ETV Bharat / bharat

ବିବାହ ପାଇଁ ମନା କଲେ ଯୁବତୀ, ପଞ୍ଚାୟତରେ ମାଡ ମାରିବା ସହ ଚୁଟି କାଟି ଦେଲେ ଗ୍ରାମବାସୀ

author img

By

Published : May 16, 2023, 10:40 AM IST

ଝାରଖଣ୍ଡରେ ଆଶ୍ଚର୍ଯ୍ୟଜନକ ଘଟଣା । ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ ଚୁଟି କାଟି ଦେଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

woman hair chopped off for refusing to marry

ରାଞ୍ଚି: ବାଜା ବଜାଇ, ରୋଷଣୀ ଧରି ବରଯାତ୍ରୀଙ୍କ ସହ କନ୍ୟା କରକୁ ଆସିଥିବା ବର। କିନ୍ତୁ ବିବାହ କରିବାକୁ ମନା କରିଦେଲେ କନ୍ୟା। ଯେଉଁଥି ପାଇଁ ଯୁବତୀଙ୍କୁ କଠିନ ଦଣ୍ଡ ଭୋଗିବାକୁ ପଡିଛି। ଯୁବତୀଙ୍କୁ ସର୍ବ ସମ୍ମୁଖରେ ମାଡ ମାରିବା ସହ ଚୁଟି କାଟି ଗାଁ ସାରା ବୁଲାଇଲେ ପଞ୍ଚାୟତବାସୀ। ଏଭଳି ଘଟଣା ଘଟିଛି ଝାରଖଣ୍ଡର ପାଲାମୁ ଜିଲ୍ଲାରେ। ଏହି ଘଟଣାରେ ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ରବିବାର ରାଜଧାନୀ ରାଞ୍ଚି ଠାରୁ 185 କିଲୋମିଟର ଦୂର ପାଲାମୁ ଜିଲ୍ଲାରେ ଏଭଳି ଘଟଣା ଘଟିଥିଲା। 4ଜଣଙ୍କୁ ଅଟକ ରଖାଯାଇଥିବା ପାଟନ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଆହତ ଅବସ୍ଥାରେ ଯୁବତୀ ଜଣଙ୍କ ହସ୍ପିଟାଲେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି।

ପାଟନ ପୋଲିସ ଷ୍ଟେସନ ଇନଚାର୍ଜ ଗୁଲସାନ ଗୌରବ କହିଛନ୍ତି, ଏପ୍ରିଲ 20 ତାରିଖ ଦିନ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା। ସେହିଦିନ ବରଯାତ୍ରୀଙ୍କ ସହ କନ୍ୟା ଘରେ ପହଞ୍ଚିଥିଲା ବର। କିନ୍ତୁ ଯୁବତୀ ଜଣଙ୍କ ବିବାହ ପାଇଁ ମନା କରିଦେଇଥିଲା। ଏହାପରେ ଯୁବତୀ ଜଣଙ୍କ 20 ଦିନ ପାଇଁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ପରେ ଘରକୁ ଫେରିବା ପରେ ଗ୍ରାମରେ ପଞ୍ଚାୟତ ବସିଥିଲା। ଏଥିରେ ଯୁବତୀ ଓ ତାଙ୍କ ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ। ପଞ୍ଚାୟତରେ ଯୁବତୀ ଜଣଙ୍କୁ କେଉଁ ଠିକୁ ଯାଇଥିଲ ବୋଲି ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ କୌଣସି ଉତତ୍ର ଦେଉଇନଥିଲେ। ପରେ ପଞ୍ଚାୟତର ସଦସ୍ୟ ମାନେ ଆଲୋଚନା କରିବା ପରେ ଯୁବତୀଙ୍କ ଚୁଟି କାଟିବା ସହ ଗ୍ରାମରେ ତାଙ୍କୁ ଚଲାଇଥିଲେ। ଏଥିସହ ମାଡ ମଧ୍ୟ ମାରିଥିଲେ। ''

ଏହା ମଧ୍ୟ ପଢନ୍ତୁ-ନାବାଳକଙ୍କ ନୃଶଂସ କାଣ୍ଡ, 12 ବର୍ଷର ବାଳକକୁ ହତ୍ୟା ପରେ ବ୍ୟାଗରେ ପୁରାଇ ଫୋପାଡି ଦେଲେ

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ପୋଲିସ 4ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ। ଅଧିକ ତଦନ୍ତ ଜାରି ରହିଛି। ତେବେ କେଉଁ କାରଣରୁ ଯୁବତୀ ଜମଙ୍କ ବିବାହ କରିବାକୁ ମନା କରିଦେଲେ ତାହା ମଧ୍ୟ ଜଣାପଡି ନାହିଁ। ତେବେ ପୂର୍ବରୁ କୋରାପୁଟ ଜିଲ୍ଲାରୁ ଏପରି ଏକ ଖବର ଆସିଥିଲା। ଦଣ୍ଡ ଦେବାକୁ ଯାଇ ଜଣେ ନବମ ଶ୍ରୀଣୀ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ ଶିକ୍ଷକ। ଛାତ୍ର ଜଣଙ୍କ ତାର ସହପାଠୀ ଛାତ୍ରୀଙ୍କ ସହ କଥା ହେଉଥିବାର ଦେଖି ଶିକ୍ଷକ ଜଣଙ୍କ ଏପରି ଦଣ୍ଡ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.