ETV Bharat / bharat

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ହତ୍ୟା ଷଡଯନ୍ତ୍ର, ଯୁବକ ଗିରଫ

author img

By

Published : Feb 14, 2023, 3:57 PM IST

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଯୁବକକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର

ପାଟନା: କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରୁଥିବା ଯୁବକ ଗିରଫ । ବିହାରର ବୈଶାଳୀ ପୋଲିସ ହାଜୀପୁରରୁ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ମହାଶିବରାତ୍ରୀ ଦିନ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଇଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିନେଇଛି । ଭିଡିଓଟି ଦୁଇ ଦିନ ପୂର୍ବର ହୋଇଥିବା କୁହାଯାଉଛି ।

ହତ୍ୟା ଷଡଯନ୍ତ୍ର ଭିଡିଓ ଭାଇରାଲ: ଏହି ଭିଡିଓରେ ତିନିରୁ ଚାରି ଜଣ ଯୁବକ ଏକ ରୁମରେ ବସିଥିବାର ଦେଖାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମହାଶିବରାତ୍ରୀ ଦିନ ବାହାରୁଥିବା ପ୍ରଭୁ ଶିବଙ୍କ ବରଯାତ୍ରୀରେ ନିତ୍ୟାନନ୍ଦ ରାୟଙ୍କୁ ଗୁଳି କରିବ ବୋଲି କହିବା ସହ ତାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳୁଛି । ଏହି ଭିଡିଓ ଭାଇରାଲ ହେବା ପରେ ବୈଶାଳୀ ନଗର ଥାନା ପୋଲିସ ଆଇଟି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଥିବା ବୈଶାଳୀ ଏସପି ମନୀଷ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗିରଫ ଯୁବକର ନାମ ମାଧବ କୁମାର ଓରଫ ମାଧବ ଝା । ତା' ଘର ବୈଶାଳୀ ଜିଲ୍ଲାର ଗୋରୌଲ ଅଞ୍ଚଳରେ ହୋଇଥିବା ବେଳେ ସେ ହାଜୀପୁର ହଥସାରଗଞ୍ଜରେ ରହୁଥିଲା । ଭିଡିଓରେ ଯୁବକ ଜଣକ କହୁଥିବା ଶୁଣାଯାଇଛି, ''ତିନି ବର୍ଷ ହେଲାଣି ମୁଁ ଶିବରାତ୍ରୀ ଦିନ ନିତ୍ୟାନନ୍ଦ ରାୟଙ୍କୁ ମାରିଛି ବୋଲି ସ୍ବପ୍ନ ଦେଖୁଛି ।'' ଏହାସହିତ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଗୁଳି କରିବ ବୋଲି କହୁଥିବା ଶୁଣିବାକୁ ମିଳୁଛି । ତାକୁ ଗିରଫ କରାଯାଇଥିବା ବେଳେ ଭିଡିଓରେ ଦେଖାଯାଉଥିବା ଅନ୍ୟ ଯୁବକମାନଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି କରୁଛି ।

ଏହାମଧ୍ୟ ପଢନ୍ତୁ: ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ ଓ ଝିଅ

କହିରଖୁଛୁ କି, କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରତିବର୍ଷ ମହାଶିବରାତ୍ରୀ ଦିନ ବୈଶାଳୀ ସହରରେ ଥିବା ପାତାଳେଶ୍ବରନାଥ ମନ୍ଦିରରୁ ବଳଦ ଗାଡିରେ ବସି ମହାଦେବ ଶିବଙ୍କ ବରଯାତ୍ରୀରେ ସାମିଲ ହୋଇଥାନ୍ତି । ଆସନ୍ତା ୧୮ ତାରିଖରେ ଶିବରାତ୍ରୀ ପଡୁଛି । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ମାରିବା ପାଇଁ ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.