ETV Bharat / bharat

ଯୋଗିନୀ ଏକାଦଶୀ, ଜାଣନ୍ତୁ କଣ ରହିଛି ମହତ୍ତ୍ବ... - ଯୋଗିନୀ ଏକାଦ

ଆଜି ଯୋଗିନୀ ଏକାଦଶୀ । 24 ଏକାଦଶୀ ମଧ୍ୟରୁ ଯୋଗିନୀ ଏକାଦଶୀ ଗୋଟିଏ । ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ବ...

ସୋମବାର ଯୋଗିନୀ ଏକାଦଶୀ, ଜାଣନ୍ତୁ କଣ ରହିଛି ମହତ୍ବ...

author img

By

Published : Jul 4, 2021, 9:11 PM IST

Updated : Jul 5, 2021, 7:00 AM IST

ନୂଆଦିଲ୍ଲୀ: ଆଜି (ସୋମବାର) ଯୋଗିନୀ ଏକାଦଶୀ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଯୋଗିନୀ ଏକାଦଶୀ ବ୍ରତ ପ୍ରଭାରୁ ଘରକୁ ସୁଖ ସମୃଦ୍ଧି ଓ ଶାନ୍ତି ଆଗମନ କରେ ।

ଯୋଗିନୀ ଏକାଦଶୀର ଉପବାସରେ ସମସ୍ତ ପାପର ବିନାଶ ଘଟେ । ତେବେ କଣ ଏହି ଯୋଗିନୀ ଏକାଦଶୀ ? କେଉଁ ତିଥିରେ ପଡେ ଏହି ଏକାଦଶୀ ? ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ବ...

ଚନ୍ଦ୍ରପକ୍ଷର ଏକାଦଶ ଦିବସ । ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣ ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳ ଏକାଦଶୀ ନାଁରେ ଗଣାଯାଏ । 24 ଏକାଦଶୀ ମଧ୍ୟରୁ ଯୋଗିନୀ ଏକାଦଶୀ ଗୋଟିଏ । ଆଷାଢ କୃଷ୍ଣ ପକ୍ଷ ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ ।

ଯୋଗିନୀ ଏକାଦଶୀ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଏକାଦଶୀ । କାରଣ ଏହାପରେ ପଡିଥାଏ ହରିଶୟନୀ ଏକାଦଶୀ । ହରିଶୟନୀ ଏକାଦଶୀରେ ଭଗବାନ ବିଷ୍ଣୁ ଆସନ୍ତା 4 ମାସ ଧରି ଯୋଗ ନିଦ୍ରାକୁ ଚାଲିଯାଆନ୍ତି । ଏହାପରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ ।

ଦୁଇଟି ମହତ୍ବପୂର୍ଣ୍ଣ ଏକାଦଶୀ ନିଜ୍ଜଳା ଏକାଦଶୀ ଓ ହରିଶୟନୀ ଏକାଦଶୀ ମଧ୍ୟରେ ପଡେ ଯୋଗିନୀ ଏକାଦଶୀ । ଏଥର 5 ଜୁଲାଇ ତଥା ଆଜି ଏହି ଏକାଦଶୀ ପାଳନ ହେବ ।

Last Updated : Jul 5, 2021, 7:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.