ETV Bharat / bharat

ଆଇଫୋନ ନଦେବାରୁ ଡେଲିଭରି ବୟଙ୍କୁ ହତ୍ୟା, ମୃତଦେହକୁ 4 ଦିନ ବାଥରୁମରେ ରଖିଲା ଅଭିଯୁକ୍ତ - କର୍ଣ୍ଣାଟକ ହାସନ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ

କର୍ଣ୍ଣାଟକ ହାସନ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ଆଇଫୋନ ନଦେବାରୁ ଡେଲିଭରି ବୟଙ୍କୁ ହତ୍ୟା କଲେ ଯୁବକ । ଅଧିକ ପଢନ୍ତୁ

youth killed the courier boy
youth killed the courier boy
author img

By

Published : Feb 20, 2023, 9:07 AM IST

ବେଙ୍ଗାଲୁରୁ: ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ଆଇ ଫୋନ ଅର୍ଡର କରିଥିଲେ ଯୁବକ। କିନ୍ତୁ ପାଖରେ ଟଙ୍କା ନଥିବାରୁ କୋରିୟର ବୟ ଦେଲେ ନାହିଁ ମୋବାଇଲ । ଏଥିରେ ଉତକ୍ଷିପ୍ତ ହୋଇ ଡେଲିଭରି ବୟଙ୍କୁ ଛୁରୀରେ ହତ୍ୟା କଲେ ଗ୍ରାହକ । ହତ୍ୟା ପରେ ମୃତଦେହକୁ ପୋଡିବା ସହ 4ଦିନ ଧରି ଅଖାରେ ପୁରାଇ ଘର ରଖିଥିଲା ଅଭିଯୁକ୍ତ । ଶେଷରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ହାସନ ଜିଲ୍ଲାର ଆରସେଇକେରା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ହେମନ୍ତ ନାୟକ ଓ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ହେମନ୍ତ ଦତ୍ତ । ଚଳିତ ମାସ 7 ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ।

କେମିତି ସାମ୍ନାକୁ ଆସିଲା କୋରିୟର ବୟଙ୍କୁ ହତ୍ୟା ଘଟଣା: ହତ୍ୟା ଘଟଣାର କିଛିଦିନ ପରେ କୋପାଲୁ ରେଲଓ୍ବେ ଗେଟ ନିକଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ଏକ ମାମଲା ରୁଜୁ କରି ଯୁବକଙ୍କ ପରିଚୟ ପାଇବା ପାଇଁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଯାଞ୍ଚ କରିବା ସମୟରେ ଜଣେ ଯୁବକ ପେଟ୍ରୋଲ ଷ୍ଟେସନ ନିକଟରେ ବାଇକରେ ଏକ ବ୍ୟାଗ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଅନୁସନ୍ଧାନ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ଆଇଫୋନ ଡେଲିଭରି କରିବାକୁ ଯାଇଥିବା ବେଳେ କୋରିୟର ବୟଙ୍କୁ ହତ୍ୟା: ଆରସେଇକେରା ହାଲ କାଲାନାୟାକାନ ହଲି ଗାଁର ଅଭିଯୁକ୍ତ ହେମନ୍ତ ଦତ୍ତ ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ ଅର୍ଡର କରିଥିଲେ । ଗତ 7 ତାରିଖ ଦିନ ତେବେ ଫୋନ ନେଇ ମୃତ ଡେଲିଭରି ବୟ ହେମନ୍ତ ନାୟକ ଲକ୍ଷ୍ମୀପୁର ବାରଙ୍ଗସ୍ଥିତ ହେମନ୍ତ ଦତ୍ତଙ୍କ ଘରକୁ ଯାଇଥିଲେ । ଏହି ସମୟରେ ହେମନ୍ତ ଦତ୍ତ ମୋ ପାଖରେ ଟଙ୍କା ନାହିଁ ବୋଲି କହିବା ପରେ ଫୋନ ବକ୍ସ ଖୋଲିବାକୁ କହିଥିଲେ । କିନ୍ତୁ ଡେଲିଭରି ବୟ ଜଣଙ୍କ ଟଙ୍କା ନଦେଲେ ଫୋନ ଦିଆଯିବ ନାହିଁ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ହେମନ୍ତ ଦତ୍ତ ହେମନ୍ତ ନାୟକଙ୍କୁ ଘରକୁ ଡାକି କିଛି ସମୟ ଅପେକ୍ଷା କରିବାକୁ କହିଥିଲା । ଏହି ସମୟରେ ମୃତ ଡେଲିଭରି ବୟ ଜଣଙ୍କ ଫୋନ ଦେଖୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଏକ ଛୁରୀରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏହାପରେ ମୃତଦେହକୁ ଏକ ଅଖାରେ ପୁରାଇ ନିଆଁ ଲଗାଇବା ପରେ ଘରର ବାଥରୁମରେ ଚାରିଦିନ ଧରି ରଖିଥିବା ପୋଲିସ ସ୍ପଷ୍ଟ କରିଛି ।

ଫେବୃଆରୀ 11 ତାରିଖରେ ମୃତଦେହକୁ ବାହାରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ: ଯୁବକଙ୍କ ମୃତଦେହକୁ ହତ୍ୟାକାରୀ ଜଣଙ୍କ ଏକ ବାଇକ ଯୋଗେ ନେଇ ଆରାସେଇକେରା ଅଞ୍ଚଳରେ ଥିବା ରେଲଓ୍ବେ ଷ୍ଟେସନରେ ଫୋପାଡି ଦେଇଥିଲା। ଏହା ପୂର୍ବରୁ ମୃତଦେହକୁ ସାଙ୍ଗରେ ନେଇ ସେ ପେଟ୍ରୋଲ ଷ୍ଟେସନକୁ ଯାଇଥିଲା । ଏନେଇ ମୃତକଙ୍କ ପରିବାର ଲୋକେ ଗତ 7 ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.