ETV Bharat / bharat

ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲା: ଘରୋଇ ଚାନେଲର ଆଙ୍କର ଗିରଫ, କାର୍ଯ୍ୟାନୁଷ୍ଠାନବେଳେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ - ସାମ୍ବାଦିକ ଗିରଫ

ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲାରେ ଟିଭି ଚାନେଲର ଆଙ୍କରଙ୍କୁ ବାନ୍ଧିଲା ପୋଲିସ । କାର୍ଯ୍ୟାନୁଷ୍ଠାନବେଳେ ମୁହାଁମୁହିଁ ହେଲେ ନୋଏଡା ଓ ଛତିଶଗଡ ପୋଲିସ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲା: ଘରୋଇ ଚାନେଲର ଆଙ୍କର ଗିରଫ, କାର୍ଯ୍ୟାନୁଷ୍ଠାନ ବେଳେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ

author img

By

Published : Jul 5, 2022, 1:18 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ଅଭିଯୋଗରେ ନୋଏଡାର ଏକ ଘରୋଇ ନ୍ୟୁଜ ଚାନେଲର ଖବର ଉପସ୍ଥାପକଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ । ଉକ୍ତ ଚାନେଲର ଖବର ଉପସ୍ଥାପକ ରୋହିତ ରଞ୍ଜନଙ୍କୁ ଛତିଶଗଡ ପୋଲିସର ଏକ ଟିମ ନୋଏଡା ଯାଇ ଚାନେଲ କାର୍ଯ୍ୟାଳୟରୁ ଗିରଫ କରିଛି । କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ନୋଏଡା ପୋଲିସ ଓ ଛତିଶଗଡରୁ ଯାଇଥିବା ପୋଲିସ ଟିମ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

  • बिना लोकल पुलिस को जानकारी दिए छत्तीसगढ़ पुलिस मेरे घर के बाहर मुझे अरेस्ट करने के लिए खड़ी है,क्या ये क़ानूनन सही है @myogiadityanath @SspGhaziabad @adgzonelucknow

    — Rohit Ranjan (@irohitr) July 5, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଓ୍ବାଇନାଡରେ ତାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ମାମଲାରେ ବୟାନ ଦେଇଥିଲେ ରାହୁଲ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଏହା ରାହୁଲଙ୍କ ପ୍ରତିକ୍ରିୟା ଭାବେ ପ୍ରସାରଣ କରିଥିଲେ ଉପସ୍ଥାପକ ରୋହିତ ରଞ୍ଜନ । ଏହି ଘଟଣାରେ ଆଙ୍କର ରୋହିତଙ୍କ ବିରୋଧରେ ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିବା । ପରେ ଉକ୍ତ ଗଣମାଧ୍ୟମ ସଂସ୍ଥା ଏହା ମାନବୀୟ ବୋଲି ତ୍ରୁଟି ସ୍ବୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ ।

ହେଲେ ଆଜି ସକାଳେ ଛତିଶଗଡ ପୋଲିସର ଏକ ଟିମ ଆଙ୍କର ରୋହିତ ରଞ୍ଜନଙ୍କୁ ଗିରଫ କରିବା ପାଇଁ ହଠାତ ନୋଏଡାସ୍ଥିତ ଚାନେଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ସ୍ଥାନୀୟ ପୋଲିସକୁ ସୂନଚା ନଦେଇ ତାଙ୍କୁ ହଠାତ ଗିରଫ କରିବା କେତେ ଦୂର ଠିିକ ତାକୁ ନେଇ ଟ୍ବିଟ କରିଥିଲେ ଆଙ୍କର ରୋହିତ । ସେ ଏହି ଟ୍ବିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ପୋଲିସ ଠାରୁ ସୁରକ୍ଷା ମଧ୍ୟ ଚାହିଁଥିଲେ ।

ତେବେ ଚାନେଲ କାର୍ଯ୍ୟାଳୟ ପରିସରରେ ଛତିଶଗଡ ପୋଲିସ ସହ ନୋଏଡା ପୋଲିସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ଆଙ୍କର ରୋହିତଙ୍କୁ ନୋଏଡା ପୋଲିସ ଅନ୍ୟତ୍ର ନେଇ ଚାଲିଯାଇଥିଲା । କୋର୍ଟଙ୍କ ଗିରଫ ଓ୍ବାରେଣ୍ଟ ଥିବାରୁ କାର୍ଯ୍ୟାନୁଷ୍ଠାନବେଳେ କୌଣସି ପ୍ରଦେଶର ପୋଲିସକୁ ସୂଚୀତ କରିବା ନିହାତି ଜରୁରୀ ନୁହେଁ ବୋଲି କହିଛି ଛତିଶଗଡ ପୋଲିସ । ତେବେ ପୋଲିସର କାର୍ଯ୍ୟଶୈଳୀ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ବିଗତ ଦିନରେ ମଧ୍ୟ ଅନେକ ଘଟଣା ଘଟିଛି, ଯେଉଁଥିରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରଦେଶର ପୋଲିସର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.