ETV Bharat / bharat

ମିଜୋରାମରେ ଲାଲଦୁହୋମାଙ୍କ ରାଜ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ - ଲାଲଦୁହୋମା

ZPM leader Lalduhoma takes oath: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡପିଏମ ନେତା ଲାଲଦୁହୋମା । ଆଇପିଏସ ଅଫସରରୁୁ ରାଜନୀତିରେ ପାଦ ଥାପିଥିବା ଲାଲଦୁହୋମା ମିଜୋରାମ ମୁଖିଆ ହୋଇଛନ୍ତି । ଅଧିକ ପଢନ୍ତୁ

Lalduhoma Mizoram Chief Minister
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା
author img

By ETV Bharat Odisha Team

Published : Dec 8, 2023, 12:32 PM IST

ଆଇଜଲ: ଆଜିଠୁ ମିଜୋରାମରେ ଆରମ୍ଭ ହୋଇଛି ଜେଡପିଏମ ସରକାର । ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ନେତା ଲାଲଦୁହୋମା । ଆଇପିଏସ ଅଫିସରରୁ ରାଜନୀତିରେ ପାଦ ଥାପିଥିବା ଲାଲଦୁହୋମା ମିଜୋରାମ ମୁଖିଆ ହୋଇଛନ୍ତି । ମିଜୋ ନ୍ୟାସନାଲ ଫ୍ରଣ୍ଟ କବଜାରୁ ମିଜୋରାମକୁ ନେଇ ସରକାର ଗଠନ କରିଛନ୍ତି ଲାଲଦୁହୋମା ।

ଆଜି ପୂର୍ବାହ୍ନ 11ଟାରେ ମିଜୋରାମ ରାଜ ଭବନ କମ୍ପ୍ଲେକ୍ସରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମିଜୋରାମ ରାଜ୍ୟପାଳ ହରି ବାବୁ କମଭାମପତି ଲାଲଦୋହୁମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଜେଡପିଏମ ନେତା କେ ସାପଡାଙ୍ଗ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସଦ୍ୟ ପ୍ରକାଶିତ ମିଜୋରାମ ବିଧାନସଭା ନିର୍ବାଚନରେ ଲାଲଦୋହୁମା 8314 ଭୋଟ ପାଇଥିଲେ ।

ଏହା ବି ପଢନ୍ତୁ...ଜେଡପିଏମ ଦଖଲରେ ମିଜୋରାମ, ସରକାର ଗଢିବ ଦଳ

ଏହା ବି ପଢନ୍ତୁ...ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ଆଇପିଏସ ଅଧିକାରୀରୁ ମୁଖ୍ୟମନ୍ତ୍ରୀ: ଜେଡପିଏମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ 74 ବର୍ଷୀୟ ଲାଲଦୁହୋମା ଜଣେ ପୂର୍ବତନ ଆଇପିଏସ ଅଧିକାରୀ । 1977ରେ ଭାରତୀୟ ପୋଲିସ ସେବା ଅଧିକାରୀ ଭାବେ ଗୋଆରେ ନିଯୁକ୍ତ ହୋଇଥିଲେ । ସେଠାରୁ ଦିଲ୍ଲୀରେ ନିୟୋଜିତ ହୋଇଥିଲେ । ଆଇପିଏସ ପଦ ଛାଡିବା ପରେ ସେ 1984ରେ କଂଗ୍ରେସ ସାଂସଦ ହୋଇଥିଲେ । ଏହାପରେ ଲାଲଦୁହୋମା ଜେଡପିଏମ ପ୍ରତିଷ୍ଠା କରିଥିଲେ । ଯାହା ବର୍ତ୍ତମାନ ମିଜୋରାମରେ ସରକାର ଗଠନ କରିଛି । 1984ରେ ଲାଲଦୁହୋମା ଲୋକସଭାରେ ଏଣ୍ଟ୍ରି କରିଥିଲେ । ଆଇପିଏସ ଅଫିସରରୁୁ ରାଜନୀତିରେ ପାଦ ଥାପିଥିବା ଲାଲଦୁହୋମା ଏବେ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ହୋଇଛନ୍ତି ।

ପ୍ରକାଶ ଥାଉ କି, ଗତ ନଭେମ୍ବର 7 ତାରିଖରେ ମିଜୋରାମରେ 40 ଆସନରେ ଭୋଟ ଗ୍ରହଣ ହୋଇଥିଲା । 78ପ୍ରତିଶତ ମତଦାନ ହୋଇଥିଲା । ଗତ ଡିସେମ୍ବର 4 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ଜୋରାମ ପିପୁଲ୍ସ ମୁଭମେଣ୍ଟ ବହୁମତ ହାସଲ କରିଥିଲା । 40 ଆସନରୁ ମୋଟ 27 ଆସନରେ ବିଜୟ ହାସଲ କରିଥିଲା । ଏହା ସହିତ ମିଜୋ ନ୍ୟାସନାଲ ଫ୍ରଣ୍ଟ 10ଟି ଆସନ ଜିତିଥିବା ବେଳେ ବିଜେପି 2ଟି ଓ କଂଗ୍ରେସ ଗୋଟିଏ ଆସନ ଜିତିଥିଲେ ।

କହି ରଖୁଛୁ କି ମିଜୋରାମ ସମେତ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ରାଜସ୍ଥାନରେ ନିର୍ବାଚନ ହୋଇଥିଲା । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ବିଜୟୀ ହୋଇଥିଲା । ତେଲେଙ୍ଗନାରେ କଂଗ୍ରେସର ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ନେଇଥିଲେ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଉପରେ ସସପେନ୍ସ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.