ETV Bharat / bharat

ଦିଆସିଲି କାଠିରେ ଆର୍ମି ଟ୍ୟାଙ୍କ - ଦିଆସିଲି କାଠିରେ ଟ୍ୟାଙ୍କ

ଦିଆସିଲି କାଠିରେ ଟ୍ୟାଙ୍କ ତିଆରି କଲେ ପୁରୀର ଶ୍ବାଶତ ରଞ୍ଜନ ସାହୁ । ବୀର ଯବାନଙ୍କ ଶ୍ରଦ୍ଧାଞ୍ଜଳି ନିମନ୍ତେ କଲେ ଉତ୍ସର୍ଗୀକୃତ । ଅଧିକ ପଢନ୍ତୁ...

Young Odisha Artist Marks Army Day With Matchsticks Model Of Indian Army Tank
ଡିଆସିଲି କାଠିରେ ଆର୍ମି ଟ୍ୟାଙ୍କ
author img

By

Published : Jan 15, 2021, 4:34 PM IST

Updated : Jan 15, 2021, 6:54 PM IST

ପୁରୀ : 73 ତମ ସେନା ଦିବସରେ ବୀର ଯବାନଙ୍କ ତ୍ୟାଗକୁ ମନେ ପକାଉଛି ଦେଶ । ଏହି ଅବସରରେ ପୁରୀର 17 ବର୍ଷିୟ ଯୁବକ ଶାଶ୍ବତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ଏକ ଟ୍ୟାଙ୍କ । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ। ଏହି ଟ୍ୟାଙ୍କକୁ ତିଆରି କରିବା ପାଇଁ ସେ 22 ଶହ 54ଟି ଡିଆସିଲି କାଠି ଏଥିରେ ବ୍ୟବହାର କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ 6 ଦିନ ସମୟ ଲାଗିଥିଲା । ଦିଆସିଲି କାଠିରେ ତିଆରି ହୋଇଥିବା ଟ୍ୟାଙ୍କର ଉଚ୍ଚତା 9 ଇଞ୍ଚ ରହିଥିବା ବେଳେ ଓସାର ରହିଛି 8 ଇଞ୍ଚ । ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ସେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି । ସେନା ହେଉଛନ୍ତି ଦେଶରେ ପ୍ରକୃତ ହିରୋ । ଯେଉଁମାନେ ଆମ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କୁ ଶତ ସଲାମ ବୋଲି କହିଛନ୍ତି ଶାଶ୍ବତ ।

ଦିଆସିଲି କାଠିରେ ଆର୍ମି ଟ୍ୟାଙ୍କ

ତେବେ ଅନେକ ସମୟରେ ଆମେ ନିଆରା କଳାକୃତି ଦେଖିଛେ କିନ୍ତୁ ବୀର ଜବାନଙ୍କ ପ୍ରତି ଶାଶ୍ବତଙ୍କ ଏହି କଳାକୃତି ବେଶ ଚର୍ଚ୍ଚା ସାଉଁଟିଛି। ପୂର୍ବରୁ ନାଗାର୍ଜୁନ ବେଶ,ଗାଭାସ୍କର ଟ୍ରଫି ଭଳି ଅନେକ କଳାକୃତି ଦିଆସିଲ କାଠିରେ ଶାଶ୍ବତ ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ସେହିପରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଦିଆସିଲ କାଠିରେ ନିର୍ମାଣ କରିଥିବା ନାଗାର୍ଜୁନ ବେଶ କଳାକୃତିଟିକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେଷର ଗଣେଷୀ ଲାଲଙ୍କ ପୁରୀ ଗସ୍ତ ସମୟରେ ଶାଶ୍ବତ ତାଙ୍କୁ ପ୍ରଦାନ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 15, 2021, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.