ETV Bharat / bharat

କାର୍ଗିଲ ବିଜୟ ଭୂମିରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, କହିଲେ ଆତଙ୍କୀର ଅନ୍ତ ଉତ୍ସବ ଦୀପାବଳି - ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ବାର୍ତ୍ତା

ଦୀର୍ଘ 8 ବର୍ଷ ହେବ ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମଧ୍ୟ ସୀମା ସୁରକ୍ଷାରେ ଥିବା ସେନାଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଗିଲରେ ଯବାନଙ୍କୁ ମିଠା ଖୁଆଇ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ

pm modi celebreted diwali with soldiers
ଯବାନଙ୍କ ସହ ଦୀପାବାଳି ପାଳିଲେ ପ୍ରଧାନମନ୍ତ୍ରୀ
author img

By

Published : Oct 24, 2022, 10:40 PM IST

ଶ୍ରୀନଗର: ଦେଶର ରକ୍ଷା କବଚ ସୀମା ସୁରକ୍ଷାରେ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ ଗସ୍ତ କରି କାର୍ଗିଲରେ ଯବାନଙ୍କ ସହ ଆଲୋକର ଉତ୍ସବ ମନାଇଛନ୍ତି ପିଏମ ମୋଦି । ହାତରେ ଦେଶମାତୃକାର ବୀର ପୁତ୍ରଙ୍କୁ ମିଠା ଖୁଆଇ ଦୀପାବଳି ପାଳନ କରିଛନ୍ତି ମୋଦି । ପରାକ୍ରମର ଏହି କାର୍ଗିଲ ମାଟିକୁ ପ୍ରଣାମ ଜଣାଇବା ପାଇଁ ଓ ବୀରପୁତ୍ରଙ୍କ ଗହଣରେ ଏହି ପର୍ବ ପାଳନ କରିବାକୁ ମୁଁ ଟାଣି ହୋଇ ଆସିଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଗିଲରେ ସମସ୍ତ ସେନାଙ୍କୁ ପରିବାର ବୋଲି କହିବା ସହ ସେମାନଙ୍କ ସହ ଦୀପାବଳି ଆହୁରି ଅଧିକ ମଧୁର ହୋଇଯାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ମୋର ଦୀପାବଳିର ପ୍ରକାଶ ତୁମ ଭିତରରେ ରହିଛି ଏବଂ ଆଗାମୀ ଦୀପାବଳି ପାଇଁ ପଥ ପ୍ରଶସ୍ଥ କରିଥାଏ । ଆପଣଙ୍କ ପାଖରେ ମୋ ଦୀପାବଳି ଖୁସି ଅଛି । ମୋ ସୌଭାଗ୍ୟ ସୀମାକୁ ଆସି ଆପଣଙ୍କ ସହ ଦୀପାବଳି ପାଳନ କରିବାର ଅବସର ମିଳିଛି । ଗୋଟିଏ ପଟେ ଦେଶର ସୀମା ଓ ତା ପାଇଁ ସମର୍ପିତ ସିପାହୀ ଅନ୍ୟପଟେ ମାତୃଭୂମିର ମମାତାମୟୀ ମାଟି ଓ ତାକୁ ଚନ୍ଦନ କରି ମଥାରେ ଲଗାଉଥିବା ବୀରପୁତ୍ରଙ୍କ ଦୀପାବଳି ପାଳନର ଏ ଖୁସି ଆଉ କେଉଠି ନାହିଁ । ସେନାବାହିନୀ ପାଇଁ ଆମ ସୀମା ସୁରକ୍ଷିତ ଅଛି । ତେଣୁ ଦେଶର ପ୍ରତିଟି ନାଗରିକ ଶାନ୍ତିରେ ଶୋଇ ପାରୁଛି । ସେମାନଙ୍କ ବଳିଦାନ ଦେଶକୁ ସର୍ବଦା ଗର୍ବିତ କରିବ ।''

ଭାରତ ତାର ପ୍ରତିଟି ପର୍ବକୁ ପ୍ରେମ ଓ ଶ୍ରଦ୍ଧାର ସହ ପାଳନ କରିଥାଏ । ସମଗ୍ର ଦୁନିଆକୁ ଏକାଠି କରି ପର୍ବ ପାଳନ୍ତି ଭାରତବାସୀ । ଆଜି କର୍ଗିଲର ଏ ବିଜୟ ଭୂମିରୁ ସମଗ୍ର ଦେଶବାସୀ ଓ ବିଶ୍ବକୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନ ସହ ଏମିତି କୌଣସି ଏକ ଯୁଦ୍ଧ ହୋଇନାହିଁ ଯେଉଁଠି କାର୍ଗିଲ ବିଜୟ ଧ୍ବଜା ଉଡାଇନାହିଁ । ଆଜିର ଏହି ପର୍ବ ସମଗ୍ର ବିଶ୍ବ ପାଇଁ ଶାନ୍ତିର ପଥ ପ୍ରଦର୍ଶକ କରୁ । ଏହା ଭାରତର କାମନା । ଦୀପାବଳି ଅର୍ଥ ଆତଙ୍କୀର ଅନ୍ତ ସହ ଉତ୍ସବ । ଯାହା କାର୍ଗିଲ କରିଥିଲା । କାର୍ଗିଲରେ ଆମ ସେନା ଆତଙ୍କୀଙ୍କୁ ଦମନ କରି ବିଜୟର ଦୀପାବଳି ପାଳନ କରିଥିଲେ । ଯାହାକୁ ଅତି ନକଟରୁ ଦେଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେବ ଭକ୍ତି ତ ସମସ୍ତେ କରନ୍ତି । ଦେଶ ଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଥିବା ସେ ମୁହୂର୍ତ୍ତକୁ ଭୁଲି ବା ଅସମ୍ଭବ । ଦେଶ ପାଇଁ ଏ ଜୀବନ ସମର୍ପିତ । ଆମ ଦେଳ କେବଳ ଭୌଗୋଳିକ ଭୂଖଣ୍ଡ ନୁହେଁ ଏକ ଜୀବନ୍ତ ବିଭୂତି ଏକ ଚିରନ୍ତର ଚେତନା । ଯେବେ ୟୁକ୍ରେନର ଯୁଦ୍ଧ ଆରମ୍ଭ ହେଲା ସେବେ ଆମ ତ୍ରିରଙ୍ଗା ସେଠାରେ ଫସିଥିବା ଭାରତୀୟଙ୍କ ସୁରକ୍ଷା କବଚ ହୋଇଥିବା ତାହା ସମସ୍ତେ ଦେଖିଛନ୍ତି । ବିଶ୍ବରେ ଭାରତର ଯେଉଁ ଅଗ୍ରଗତି ହେଉଛି ତାହା ସମସ୍ତଙ୍କ ସାମ୍ନାରେ ଅଛି କାରଣ ଭାରତ ତାର ବାହାର ଓ ଭିତର ଶତ୍ରୁଙ୍କ ସହ ସଫଳତାର ସହ ଲଢିଛି । ସେନା ସୀମାର କବଚ ହୋଇ ରହିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ଗୀତ ଗାଇଲେ ମିଠା ଖୁଆଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

କାର୍ଯ୍ୟକ୍ରମ ପରେ ମେଜର ଅମିତଙ୍କୁ ଭେଟିଥିଲେ। ଯାହାଙ୍କୁ ପୂର୍ବରୁ ସେ 2001 ଗୁଜୁରାଟର ବାଲାଚଣ୍ଡି ସୈନିକ ସ୍କୁଲରେ ଭେଟିଥିଲେ । ଶେଷରେ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.