ETV Bharat / bharat

କଫି ପିଇବା ବେଳେ ଛାତରୁ ଖସିଲେ ଯୁବକ, ହସ୍ପିଟାଲ ଅବହେଳାରୁ ଚାଲିଗଲା ଜୀବନ

author img

By

Published : Oct 29, 2022, 9:22 AM IST

ଗୁଜୁରାଟ ଜୁନାଗଡ଼ ଅଞ୍ଚଳରେ କଫି ପିଉଥିବା ବେଳେ ଛାତରୁ ଖସିପଡ଼ିଲେ ଯୁବକ । ଗୁରୁତର ଯୁବକଙ୍କୁ କେଶୋଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କର୍ମଚାରୀଙ୍କ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କଫି ପିଇବା ବେଳେ ଛାତରୁ ଖସିଲେ ଯୁବକ, କେଶୋଦ ହସ୍ପିଟାଲରେ ଅବହେଳାରୁ ମୃତ୍ୟୁ ଅଭିଯୋଗ

ଗାନ୍ଧୀନଗର: ଗୁଜୁରାଟର ଜୁନାଗଡ଼ ନିକଟ କେଶୋଦ ହସ୍ପିଟାଲ (Keshod Government Hospital)ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ହସ୍ପିଟାଲର କର୍ମଚାରୀଙ୍କ ଅବହେଳା କାରଣରୁ (Negligence of the staff in Hospital) ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଛାତ ଉପରେ କଫି ପିଉଥିବା ବେଳେ ତଳକୁ ଖସିପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।

ମୃତ ଯୁବକ ଜଣକ ମାଙ୍ଗରୋଲ ନିକଟସ୍ଥ ତଲୋଦରା ଗ୍ରାମର ହିତେଶ ହଜାଭାଇ ଭରଦା ବୋଲି ଜଣାପଡ଼ିଛି । ତେବେ ସେ ଯେଉଁ ଛାତରୁ ତଳକୁ ଖସିପଡ଼ିଥିଲେ । ସେ ଛାତରୁ ତଳେ ପଡ଼ିଯିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେଶୋଦ ହସ୍ପିଟାଲକୁ ନିଆଯାଇଥିଲା । ସାମାଜିକ କର୍ମୀ ପ୍ରବୀନ ପି ପଟେଲଙ୍କ କହିବାନୁସାରେ, ଆହତଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ହସ୍ପିଟାଲର କର୍ମଚାରୀ ତାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ନେଇଥିଲେ । ଏହାପରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକେ ଏହି ସରକାରୀ ହସ୍ପିଟାଲ ପରିସରରେ ଗଣ୍ଡଗୋଳ କରିଥିଲେ ।

ଏହା ବି ପଢନ୍ତୁ- ତିନି ବାଇକ ଚାଳକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ କାର ଚାଳକ, ଭିଡିଓ ଭାଇରାଲ

ଯୁବକଙ୍କ ମୃତଦେହ ହସ୍ପିଟାଲର ଅକ୍ସିଜେନ ପ୍ଲାଣ୍ଟ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ମୃତଦେହକୁ ଦେଖିବା ଲାଗି ସ୍ଥାନୀୟ ଲୋକେ ଭିଡ଼ ମଧ୍ୟ ଜମାଇଥିଲେ । ଏହି ଅଘଟଣ ଘଟିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକ ଯେଉଁ ସ୍ଥାନରେ ଖସି ପଡ଼ିଥିଲେ ସେଠାରୁ କଫି ମିଳିଥିବାରୁ ସେ କଫି ପିଉଥିବା ବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯୁବକ ଜଣକ ଚିକିତ୍ସା ବେଳେ ସେ କର୍ମଚାରୀଙ୍କୁ ଅବ୍ୟବହାର କରିଥିଲେ । ସେ ଚିକିତ୍ସାରେ ବାଧା ସୃଷ୍ଟି କରୁଥିବାରୁ ତାଙ୍କୁ ହସ୍ପିଟାଲ ବାହାରକୁ ନେଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.