ହାଇଦ୍ରାବାଦ: ସାପ କାମୁଡି ଦେବାରୁ ସାପକୁ ମାଡି ବସିଲେ ଯୁବକ । ହାତରେ ଧରି ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲେ ( young man came to the hospital with a snake)। ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକ୍କାମାଗାଲୁରୁରେ । ଜିଲ୍ଲାର ତାରିକେରେ ସହରରେ ଏପରି ଏକ ଅଜବ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ସାପ କାମୁଡାର ଶିକାର ହୋଇଥିବା ଯୁବକ କୋଲକାତାର ଆସିଫ ଓ ସ୍ଥାନୀୟ ଅଞ୍ଚଳରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଆସିଫ କୋଲକାତାକୁ ଫେରିବା ପାଇଁ ରେଳ ଷ୍ଟେସନକୁ ଯାଉଥିବା ବେଳେ ସାପଟି ତାଙ୍କୁ କାମୁଡି ଦେଇଥିଲା । ସେ ଉକ୍ତ ସାପଟିକୁ କୌଶଳ କ୍ରମେ କାବୁ କରି ଧରିବା ସହ ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ଯୁବକଙ୍କ ହାତରେ ଥିବା ସାପକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ । ପରେ ତାଙ୍କ ହାତରୁ ସାପଟିକୁ ଉଦ୍ଧାର କରାଯାଇଥିଲା । ଆସିଫଙ୍କୁ ତାରିକେରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ସାପ ସହ ଯୁବକଙ୍କର ହସ୍ପିଟାଲକୁ ଯିବାର ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ