ETV Bharat / bharat

ଗୁଣି ଗାରେଡି ସନ୍ଦେହ, ଦାଦାର ବଂଶ ନିପାତ କଲା ପୁତୁରା

author img

By

Published : Jul 21, 2022, 9:21 AM IST

ଆନ୍ଧ୍ରପ୍ରଦେଶର ଗିଦାଲୁରୁରେ ଅଭାବନୀୟ ଘଟଣା । ଗୁଣି ଗାରେଡି ସନ୍ଦେହରେ ଦାଦାର ବଂଶ ନିପାତ କଲା ପୁତୁରା । ଅଧିକ ପଢନ୍ତୁ

ଯୁବକଙ୍କ ନୃଶଂସ କାଣ୍ଡ, ଗୁଣି ଗାରେଡି ସନ୍ଦେହରେ ଦାଦାର ବଂଶ ନିପାତ ପୁତୁରା

ଅମରାବତୀ: ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କ ନୃଶଂସ କାଣ୍ଡ । ପଥର ମାଡ କରି ଦାଦାର ବଂଶ ନିପାତ କଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗିଦାଲୁରୁରେ । ଗତ ୧୨ ତାରିଖରେ ଏଭଳି ଘଟଣା ଘଟିଥିବା ବେଳେ ଦାଦା ତିରୁମୁଲାଇ ଓ ତାଙ୍କ ପତ୍ନୀ ଏସଓ୍ବାରାମାଙ୍କ ମୃତ୍ୟୁ ହୋଇଛି । ସେହିପରି ତିରୁମୁଲାଇଙ୍କ ଗର୍ଭବତୀ ଝିଅ ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ସୂଚନା ଅନୁଯାୟୀ, ପୁତୁରା ମଲ୍ଲିକାର୍ଜୁନା ଯାଦବ ଦାଦା ତିରୁମୁଲାଇ ଗୁଣି ଗାରେଡିକୁ ନେଇ ପୂଜାର୍ଚ୍ଚନା କରୁଥିବା ସନ୍ଦେହରେ ହଠାତ୍‌ ଘରେ ପଶି ପଥରରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତିରୁମୁଲାଇ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ତିରୁମୁଲାଇଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୨ ଦିନ ଚିକିତ୍ସା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତିରୁମୁଲାଇଙ୍କ ଝିଅଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ସେ ଗର୍ଭବତୀ ଥିବାରୁ ଯୁବକଙ୍କ ଆକ୍ରମଣରେ ଗର୍ଭ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି । ଫଳରେ ଏବେ ମଧ୍ୟ ଚେତାଶୂନ୍ୟ ହୋଇ ରହିଛନ୍ତି ସ୍ବପ୍ନା । ଏହି ଘଟଣା ନେଇ ଗ୍ରାମରେ ଶୋକାର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.