ETV Bharat / bharat

ଆଶ୍ଚର୍ଯ୍ୟ ! ଖାଦ୍ୟ ଲୁଣିଆ ଯୋଗୁଁ ଜୀବନ ହାରିଲେ ଯୁବକ - ଲୁଣିଆ ଖାଦ୍ୟ

ଖାଦ୍ୟ ଲୁଣିଆ ହେବା ଯୋଗୁଁ ଆତ୍ମହତ୍ୟା କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Youth commits suicide over excess salt in food

author img

By

Published : Apr 30, 2023, 8:31 PM IST

ଲକ୍ଷ୍ନୌ: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ହୋଇନଥାଏ । ହେଲେ ଆଜିର ଯୁବପୀଢି ଛୋଟଛୋଟ କଥାରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଉଛନ୍ତି । ଏଭଳି ସମାନ ଘଟଣା ଉତ୍ତରପ୍ରଦେଶର ନୀଳାମଠ ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ 22 ବର୍ଷର ବାଳକ ଖାଦ୍ୟରେ ଅଧିକ ଲୁଣ ପଡିଥିବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଖାଦ୍ୟରେ ଅଧିକ ଲୁଣ ଯୋଗୁଁ ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଝଗଡ଼ା କରିବା ପରେ ନିଜକୁ ଗୁଳି କରିଥିବା ଜଣାପଡ଼ିଛି । ପୋଲିସ ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଏହି ଯୁବକଙ୍କ ନାମ ପୁରଣ ଶଙ୍କର ଦୁବେ (22) ବୋଲି ଜଣାପଡ଼ିଛି । ସେ ଅର୍ସ ରୋଗରେ ପୀଡ଼ିତ ଥିବାରୁ ଅଧିକ ମସଲାଯୁକ୍ତ ଓ ଲୁଣଯୁକ୍ତ ଖାଦ୍ୟଠୁ ଦୂରେଇ ରହୁଥିଲେ । ହେଲେ ଗତ ଶନିବାର ରାତିର ସେ ମଦ ପିଇ ଘରକୁ ଆସିଥିଲେ । ରାତି ଭୋଜନ ସମୟରେ ଖାଦ୍ୟରେ ଅଧିକ ଲୁଣ ପଡ଼ିଥିବା ଯୋଗୁଁ ସେ ରାଗି ଯାଇଥିଲେ । ଏନେଇ ସେ ପରିବାର ଲୋକଙ୍କ ସହିତ ଝଗଡ଼ା କରିଥିଲେ । ପୁରଣ ରାତିରେ ଜୋରରେ ପାଟିତୁଣ୍ଡ କରୁଥିବାରୁ ପରିବାର ଓଲଟା ତାଙ୍କୁ ଗାଳି କରି ଚୁପ୍‌ ରହିବାକୁ କହିଥିଲେ । ନଚେତ୍‌ ପୋଲିସକୁ ଖବର ଦେବେ ବୋଲି ଧମକ ଦେଇଥିଲେ ।

ଏହା ବି ପଢନ୍ତୁ- ମହିଳା ବନ୍ଧୁଙ୍କୁ କକ୍‌ପିଟରେ ପୁରାଇଲେ ପାଇଲଟ, ଏୟାର ଇଣ୍ଡିଆକୁ DGCA ମାଗିଲା ଜବାବ

ପୁରଣଙ୍କ ପିତା ଉମା ଶଙ୍କର ବୃତ୍ତିରେ ଜଣେ ପୂଜକ । ସେ ପାଖ ମନ୍ଦିରରେ ପୂଜା କରିଥାଆନ୍ତି । ସେ କହିଛନ୍ତି ଯେ, ପୂରଣକୁ ସେ ତାଗିଦ କରିବା ଲାଗି ପୋଲିସ ଧମକ ଦେବା ପରେ ସେ ତାର ରୁମକୁ ଯାଇଥିଲା । ଏହାପରେ ନିଜକୁ ଗୁଳି କରି ସେ ହତ୍ୟା କରିଛି । ଶବ୍ଦ ଶୁଣିବା ପରେ ପରିବାର ବର୍ଗ ତାଙ୍କ ରୁମ୍‌କୁ ଯିବା ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ । ଏହାପରେ ପରିବାର ତାକୁ KGMU ଟ୍ରମା ସେଣ୍ଟରକୁ ନେଇଥିଲେ । ପୂରଣ ନିଜ ଛାତିକୁ ଗୁଳି କରିଥିବା ଡାକ୍ତର କହିଛନ୍ତି ।

ହେଲେ ପୂରଣ ନିକଟରେ କେଉଁଠାରୁ ଦେଶୀ ବନ୍ଧୁକ ଆସିଲା ସେନେଇ ପରିବାର ସଦସ୍ୟ ଜାଣିନଥିବା କହିଛନ୍ତି । ସେପଟେ ପୂରଣର ବଡ଼ ଭାଇ ଡ୍ରଗ୍ସ ଖାଇ ଏବେ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡଡ଼ିଛି । ହେଲେ ଏହି ମୃତ୍ୟୁ ପାଇଁ ପରିବାରବର୍ଗ କାହା ବିରୋଧରେ ଅଭିଯୋଗ ଆଣିନାହାନ୍ତି । ତେବେ ପୂରଣ ଏହି ପିସ୍ତଲ କେଉଁଠୁ ଆସିଲା ସେନେଇ ପୋଲିସ ଯାଞ୍ଚ୍‌ କରୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.