ETV Bharat / bharat

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମନୀଷ କଶ୍ୟପଙ୍କ ମା, କହିଲେ ଉଦୟନିଧିଙ୍କ ବୟାନ ଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି - Patna Court

ଜେଲର ଚାରିକାନ୍ଥ ଭିତରେ କଏଦ ଥିବା ୟୁଟ୍ୟୁବର ମନୀଷ କଶ୍ୟପଙ୍କ ମାଆ ମଧୁ ଦେବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଷ୍ଟାଲିନଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଯଦି ସମ୍ୱିଧାନ ସମସ୍ତଙ୍କ ପାଇଁ ସମାନ ତେବେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ବି ଏନଏସଏ ଧାରା ଲାଗୁ କରାଯାଇ ଜେଲରେ ଭର୍ତ୍ତି କରାଯିବା ଆବଶ୍ୟକ ।

Youtuber Manish Kashyap mother writes to President Draupadi Murmu demanding NSA on Tamil Nadu Minister Udhayanidhi Stalin
Manish Kashyap mother writes to President Draupadi Murmu demanding NSA on Tamil Nadu Minister Udhayanidhi Stalinharat
author img

By ETV Bharat Odisha Team

Published : Sep 7, 2023, 5:33 PM IST

ପାଟନା: ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଷ୍ଟାଲିନଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପଙ୍କ ମା’ ମଧୁ ଦେବୀ । ଏନେଇ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ।

ତାମିଲନାଡୁ ହିଂସା ଘଟଣାକୁ ନେଇ ଜେଲର ଚାରିକାନ୍ଥ ଭିତରେ ରହିଥିବା ୟୁଟ୍ୟୁବର ମନୀଷ କଶ୍ୟପଙ୍କ ମାଆ ମଧୁ ଦେବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପୁଅ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପରେ ଏନଏସଏ ଅର୍ଥାତ ଜାତୀୟ ନିରାପତ୍ତା ଅଧିନିୟମ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଆଉ ମଧ୍ୟ ୟୁଟ୍ୟୁବର କଶ୍ୟପଙ୍କ ବିରୋଧରେ କେଉଁ ଭୁଲ କାରଣରୁ ଏନଏସଏ ଲାଗୁ କରାଗଲା ତାହା ପ୍ରଶ୍ନ କରିଛନ୍ତି ୟୁଟ୍ୟୁବରଙ୍କ ମା' ।

ମଧୁ ଦେବୀ ଚିଠିରେ ଉଲ୍ଲେଖ କରିଛନ୍ତି, "ଯଦି ମୋ ପୁଅ ଯୋଗୁଁ ୨ ରାଜ୍ୟରେ ମତଭେଦ ପରିସ୍ଥିତି ସୃଷ୍ଟି ହେଉଛି ତେବେ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଦେଇଥିବା ସନାତନ ଧର୍ମ ବିରୋଧି ମନ୍ତବ୍ୟ ସମଗ୍ର ଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି । ତେବେ ତାଙ୍କ ଉପରେ ଏନଏସଏ ଆଇନ କାହିଁକି ଲାଗୁ କରାଯିବନାହିଁ ।" ମନ୍ତ୍ରୀ ଉଦୟନିଧିଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇ ତାଙ୍କୁ ଜେଲରେ ରଖାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମଧୁ ଦେବୀ ।

ମଧୁ ଦେବୀ ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ଆଉ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, "ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗଠିତ ସ୍ବତନ୍ତ୍ର କମିଟି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଉଚିତ । ଯଦି ୟୁଟ୍ୟୁବର ମନିଷ ସିସୋଦିଆଙ୍କ ମନ୍ତବ୍ୟ ୨ ରାଜ୍ୟ ମଧ୍ୟରେ ବିଭାଜନ ସ୍ଥିତି ସୃଷ୍ଟି କରିପାରେ ତେବେ ମନ୍ତ୍ରୀ ଉଦୟନିଧିଙ୍କ ବୟାନ ସମଗ୍ର ଦେଶରେ ବିଭେଦ ସୃଷ୍ଟି କରିଛି । ଯଦି ସମ୍ୱିଧାନ ସମସ୍ତଙ୍କ ପାଇଁ ସମାନ ତେବେ ମୁଖ୍ୟମନ୍ତ୍ରୀଙ୍କ ପୁଅ ବିରୋଧରେ ବି ଏନଏସଏ ଧାରା ଲାଗୁ କରାଯାଇ ଜେଲରେ ଭର୍ତ୍ତି କରାଯିବା ଆବଶ୍ୟକ ।" ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ନ୍ୟାୟ ଆଶା କରୁଛି ବୋଲି ଚିଠିରେ ଉଲ୍ଲେଖେ କରିଛନ୍ତି ମଧୁ ଦେବୀ ।

ଏହାମଧ୍ୟ ପଢନ୍ତୁ.. Sanatana Dharma Row: ‘ଯେ ପର୍ଯ୍ୟନ୍ତ ଭକ୍ତ ଜୀବିତ ଅଛନ୍ତି, କେହି ଧର୍ମକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ’

"ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି": ମଧୁ ଦେବୀ କଶ୍ୟପ ଉପରେ ଲାଗିଥିବା ମାମଲାକୁ ମିଥ୍ୟା କହିବା ସହ ତାଙ୍କୁ ଜାଣିଶୁଣି ଫସାଯାଇଥିବା ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି ଯେ, ତାମିଲନାଡୁରେ ୬ଟି ମିଥ୍ୟା ମାମଲା ରୁଜ୍ଜୁ କରାଯାଇ କଶ୍ୟପଙ୍କ ଉପରେ ଏନଏସଏ ଲାଗୁ କରାଯାଇଛି ।" ଆଉ ମଧ୍ୟ ଦାବି କରିଛନ୍ତି ଯେ, ତାମିଲନାଡୁ ପ୍ରବାସୀ ଶ୍ରମିକଙ୍କ ସହ ହୋଇଥିବା ହିଂସା ଘଟଣାକୁ ନେଇ ୨୧ ଫେବୃଆରୀରୁ ହିଁ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆରେ ଖବର ପରିବେଷଣ କରାଯାଉଥିଲା । ଏହି ଘଟଣାକୁ ନେଇ ମାର୍ଚ୍ଚ ମାସରେ ଭିଡିଓ ବନାଇଥିଲେ କଶ୍ୟପ । ତାମିଲନାଡୁ ଓ ବିହାର ସରକାରଙ୍କ ମିଳିମିଶି କଶ୍ୟପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମଧୁ ଦେବୀ ।

ଏହାମଧ୍ୟ ପଢନ୍ତୁ.. Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ମନୀଷ କଶ୍ୟପଙ୍କୁ ପାଟନା କୋର୍ଟରୁ ଆଶ୍ୱସ୍ତି: ସୂଚନା ଯୋଗ୍ୟ ଯେ, ବିହାରର ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ପାଟନା ସିଭିଲ କୋର୍ଟରୁ ଆଶ୍ୱସ୍ତି ମିଳିଛି । କଶ୍ୟପ ପାଟନା ଜେଲରେ ରହିବା ନେଇ ରାୟ ଶୁଣାଇଛନ୍ତି ସିଭିଲ କୋର୍ଟ । ଯାହା ପରେ ତାଙ୍କୁ ପାଟନାର ବୈଉର ଜେଲରେ ରଖାଯାଇଛି । ତେବେ ବିହାରରେ ଅନେକ ମାମଲାରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଥିବା ଯୋଗୁଁ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଅନ୍ୟପଟେ ତାମିଲନାଡୁରେ ଦାୟର ହୋଇଥିବା ମାମଲା ଗୁଡିକର ଶୁଣାଣି ବେଳେ ଭିଡିଓ କନ୍ଫରେସିଂ ମାଧ୍ୟମରେ କଶ୍ୟପ ଉପସ୍ଥିତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.