ETV Bharat / bharat

ଫ୍ୟାନ୍ସଙ୍କ ସହ ଜନ୍ମ ଦିନ ପାଳନ କରି ଗିରଫ ହେଲେ ଲୋକପ୍ରିୟ ୟୁଟ୍ୟୁବର, ମିଳିଲା ଜାମିନ

author img

By

Published : Jul 10, 2022, 3:51 PM IST

ଭାରି ପଡ଼ିଲା ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ କରିବା। ପ୍ରସିଦ୍ଧ ୟୁଟ୍ୟୁବର ଗୌରବ ତନେଜା ସାଧାରଣ ସ୍ଥାନରେ ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି। ତେବେ ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଅଧିକ ପଢ଼ନ୍ତୁ

youtuber gorav taneja arrested for celebrating birthday at metro station gets bail
ଫ୍ୟାନ୍ସଙ୍କ ସହ ଜନ୍ମ ଦିନ ପାଳନ କରି ଗିରଫ ହେଲେ ଲୋକପ୍ରିୟ ୟୁଟ୍ୟୁବର, ମିଳିଲା ଜାମିନ

ମୁମ୍ବାଇ: ଭାରି ପଡ଼ିଲା ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ କରିବା। ପ୍ରସିଦ୍ଧ ୟୁଟ୍ୟୁବର ଗୌରବ ତନେଜା ସାଧାରଣ ସ୍ଥାନରେ ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି। ତେବେ ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଶନିବାର ଦିନ ନୋଏଡାର ସେକ୍ଟର 52 ମେଟ୍ରୋ ଷ୍ଟେସନରେ ଫ୍ୟାନ୍ସଙ୍କ ସହ ଗୌରବ ଜନ୍ମଦିନ ପାଳନ କରୁବାକୁ ଯାଇଥିଲେ। ଅଧିକ ସଂଖ୍ୟାରେ ଜନସମାଗମ ହେତୁ ନୋଏଡ଼ା ପୋଲିସ ତାଙ୍କୁ ଗିରଫ କରିଥିଲା।

144 ଧାରା ଉଲ୍ଲଂଘନ ଅଭିଯୋଗରେ ଗୌରବଙ୍କୁ ପୋଲିସ ଗିରଫ କରିଥିଲା। ଗୌରବ ନିଜ ଜନ୍ମଦିନ ପାଳନ କରିବାକୁ ଏକ ମେଟ୍ରୋ କୋଚ ବୁକ କରିଥିଲେ। ଏହା ପୂର୍ବରୁ ଗୌରବଙ୍କ ପତ୍ନୀ ଶନିବାର ଦିନ 1.30ରେ ଜନ୍ମଦିନ ପାଳନ କରିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। ଫଳରେ ହଜାର ହଜାର ଲୋକ ୟୁଟ୍ୟୁବରଙ୍କ ସହ ସାକ୍ଷାତ ପାଇଁ ଆସିଥିଲେ। ସେଠାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ସମ୍ଭାଳିବା ସହ ଗୌରବଙ୍କୁ ଗିରଫ କରିଥିଲା।

ଗୌରବ ତନେଜ ଜଣେ ଲୋକପ୍ରିୟ ୟୁଟ୍ୟୁବର। ତାଙ୍କର ତିନୋଟି ୟୁଟ୍ୟୁବ ଚ୍ୟାନେଲରେ 'flying beast', 'fit muscle tv' ଏବଂ 'rasbhari ke papa' ଲକ୍ଷଲକ୍ଷ ସବସ୍କ୍ରାଇବର ଅଛନ୍ତି। ଯେଉଁଥିରେ ସେ ଫିଟନେସ ସମ୍ବନ୍ଧୀୟ ଭିଡ଼ିଓ କରିବା ସହ ଦୈନନ୍ଦିନ ଜୀବନଶୈଳୀକୁ ନେଇ ବ୍ଲଗ ପୋଷ୍ଟ କରନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.