ETV Bharat / bharat

ଆଫ୍ରିକୀୟ ଅଜଗର ସାପ ପୋଷୁଛନ୍ତି କଲେଜ ଛାତ୍ର

ସାପ ସହ ରହୁଛନ୍ତି କଲେଜ ଛାତ୍ର । ଆଫ୍ରିକୀୟ ଅଜଗର ସହ ବସବାସ । ସାପକୁ ଖାଦ୍ୟ ଦେଇ ଘରେ ପୋଷୁଛନ୍ତି କେରଳର ଜଣେ କଲେଜ ଛାତ୍ର ମହମ୍ମଦ ହିଶାମ । ଅଧିକ ପଢନ୍ତୁ

author img

By

Published : Oct 16, 2022, 9:47 PM IST

ଆଫ୍ରିକୀୟ ଅଜଗର ସହ ବସବାସ,
ଆଫ୍ରିକୀୟ ଅଜଗର ସହ ବସବାସ,

ଥିରୁଅନନ୍ତପୁରମ: କୁକୁର, ବିଲେଇକୁ ଗୃହପାଳିତ ପଶୁ ହିସାବରେ ପାଳନ କରୁଥବା ଆପଣ ଶୁଣିଥିବେ । କିନ୍ତୁ ସାପକୁ ଘରେ ଆଣି ରଖିବା ଆପଣ କେବେ ଶୁଣିଛନ୍ତି କି? ସାଧାରଣତଃ ସାପ ନାଁ ଶୁଣିଲେ କାହାକୁ ବା ଡର ନଥାଏ । କିନ୍ତୁ କେରଳର ଜଣେ ଯୁବକ ବିଭିନ୍ନ ପ୍ରଜାତିର ସାପକୁ ଘରେ ଆଣି ପାଳିବା ସହ ତାଙ୍କ ସହ ବସବାସ କରନ୍ତି । ପାଜୟାଙ୍ଗଡିର ଜଣେ କଲେଜ ଛାତ୍ର ମହମ୍ମଦ ହିଶାମ ଅଜହରର ବିଭିନ୍ନ ପ୍ରକାର ପ୍ରଜାତିକୁ ଆଣି ଘରେ ରଖିଛନ୍ତି ।

ଆଫ୍ରିକୀୟ ଅଜଗର ସହ ବସବାସ

ହିଶାମ କହିଛନ୍ତି ଯେ ବର୍ତ୍ତମାନ ଘରେ ଘରେ ଆଫ୍ରିକୀୟ ପାଇଥନ୍ ପାଳିବା କେରଳରେ ଗୋଟେ ଟ୍ରେଣ୍ଡ ଚାଲିଛି । ହିଶାମ ନିଜ ଘରେ ଅନେକ ପ୍ରକାର ବିଷହୀନ ସାପକୁ ନେଇ ପାଳିଛନ୍ତି । ଏହା ତାଙ୍କର ଏକ ସଉକ ବ୍ୟତୀତ ତାଙ୍କୁ ରାଜସ୍ବ ଆଦାୟରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି । କାହିଁକି ନା ଏହି ଆଫ୍ରିକୀୟ ପାଇଥନକୁ କିଣିବା ପାଇଁ ଅନେକ ଲୋକ ହିଶାମକୁ ସମ୍ପର୍କ କରିଥାନ୍ତି । ଏହି ସାପର ଦାମ 25 ହଜାରରୁ ଆରମ୍ଭ କରି 4 ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ।

ଅଜଗରର ବିଭିନ୍ନ ପ୍ରକାର ପ୍ରଜାତିକୁ ଆଣି ଘରେ ରଖିଛନ୍ତି ହିଶାମ । କିଙ୍ଗ କୋନ, ମିଲ୍କ ସ୍ନେକ, ବ୍ଲଡ ପାଇଥନ, କାର୍ପେଟ ପାଇଥନ, ଗ୍ରୀନ ଟି ପାଇଥନ, କେନୟାନ ସେଣ୍ଡ ବୋଆ ଭଳି ବିଭିନ୍ନ ପ୍ରଜାତିକୁ ଘରେ ପାଳିଛନ୍ତି ହିଶାମ ।

ଏହାମଧ୍ୟ ପଢନ୍ତୁ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏନେଇ ହିଶାମ କହିଛନ୍ତି ଯେ, " ସରକାର ଆମକୁ ଏଭଳି ସାପକୁ ପାଳନ କରିବା ପାଇଁ କୌଣସି ପଞ୍ଜିକରଣ ବ୍ୟବସ୍ଥା କରିନାହାନ୍ତି । ମୁଁ ପରିବେଶ ଆପରେ ପଞ୍ଜିକରଣ କରି ଏହି ସାପମାନଙ୍କୁ ଆଣିଛି ।" ଏହାକୁ ନେଇ ହିଶାମ ଆହୁରି ମଧ୍ୟ କହିଛନ୍ତି ଯେ," ଏହି ପ୍ରଜାତିର ସାପ ଦେହରେ ବିଷ ନଥାଏ । ଏହାକୁ ପାଳନ କରିବା ସହଜ ମଧ୍ୟ ହୋଇଥାଏ । ତେଣୁ ମୁଁ ଘରେ ଆଣି ପାଳିବାକୁ ପସନ୍ଦ କରୁଛି । ମୁଁ ପ୍ରଥମେ ଏହାକୁ ଦିଲ୍ଲୀରୁ ଆଣିଥାଏ । ଏହା ମୋର ସଉକ ପାଲଟିବା ସହ ଭଲ ରୋଜଗାର ମଧ୍ୟ ହୋଇପାରୁଛି ।"

ହିଶାମ ଏହି ସାପମାନଙ୍କୁ ଖାଇବାକୁ ଦେବା ପାଇଁ ମୂଷାକୁ ଆଣି ଅଲଗା ଅଲଗା ପିଞ୍ଜରାରେ ରଖିଛନ୍ତି । ଏହା ସହ ସେ ବିଭିନ୍ନ ପ୍ରାକାର ଅଷ୍ଟ୍ରେଲିଆ ପକ୍ଷୀକୁ ମଧ୍ୟ ଘରେ ରଖିଛନ୍ତି । ସୂଚନା ଅନୁସାରେ ହିଶାମ ମେଙ୍ଗାଲୁରୁର ପିଏ କଲେଜର ଖାଦ୍ୟ ପ୍ରଯୁକ୍ତିବିଦ୍ୟାର ଛାତ୍ର ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.