ETV Bharat / bharat

ଯୋଗୀଙ୍କ ବଡ ନିର୍ଦ୍ଦେଶ, ଧାର୍ମିକସ୍ଥଳୀରୁ ହଟିବ ବେଆଇନ୍ ଲାଉଡସ୍ପିକର - ଲାଉଡସ୍ପିକର ବିବାଦ ନେଇ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

ଉତ୍ତର ପ୍ରଦେଶରେ ଧାର୍ମିକ ସ୍ଥାନରୁ ହଟିବ ବେଆଇନ ଲାଉଡସ୍ପିକର । ନିର୍ଦ୍ଦେଶ ଦେଲେ ଯୋଗୀ ସରକାର । ଅଧିକ ପଢନ୍ତୁ

ଯୋଗୀ ସରକାରର ନିର୍ଦ୍ଦେଶ, ଧାର୍ମିକସ୍ଥଳୀରୁ ହଟିବ ଲାଉଡସ୍ପିକର

author img

By

Published : Apr 26, 2022, 8:53 PM IST

ଲକ୍ଷ୍ନୌ: ଧାର୍ମିକ ସ୍ଥାନରୁ ବେଆଇନ ଲାଉଡସ୍ପିକର ହଟାଇବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ ଆୱସ୍ତି ଧାର୍ମିକ ସ୍ଥାନରେ ଲଗାଯାଇଥିବା ବେଆଇନ ଲାଉଡସ୍ପିକର ହଟାଇବା ନେଇ ପୋଲିସ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଏହି ରିପୋର୍ଟକୁ ଏପ୍ରିଲ 30 ସୁଦ୍ଧା ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରିପୋର୍ଟ ଦାଖଲ କରାନଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ କହିଛନ୍ତି ଯେ ଏଥିପାଇଁ ସମସ୍ତ ଧାର୍ମିକସ୍ଥଳୀର କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ ତଥା ସମନ୍ୱୟ ଆଧାରରେ ବେଆଇନ ଲାଉଡ ସ୍ପିକର ହଟାଯିବା ଉଚିତ । ଅନେକ ଜିଲ୍ଲାରେ ଏହି ନିର୍ଦ୍ଦେଶାନାମା ପାଳନ କରାଯାଇଛି, କିନ୍ତୁ ଏବେ ମଧ୍ୟ ଅନେକ ଜିଲ୍ଲା ଅଛି ଯେଉଁଠାରେ ଏହାକୁ କଡାକଡି ପାଳନ କରାଯିବା ଆବଶ୍ୟକତା ରହିଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏପରି ଧାର୍ମିକ ସ୍ଥାନଗୁଡ଼ିକର ତାଲିକା ପୋଲିସ ଷ୍ଟେସନ ସ୍ତରରେ କରାଯିବା ଉଚିତ୍, ଯେଉଁଠାରେ ଦିଆଯାଇଥିବା ନିୟମ ଏବଂ ନିର୍ଦ୍ଦେଶ ପାଳନ କରାଯାଉନାହିଁ । ଏହାକୁ ଜିଲ୍ଲା ସ୍ତରରେ ସମୀକ୍ଷା କରାଯିବା ସହ ପାଳନ କରାଯିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.