ଗାନ୍ଧୀନଗର: ନିଆଁ ଲଗାଇ କେଶ କାଟିବା ଆଜିକାଲି ଫ୍ୟାସନ ହୋଇଛି । କଇଁଚି ବଦଳରେ ସେଲୁନରେ ନିଆଁ ଲଗାଇ କେଶ କାଟିବାକୁ ପସନ୍ଦ କରୁଛନ୍ତି ଯୁବପୀଢି । ହେଲେ ଏହି ଫ୍ୟାସନ ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ସଦ୍ୟ ଚିତ୍ର ଆସିଛି ଗୁଜୁରାଟରୁ । ଗୁଜୁରାଟ ଭାପି ସହରରେ ଜଣେ ୧୮ ବର୍ଷୀୟ ଯୁବକ ମୁଣ୍ଡରେ ନିଆଁ ଲଗାଇ କେଶ କାଟିବା ବେଳେ ଜଳି ଯାଇଛନ୍ତି(Fire Haircut Attempt Goes Wrong) । ତାଙ୍କ ବେକ ଓ ଛାତିରେ ଗଭୀର ଆଘାତ ଆସିଛି । ଯାହା ପରେ ଯୁବକଙ୍କୁ ସୁରଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଭାପି ସହର ଅନ୍ତର୍ଗତ ଭଦାକମୋରା ଅଞ୍ଚଳରେ(Bhadakmora area) ଏହି ଘଟଣା ଘଟିଛି । ଆରିଫ ଶାହ ନାମକ ଯୁବକ(Arif Shah of Vapi) ଏଠାରେ ଏକ ସେଲୁନକୁ ଯାଇଥିଲେ । ଆଗକୁ ନୂଆବର୍ଷ ଥିବାରୁ ଷ୍ଟାଇଲିସ 'ଫାୟାର ହେୟାରକଟ୍' ପାଇଁ ସେଲୁନ ମାଲିକ ବଣ୍ଟିଙ୍କୁ କହିଥିଲେ । ଏଥିପାଇଁ ହେୟାର ଷ୍ଟାଇଲିଷ୍ଟ ପ୍ରଥମେ ଯୁବକଙ୍କ ମୁହଁକୁ ଏକ ଗାମୁଛାରେ ଢାଙ୍କିଥିଲେ । ଏହାପରେ ତାଙ୍କ ମୁଣ୍ଡରେ କ୍ରିମ୍ ଲଗାଇ ନିଆଁ ଲଗାଇ ଦେଇଥିଲେ । ହେଲେ ଏଥିରେ ଖୁବ୍ ଭୟଭୀତ ହୋଇପଡିଥିଲେ ଯୁବକ । ଜଳନ୍ତା ଅବସ୍ଥାରେ ସେ ହଠାତ୍ ଚେୟାର ଉଠି ଦୌଡିବାକୁ ଲାଗିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କ ମୁଣ୍ଡ ଉପରେ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକଙ୍କ ବେକ ଓ ଛାତିରେ ନିଆଁ ଲାଗିଯାଇଥିଲା । ଏହାପରେ ତାଙ୍କୁ ପ୍ରଥମେ ପାଖ ମେଡିକାଲରେ ଭର୍ତ୍ତି କରାଯିବା ପରେ ସୁରଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସମ୍ପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: Bangles Decoration: ୪ଲକ୍ଷ ଚୁଡ଼ିରେ ଝଲସିଲେ ମା' କନକଦୁର୍ଗା
ଯୁବକଙ୍କ ଏହି ଫାୟାର ହେୟାରକଟ୍ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଦେଖିବା ପରେ ଲୋକେ ନିଜ ହସ ଅଟକାଇ ପାରୁନାହାଁନ୍ତି(People can't stop laughing after watching video) ।