ETV Bharat / bharat

ଆଉ ଦେଖାଇବନି ଡିସ୍‌ଲାଇକ ସଂଖ୍ୟା, YouTube ବ୍ଲଗ୍‌ରେ ସୂଚନା - youtube dislike count hide

ଏଣିକି ଆଉ ୟୁଟ୍ୟୁବ୍‌ରେ ଦେଖା ଯିବନାହିଁ ଡିସ୍‌ଲାଇକ୍‌ ସଂଖ୍ୟା (Dislike Count) । ଏହାକୁ ନେଇ ୟୁଟ୍ୟୁବ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଆଉ ଦେଖାଇବନି ଡିସ୍‌ଲାଇକ୍‌ ସଂଖ୍ୟା, YouTube ବ୍ଲଗ୍‌ରେ ସୂଚନା

author img

By

Published : Nov 11, 2021, 4:07 PM IST

ନୂଆଦିଲ୍ଲୀ: ଏଣିକି ଆଉ ୟୁଟ୍ୟୁବ୍‌ରେ ଦେଖା ଯିବନାହିଁ ଡିସ୍‌ଲାଇକ୍‌ ସଂଖ୍ୟା (Dislike Count) । ଏହାକୁ ନେଇ ୟୁଟ୍ୟୁବ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭିଡିଓ ଉପରେ ପୂର୍ବରୁ ଉଭୟ ଲାଇକ୍‌ ଓ ଡିସ୍‌ ଲାଇକ୍‌ ବଟନ ରହୁଥିଲା । ଫଳରେ ୟୁଜରଙ୍କୁ ଭଲ ଲାଗୁଥିବା ଓ ନଲାଗୁଥିବା ଭିଡିଓକୁ ଲାଇକ୍‌ ଓ ଡିସ୍‌ଲାଇକ୍‌ କରୁଥିଲେ ୟୁଜର ।

ଆଗକୁ ମଧ୍ୟ ୟୁଟ୍ୟୁବ୍‌ରେ ଏହି ବଟନ ରହିବ । ୟୁଜରମାନେ ନିଜ ପସନ୍ଦର ଭିଡିଓକୁ ଲାଇକ କରିବେ ଓ ନାପସନ୍ଦ ଭିଡିଓକୁ ଡିସ୍‌ଲାଇକ୍‌ କରିବେ । କିନ୍ତୁ ଏହି ସଂଖ୍ୟା ଅନ୍ୟ ଭିଜିଟର ବା ୟୁଜରମାନଙ୍କୁ ଦେଖାଯିବ ନାହି । ୟୁଟ୍ୟୁବ୍‌ ଆପ୍ଲିକେସନର ନୂଆ ଅପଡେଟ୍‌ରେ ଏହି ଫିଚର ଆଣିବାକୁ ଯାଉଛି କମ୍ପାନୀ । ଏହାକୁ ନେଇ ୟୁଟ୍ଯୁବ୍‌ ନିଜ ବ୍ଲଗ୍‌ ଜରିଆରେ ସୂଚନା ଦେଇଛି ।

ଡିସଲାଇକ୍‌ ବଟନର ଅନ୍ୟ ଅର୍ଥରେ ଅପବ୍ୟବହାର ହେଉଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ ପରଲକ୍ଷିତ କରାଯାଇଛି । ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ରାଗ ଉତାରିବାକୁ କେତେକ ଏହା ଡିସ୍‌ଲାଇକ୍‌ ବଟନର ବ୍ୟବହାର କରିଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସ୍‌ଲାଇକ୍‌ ସଂଖ୍ୟା ହାଇଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗତବର୍ଷ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ୟୁଟ୍ୟୁବ୍‌ରେ ଡିସ୍‌ଲାଇକ୍‌ ବଟନର ଅପ ବ୍ୟବହାର ହୋଇଥିଲା । କେତେକ ନିର୍ଦ୍ଦିଷ୍ଟ ୟୁଜର ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୟୁଜର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ବଲିଉଡକୁ ଦୋଷୀ ବୋଲି ଧରି ନେଇଥିଲେ । ଏହାପରେ କରନ ଜୋହର ଓ ସଲମାନ ଖାଁଙ୍କ ଭଳି ବଡ଼ ନିର୍ଦ୍ଦେଶକ ଓ ସୁପରାଷ୍ଟାରଙ୍କ ଫିଲ୍ମ ଭିଡିଓକୁ ଡିସ୍‌ଲାଇକ୍‌ କରି ଚାଲିଥିଲେ ।

ଏହାର କାରଣ ଥିଲା କେବଳ ସଂପୃକ୍ତ ଭିଡିଓରେ ଡିସାଲାଇକ୍‌ ସଂଖ୍ୟା ବଢ଼ାଇବା । ଏହାପରେ ୟୁଟ୍ୟୁବ୍‌ ପକ୍ଷରୁ ଏକ ପରୀକ୍ଷା (Experiment) କରାଯାଇଥିଲା । କେତେକ ସମାନ୍ତରାଳ(parallel) ପପୁଲାର ଭିଡିଓରେ ଡିସଲାଇକ୍ ସଂଖ୍ୟାକୁ ହାଇଡ୍‌(hide) କରି ଦିଆଯାଇଥିଲା । ତେବେ ଦେଖାଗଲେ ଡିସଲାଇକ୍‌ ସଂଖ୍ୟା ହାଇଡ ଥିବା ଭିଡିଓକୁ ୟୁଜରମାନେ ଡିସ୍‌ଲାଇକ ଏତେଟା କରିନଥିଲେ ।

ଏହାପରେ ୟୁ୍ଟ୍ୟୁବ୍‌ ଡିସଲାଇକ୍‌ ସଂଖ୍ୟା ଗୋପନ ରଖିବାକୁ ନିଷ୍ପତ୍ତି ନେଇଛି । ଏହି କେବେ ଉପଲବ୍ଧ ହେବେ ତାହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ନୂଆ ଅପଡଟ୍‌ରେ ଏହା ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.