋଜିକାଲ ଥେରାପି ZRC-3308ର ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି । ଏହି ଆଣ୍ଟିବଡି ଏକ ୱାଇଟ ବ୍ଲଡ ସେଲ୍ସ ଦ୍ବାରା ତିଆରି କରାଯାଇଛି । ଏନେଇ ଜାଇଡସ କାଡିଲା କହିଛି, ଦୁଇଟି SARS-CoV-2 ମନୋକ୍ଲୋନାଲ ଆଣ୍ଟିବଡି କକଟେଲର ZRC-3308 ଥେରାପି ସାମାନ୍ୟ କୋରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଉପଯୋଗ ହେବ । ଗୋଟିଏ ଆଣ୍ଟିବଡି କକଟେଲର ମୂଲ୍ୟ 59 ହଜାର 750 ଟଙ୍କା ରହିଛି ।

ତେବେ ଦେଶବ୍ୟାପୀ ସଂକ୍ରମଣ ଉଗ୍ର ହେଉଥିବାବେଳେ ଅନେକ ସମୟରେ ଟିକାର ଅଭାବ ସୃଷ୍ଟି ହେଉଛି । ଏପରିସ୍ଥଳେ ଏହି ଜାଇଡସ କାଡିଲାର ଆଣ୍ଟିବଡି କକଟେଲ ଏହି ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.