ଭୋପାଲ: ମଧ୍ୟ ପ୍ରଦେଶରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ପରି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ହେଲେ ହତ୍ୟାର ଶିକାର ମହିଳା ନୁହେଁ ହୋଇଛନ୍ତି ଜଣେ ଯୁବକ । ଯୁବକଙ୍କୁ ହତ୍ୟା କରିବା ମୃତଦହେକୁ କରତକଳରେ 10 ଖଣ୍ଡରେ କଟାଯାଇଛି । ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏଣେତେଣେ ଫିଙ୍ଗା ମଧ୍ୟ ଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ଅଭିଯୁକ୍ତ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ବନ୍ଧୁ ବୋଲି ଜଣାପଡିଛି । ମଧ୍ୟ ପ୍ରଦେଶ ଜବଲପୁରରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକଙ୍କ ନାମ ଅନୁପମ ଶର୍ମା ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିଛି ।
ପୋଲିସ ସୂଚନା ଅନୁସାରେ, ଫେବୃଆରୀ 16 ତାରିଖରେ ଅନୁପମ ଶର୍ମା ନିଖୋଜ ହୋଇଯାଇଥିଲେ । ଏନେଇ ପୋଲିସରେ ଏକ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଗତକାଲି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ତାହା ସମ୍ପୃକ୍ତ ନିଖୋଜ ଯୁବକଙ୍କର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଯୁବକଙ୍କ ମୃତଦେହକୁ କରତ କଳରେ 10 ଖଣ୍ଡରେ କଟାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ପ୍ରାଥମିକ ତଦନ୍ତ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଯୁବକଜଣଙ୍କ ହତ୍ୟାର ଶିକାର ହୋଇଥିବା ଯୁବକର ବନ୍ଧୁର ସହଯୋଗୀ ବୋଲି ଜଣାପଡିଛି । ହେଲେ ଅନ୍ୟ ଏକ ରୋଚକ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଏକମାତ୍ର ଅଭିଯୁକ୍ତ ନୁହେଁ ବରଂ ମୁଖ୍ୟ ଅଭିଯୁକ୍ତ ତଥା ଯୁବକଙ୍କ ବନ୍ଧୁ ଆତ୍ମହତ୍ୟା କରିସାରିଛି ।
ପୋଲିସ ତଦନ୍ତ ଆଧାରରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡରୁ ଆଶିଂକ ପରଦା ଉଠାଇଛି । ହତ୍ୟାକାଣ୍ଡର ମୁଖ୍ଯ ଅଭିଯୁକ୍ତ ମୃତକ ଅନୁପମଙ୍କ ବନ୍ଧୁ ଟନି ବର୍ମା ବୋଲି ପୋଲିସ କହିଛି । ଟୁନି ତାର ଏହି ସହଯୋଗୀଙ୍କ ସାହାଯ୍ୟରେ ଅନୁପମ ହତ୍ୟା କରିଥିଲା । ମୃତଦେହ ନମିଳିଲେ ହତ୍ୟା ସମ୍ପର୍କରେ ଜଣା ପଡିବନାହିଁ ବୋଲି ବିଚାର କରି ମୃତଦେହକୁ କରତକଳରେ 10 ଖଣ୍ଡ ଟୁକୁଡାରେ କାଟିଥିଲେ ଅଭିଯୁକ୍ତ । ପରେ ଏହାକୁ ରେଳ ଧାରଣା ନିକଟବର୍ତ୍ତୀ ନାଳରେ ଫିଙ୍ଗିଥିଲେ ।
ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଛି ଯେ ତାର ବନ୍ଧୁ ( ଅଭିଯୁକ୍ତ ଟନି ବର୍ମା ) ଏବଂ ଅନୁପମ ଶର୍ମାଙ୍କ ମଧ୍ୟରେ କିଛି କାରଣରୁ ପୂର୍ବ ଶତୃତା ଲାଗି ରହିଥିଲା । ଟୋନି ଅନୁପମଙ୍କୁ ସହରର ଏକ ସ୍ଥାନକୁ ଆଲୋଚନା କରିବା ପାଇଁ ଡାକିଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଟନି ଅନୁପମକୁ ପୂର୍ବଯୋଜନାବଦ୍ଧ ଭାବେ ହତ୍ଯା କରିଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ତାର ସହଯୋଗରେ ଏକ କରତକଳକୁ ନେଇ 10ରୁ ଅଧିକ ଖଣ୍ଡରେ କାଟିଥିଲା । ମୃତଦେହକୁ ରେଳ ଧାରଣା ନିକଟବର୍ତ୍ତୀ ନାଳରେ ଫିଙ୍ଗି ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ