ETV Bharat / bharat

ବୃଦ୍ଧ ପିତା-ମାତାଙ୍କୁ ହଇରାଣ କଲେ ସମ୍ପତ୍ତିରୁ ହେବେ ବେଦଖଲ - law that protects old parents

ଅମାନିଆ ସନ୍ତାନଙ୍କୁ ସାବାଡ କରିବାକୁ ୟୁପି ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ବୃଦ୍ଧ ପିତାମାତାଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି ଉତ୍ତରପ୍ରଦେଶ ସରକାର। ଅଧିକ ପଢନ୍ତୁ...

ୟୁପି ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ
ୟୁପି ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ
author img

By

Published : Apr 4, 2021, 1:26 PM IST

ଲକ୍ଷ୍ନୌ: ବୃଦ୍ଧ ପିତାମାତାଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି ଉତ୍ତରପ୍ରଦେଶ ସରକାର। ବୃଦ୍ଧ ପିତାମାତାଙ୍କ ଉପରେ ଦିନକୁ ଦିନ ନିର୍ଯ୍ୟାତନା ଘଟଣା ବୃଦ୍ଧି ପାଉଛି। ଯେଉଁଥିରେ ବୁଢା ପିତାମାତାମାନେ ନିଜ ସନ୍ତାନଙ୍କ ଦ୍ବାରା ପ୍ରତାରିତ ହେଉଛନ୍ତି । ଆଉ ଏମିତି ଘଟଣା ଉପରେ ଲଗାମ କଷିବା ସହ ବୃଦ୍ଧ ପିତାମାତାଙ୍କ ଦେଖାଶୁଣା କରିବାକୁ ୟୁପି ରାଜ୍ୟ ବିଧି ଆୟୋଗ ପକ୍ଷରୁ ଯୋଗୀ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି ।

ରାଜ୍ୟ ବିଧି ଆୟୋଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା କଲ୍ୟାଣ ଅଧିନିୟମ-2017 ରେ ସଂଶୋଧନ କରି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଆଇନରେ କାର୍ଯ୍ୟକାରୀ କରାଯାଇ ପାରିବ । ଯେଉଁଥିରେ ମାତା-ପିତାଙ୍କ ସହ କୌଣସି ଦୁର୍ବ୍ୟବହାର କରୁଥିବା ପୁଅଙ୍କୁ ମାତା-ପିତାଙ୍କ ସମ୍ପତ୍ତିରୁ ବେଦଖଲ କରାଯିବ ।

ମିଳିଥିବା ସୂଚନା ଅନୁସାରେ, ଯଦି କେହି ସନ୍ତାନ ବୃଦ୍ଧ ପିତା-ମାତାଙ୍କ ଠିକଭାବେ ଦେଖାଶୁଣା ନକରନ୍ତି, ତେବେ ସେମାନେ ସମ୍ପତିର ଉତ୍ତରାଧିକାରୀ ହୋଇପାରିବେ ନାହିଁ । ଯଦି ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଯାଏ, ତେବେ ବୃଦ୍ଧ ପିତାମାତାମାନେ ନିଜ ସନ୍ତାନଙ୍କୁ ଦେଇଥିବା ସମ୍ପତ୍ତି ବାବଦରେ ଅଭିଯୋଗ କରି ପୁଣି ନିଜ ସମ୍ପତି ଉପରେ ମାଲିକାନା ଫେରିପାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.