ETV Bharat / bharat

ଯୁବକଙ୍କ ଅଦ୍ଭୁତ କଳା, ପାଣି ଉପରେ ପଦ୍ମାସନ ମୁଦ୍ରାରେ ବସିଲେ ଦୀର୍ଘ ଅଢେଇ ଘଣ୍ଟା

ସାଧାରଣତଃ ସନ୍ତରଣକାରୀମାନେ କିଛି ସମୟ ଲାଗି ପାଣିରେ ଭାସି ରହିପାରନ୍ତି । ହେଲେ ଏଠାରେ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ପଦ୍ମାସନ କରି ପାଣିରେ ଭାସମାନ ଅବସ୍ଥାରେ ରହିପାରୁଛନ୍ତି ଦୀର୍ଘ ସାଢେ ୨ ଘଣ୍ଟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

young man can float on water
young man can float on water
author img

By

Published : Mar 24, 2023, 10:01 PM IST

ବିଶାଖାପାଟନମ: ସନ୍ତରଣକାରୀମାନେ ବିନା ପହଁରି ପାଣିରେ କିଛି ସମୟ ପାଇଁ ରହିପାରନ୍ତି । ହେଲେ ଲଗାତାର ଭାବେ ପାଣିରେ ବିନା ପହଁରି ଭାସିବା ଏକ କଷ୍ଟକର କାର୍ଯ୍ୟ ହୋଇଥାଏ । ହେଲେ ଏହି ଯୁବକ ଜଣକ ନିକଟରେ ଅଦ୍ଭୁତ କଳା ରହିଛି । ସେ ଦୀର୍ଘ ୨ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପାଣିରେ ବିନା ପହଁରି ରହିପାରୁଛନ୍ତି । ପୁଣି ପଦ୍ମାସନ ମୁଦ୍ରାରେ । ଆଜ୍ଞା ହଁ ଯୁବକ ଜଣକ ପଦ୍ମାସନ ମୁଦ୍ରାରେ ପାଣି ଉପରେ ବସି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ ହାତେଇଛନ୍ତି । ଆନ୍ଧ୍ରପ୍ରଦେଶର ନାଣ୍ଡୟାଲା ଜିଲ୍ଲାର ଜଣେ ଯୁବକ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ଯୁବକ ଜଣକ ନାମ ହେଉଛି ଉପେନ୍ଦ୍ରମ ସୁଭାକର ରାଜୁ । ସେ ନାଣ୍ଡୟାଲା ଜିଲ୍ଲାର ଭେଥାଞ୍ଚରଲା ଟାଉନର ଅଧିବାସୀ । ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ କିନ୍ତୁ ତାଙ୍କ ପ୍ରତିଭା ବେଶ ବଳିଷ୍ଠ । ସେ ପିଲା ବେଳୁ କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିଲେ । ମଡନପାଲି ଅଞ୍ଚଳର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢି ସେ ୨୦୧୮ ମସିହାରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ଏବେ ସେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଛାତ୍ର ଜୀବନୀରୁ ସେ ଯୋଗ ଓ ଧ୍ୟାନ ପ୍ରତି ରୁଚି ରଖୁଥିଲେ ।

ଏହା ବି ପଢନ୍ତୁ- ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଗୁଳି କରି ଖସାଇଲା BSF

ଯୋଗଗୁରୁ ଯୋଗାନନ୍ଦ ଭାରତି ସ୍ବାମୀ ୨୦୧୪ ମସିହାରେ ପାଣିରେ ଭାସିବା ଅବସ୍ଥାରେ ଜଳ ପ୍ଲାବନୀ ପ୍ରଦର୍ଶିତ କରିଥିଲେ । ଗୋଦାବରୀ ନଦୀରେ ଏହି ଯୋଗାସନ କରିଥିବା ଖବର ନ୍ୟୁଜପେପରରେ ପଢିବା ପରେ ଏହି ଦିଗରେ ସୁଭାକର ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ସେ ଭିଜିଆନଗରମ ଜିଲ୍ଲାର ଏକ ଯୋଗାଶ୍ରମରେ ଏହି ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ବେଳକୁ ପାଣି ଉପରେ ଯୋଗାସନ କରି ଭାସିବା ଶୈଳୀରେ ସେ ପାରଙ୍ଗମତା ହାସଲ କରିଥିଲେ ।

ଏନେଇ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛି । ଏବେ ହାଇଦ୍ରାବାଦରେ କାର୍ଯ୍ୟରତ । ଯେତେବେଳେ ମୁଁ ଜଳ ପ୍ଲାବନୀ ସମ୍ପର୍କରେ ଜାଣିଥିଲି, ଏହାକୁ ସହଜରେ ବିଶ୍ବାସ କରିପାରିନଥିଲି । ଏହାପରେ ମୁଁ ଏ ନେଇ ଶିକ୍ଷା ଗ୍ରହଣ କରିଥିଲି । ମୁଁ ପ୍ରତିଦିନ ୩ଘଣ୍ଟା ଅଭ୍ୟାସ କରୁଥିଲି । ଏହାପରେ ପାଣିରେ ଯୋଗାସନ କରି ଭାସିବା ମୋ ପକ୍ଷେ ସହଜ ହୋଇଥିଲା । ୨୦୨୨ ଡିସେମ୍ବର ୨୮ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସ ପ୍ରତିଯୋଗିତାରେ ମୁଁ ଏହି ରେକର୍ଡ ହାତେଇଥିଲି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.