ETV Bharat / bharat

ନକଲି ନର୍ସିଂହୋମ ପର୍ଦ୍ଦାଫାସ ପଡିଲା ମହଙ୍ଗା, ଯୁବ ସାମ୍ବାଦିକଙ୍କୁ ଜିଅନ୍ତା ଜାଳି ଦେଲେ !

author img

By

Published : Nov 14, 2021, 10:50 AM IST

୪ ଦିନ ତଳେ ନିଖୋଜ ଥିବା ବିହାରର ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ନକଲି ନର୍ସିଂହୋମ ବାବଦରେ ଖବର ପ୍ରସାରଣ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବିହାରରେ ଚାଞ୍ଚଲ୍ୟ, ଯୁବ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

ପାଟନା: ୪ ଦିନ ତଳେ ନିଖୋଜ ଥିବା ବିହାରର ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ବିହାରର ମଧୁବାନି ଜିଲ୍ଲା ନିକଟସ୍ଥ ରାସ୍ତାକଡରୁ ଯୁବକଙ୍କ ପୋଡା ଶରୀର ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ ଜିଅନ୍ତା ଜାଳି ଦେଇଥିବା କୁହାଯାଉଛି । ତେବେ ମୃତ ଯୁବକ ଜଣକ ହେଉଛନ୍ତି ୨୨ ବର୍ଷିୟ ବୁଦ୍ଧନାଥ ଝା ଛଦ୍ମନାମ ଅବିନାଶ ।

ବୁଦ୍ଧନାଥ ସ୍ଥାନୀୟ ଏକ ୱେବ ପୋର୍ଟାଲରେ କାର୍ଯ୍ୟ କରୁଥିଲେ । ସେ ଏକ ଫେସବୁକ୍ ପୋଷ୍ଟ ଅପଲୋଡ୍ କରିବାର ଦୁଇ ଦିନ ପରେ ନିଖୋଜ ହୋଇଯାଇଥିଲେ, ଯେଉଁଥିରେ ନକଲି ମେଡିକାଲ୍ କ୍ଲିନିକ୍ ଖୋଲାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଥିଲେ । ତାଙ୍କର ଏହି କାର୍ଯ୍ୟ ଦ୍ବାରା କିଛି କ୍ଲିନିକ୍ ବନ୍ଦ ହୋଇଯାଇଥିଲା ଏବଂ ସେମାନଙ୍କ ଉପରେ ଜରିମାନା ମଧ୍ୟ ପକାଯାଇଥିଲା ।

ବୁଦ୍ଧନାଥଙ୍କୁ ଏହି ଖବର ପ୍ରସାରଣ ନ କରିବା ପାଇଁ ଲାଞ୍ଚ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା । ମାତ୍ର ସେ ତାଙ୍କ କାମରେ ନିବୃତ୍ତ ରହିନଥିଲେ । କିନ୍ତୁ ଶେଷରେ ନିରପେକ୍ଷ ଖବର ପ୍ରସାରଣ କରି ବୁଦ୍ଧନାଥଙ୍କୁ ଦୁର୍ବୃତ୍ତଙ୍କ ଶିକାର ହେବାକୁ ପଡିଛି ।

ତେବେ ଶେଷଥର ପାଇଁ ବୁଦ୍ଧନାଥଙ୍କୁ ମଙ୍ଗଳବାର ରାତି ପ୍ରାୟ 10ଟା ସମୟରେ ତାଙ୍କ ଘର ନିକଟରରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ଘରେ ଆଗରେ ଯାଉଥିବା, ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା । ଏହାପରେ ବୁଦ୍ଧନାଥଙ୍କ ବଡ ଭାଇ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ କେତେକ ନକଲି ନର୍ସିଂହୋମ ମାଲିକ ତାଙ୍କୁ ଲୋକ ଲଗାଇ ଅପହରଣ କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ ।

ବହୁ ଖୋଜାଖୋଜି ସତ୍ତ୍ବେ ବୁଦ୍ଧନାଥଙ୍କ ପତ୍ତା ମିଳିନଥିଲା । ଶୁକ୍ରବାର ବୁଦ୍ଧନାଥଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.