ETV Bharat / bharat

ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା: ସମ୍ମାନିତ ହେବେ 21 ହଜାର କୁଶଳୀ ଶ୍ରମିକ - Uttar Pradesh

ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନାରେ ୨୧ ହଜାର କୁଶଳୀ ଶ୍ରମିକଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ମାନିତ କରିବେ । ଆସନ୍ତା ଅଗଷ୍ଟ ୧୫ରେ କୁଶଳୀ ଶ୍ରମିକ ମାନଙ୍କୁ ମାନପତ୍ର ସହ ଏକ କିଟ ଦିଆଯିବ । ଅଧିକ ପଢନ୍ତୁ....

ବିଶ୍ୱକର୍ମା ଶ୍ରମ ସାମ୍ମାନ ଯୋଜନା:21 ହଜାର କୁଶଳୀ ଶ୍ରମିକ ହେବେ ସମ୍ମାନୀତ

author img

By

Published : Aug 8, 2021, 11:48 AM IST

ଲକ୍ଷ୍ନୌ : ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନାରେ ୨୧ ହଜାର କୁଶଳୀ ଶ୍ରମିକଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ମାନିତ କରିବେ । ଆସନ୍ତା ଅଗଷ୍ଟ ୧୫ରେ କୁଶଳୀ ଶ୍ରମିକ ମାନଙ୍କୁ ମାନପତ୍ର ସହ ଏକ କିଟ ଦିଆଯିବ । ଏହାସହ କେତେକ ଶ୍ରମିକଙ୍କ ସହ ଆଲୋଚନା ମଧ୍ୟ କରିବେ ।

ତାଲିମ ମାଧ୍ୟମରେ ଶ୍ରମିକମାନଙ୍କ ଦକ୍ଷତାକୁ ସମ୍ମାନିତ କରିବା ଏବଂ ସେମାନଙ୍କର ଉତ୍ପାଦନରେ ଉନ୍ନତି ଆଣିବା । ଏହାସହ ସେମାନଙ୍କୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା 26 ଡିସେମ୍ବର 2018 ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ମସ୍ୟଜୀବୀ ଟେଲର, କଳକାର, ସୁନା କାରିଗର, କୁମ୍ଭକାର, ଟୋକେଇ ବୁଣାକାରଙ୍କୁ ଅନ୍ତର୍ଭୁକ୍ତ ଅଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏମଏସଏମଇ) ନବନିତ ସେହଗାଲ କହିଛନ୍ତି ଯେ ଏହି ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ସରକାରୀ ଅନ୍ୟ ଯୋଜନା ସହ ଯୋଡିଛନ୍ତି।

ଏହି ଯୋଜନାରେ କେବଳ ଶ୍ରମିକମାନଙ୍କୁ କେବଳ ଯନ୍ତ୍ରପାତି ଦିଆଯାଇନଥାଏ । ବରଂ ପ୍ରଧାନ ମନ୍ତ୍ର ମୁଦ୍ରା ଯୋଜନା , ମୁଖ୍ୟମନ୍ତ୍ରୀ ସ୍ବରୋଜଗାର ଯୋଜନାରେ ଅନ୍ତଭୁକ୍ତ କରାଯାଇଛି । ଯେଉଁଥିରେ ହିତାଧିକାରୀମାନେ ନିଜ କାର୍ଯ୍ୟକୁ ବଢାଇବା ପାଇଁ ଲୋନ ନେଇ ପାରିବେ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10,161 ହିତାଧିକାରୀଙ୍କ ଖାତାକୁ 2020-21 ମସିହାରେ ପ୍ରାୟ 222 କୋଟି ଟଙ୍କାର ଲୋନ ଦିଆଯାଇଛି । ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା ଅଧୀନରେ ଶ୍ରମିକମାନଙ୍କୁ ଏକ ସପ୍ତାହ ବ୍ୟାପୀ ତାଲିମ ପାଇଁ ଚୟନ କରାଯାଇଥାଏ । ସେମାନଙ୍କୁ ତାଲିମ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ପ୍ରତିଦିନ 250 ଟଙ୍କା ପାରିଶ୍ରମିକ ଦିଆଯାଇଥାଏ । ଗତ ତିନିବର୍ଷ ମଧ୍ୟରେ ପ୍ରାୟ 68,000 କର୍ମଚାରୀଙ୍କୁ ବିଭିନ୍ନ ପାରମ୍ପାରିକ କ୍ଷେତ୍ରରେ ଆତ୍ମନିଯୁକ୍ତି ପାଇଁ ଉନ୍ନତ ଉପକରଣ ଯୋଗାଇ ଦିଆଯାଇଛି।

ଉତ୍ତରପ୍ରଦେଶରରେ ବସବାସ କରୁଥିବା କୁଶଳୀ ଶ୍ରମିକମାନଙ୍କ ଏହି ଯୋଜନା ଏକ ରୋଜଗାରର ମାଧ୍ୟମ ସାଜିଛି । ଯାହା ସେମାନଙ୍କୁ ସମାଜରେ ବଞ୍ଚିବାର ବାଟ ଦେଖାଇଛି । ଏହି ଅବସରରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ରାଜ୍ୟର ବିକାଶରେ ଶ୍ରମିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ କରନ୍ତି । ତେଣୁ ଶ୍ରମିକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି। ଶ୍ରମିକମାନଙ୍କ ପିଲାମାନଙ୍କ ପାଇଁ ରାଜ୍ୟର ପ୍ରତ୍ୟେକ ସର୍କଲରେ ଅଟଳ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଉଛି |

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.