ETV Bharat / bharat

କାନ୍ଥରେ ଲେଖିଲେ ସୁଇସାଇଡ୍‌ ନୋଟ୍‌, ପ୍ରେମିକା ପାଇଁ ହାରିଲେ ଜୀବନ - ଦଉଡ଼ି ଦେଇ ଆତ୍ମହତ୍ୟା

ପ୍ରେମରେ ହେଲେ ଅସଫଳ । ଆତ୍ମହତ୍ୟା କଲେ ଯୁବକ । ଏଭଳି ଘଟଣା ଗୁଜୁରାଟ ଗାନ୍ଧୀନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 5, 2023, 10:05 PM IST

ଗାନ୍ଧୀନଗର: ଆଜିକାଲିର ଯୁବପୀଢି ପ୍ରେମର ପରିଭାଷାକୁ ଅଲଗା ଅର୍ଥରେ ବୁଝିଛନ୍ତି । ପ୍ରେମରେ ଅସଫଳ ହେବା ପରେ ଜୀବନ ହାରିବାକୁ ମଧ୍ୟ ପଛାଉନାହାନ୍ତି । ଦେଶରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଗୁଜୁରାଟରେ ମଧ୍ୟ ଘଟିଛି ସମାନ ଘଟଣା । ପ୍ରେମରେ ଅସଫଳ ହେବା ପରେ ନିଜ ପ୍ରେମିକା ପାଇଁ ପତ୍ର ଲେଖି ଜୀବନ ହାରିଛନ୍ତି ଯୁବକ । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରେମ ସମ୍ବନ୍ଧୀୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା କୋଠରୀର କାନ୍ଥରେ ନିଜ ପ୍ରେମିକା ପାଇଁ ମେସେଜ ଛାଡ଼ି ଯାଇଛନ୍ତି । ସେ ଲେଖିଛନ୍ତି, "ମୁଁ ତୁମ ରାସ୍ତାରୁ ସବୁଦିନ ଲାଗି ହଟିଯାଉଛି । ଆଉ କେବେ ବି ଫେରିବିନି ।" ରାଜଧାନୀ ଗାନ୍ଧୀନଗର ଥାନା ଅଞ୍ଚଳର ଅମ୍ବିକାପୁରରେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ନାମ ପଙ୍କଜ ଟିପ୍ପୋ ବୋଲି ଜଣାପଡ଼ିଛି । ଯୁବକ ଜଣକ ଜଶପୁର ଜିଲ୍ଲାର ବଗିଚା ବ୍ଲକର ଭାଗବତପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସେ କିଛି ଦିନ ପୂର୍ବରୁ ନିଜ ଗାଁରୁ ଶଙ୍କରଗଡ଼ ଯାଇଥିଲେ । ଏଠାରେ ଜଣେ ବନ୍ଧୁ ମିଳିବା ପରେ ସେ ଅମ୍ବିକାପୁର ଫେରିଥିଲା । ଏହାପରେ ସୁଭାଷ ନଗରଠାରେ ଉଭୟ ଭଡ଼ା ଘରେ ରହୁଥିଲେ । ମୃତ ଯୁବକ ନିଜ ବନ୍ଧୁ ସହିତ ଶ୍ରମିକ ଭାବେ କାମ କରୁଥିଲା ।

ଏହା ବି ପଢନ୍ତୁ- ପନ୍ତ ହସ୍ପିଟାଲରେ ମହିଳାଙ୍କ ସହ ଦୁଷ୍କର୍ମ, ଅମାନବୀୟ କାଣ୍ଡ ପରେ ପୀଡ଼ିତାଙ୍କୁ ଆକ୍ରମଣ

କିଛି ଦିନ ପୂର୍ବରୁ ପଙ୍କଜ ଟିପ୍ପୋର ବନ୍ଧୁ ଏକ ବିବାହ ଲାଗି ନିଜ ଘରକୁ ଯାଇଥିଲେ । ଯେତେବେଳେ ସେ ସୁଭାଷ ନଗର ନିଜ ଭଡ଼ା ଘରକୁ ଫେରିଥିଲେ । ଏହି ସମୟରେ ରୁମ୍‌ ଭିତରୁ ବନ୍ଦ ଥିଲା । ସେ ପଙ୍କଜକୁ ଡାକିବା ପରେ ମଧ୍ୟ ସେ କବାଟ ଖୋଲିନଥିଲା । ଏହାପରେ ସେ ପଙ୍କଜକୁ ଫୋନ କରିଥିଲେ । ହେଲେ ଫୋନ ସ୍ବିଚ ଅଫ ଆସିଥିଲା । ଏହାପରେ ସେ ଯେତେବେଳେ ଛାତ ଉପରୁ କୌଣସି ମତେ ରୁମ ଭିତରକୁ ଦେଖିବା ଲାଗି ଉଦ୍ୟମ କରିଥିଲେ, ଏହାପରେ ତାଙ୍କର ହୋସ ଉଡ଼ିଯାଇଥିଲା । ପଙ୍କଜକୁ ସେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଏହାପରେ ପଙ୍କଜର ବନ୍ଧୁ ଗାନ୍ଧୀନଗର ପୋଲିସକୁ ଏ ନେଇ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଏହାପରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ଲାଗି ଅମ୍ବିକାପୁର ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ପ୍ରେମ ସମ୍ବନ୍ଧୀୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.