ETV Bharat / bharat

UP Politics: ଗଙ୍ଗାରେ ବୁଡ ପକାଇବାକୁ ଡରୁଛନ୍ତି ଯୋଗୀ କହିଲେ ଅଖିଳେଶ

author img

By

Published : Dec 14, 2021, 3:51 PM IST

ଗଙ୍ଗାକୁ ପରିଷ୍କାର କରିବାକୁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ହେଲେ ୟୁପି ସିଏମ ଜାଣିଛନ୍ତି ଗଙ୍ଗା ନଦୀ ଅପରିଷ୍କାର । ତେଣୁ ସେ ବୁଡ ପକାଇବାକୁ ଏଡାଇ ଯାଇଛନ୍ତି । ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । ଅଧିକ ପଢନ୍ତୁ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ

ଲକ୍ଷ୍ନୌ: ଗଙ୍ଗାରେ ବୁଡ ପକାଇବାକୁ ଡରୁଛନ୍ତି ଯୋଗୀ ଆଦିତ୍ୟନାଥ । ସେ ଜାଣିଛନ୍ତି ଗଙ୍ଗା ପାଣି ଅପରିଷ୍କାର । ଗଙ୍ଗାକୁ ପରିଷ୍କାର କରିବାକୁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ହେଲେ ୟୁପି ସିଏମ ଜାଣିଛନ୍ତି ଗଙ୍ଗା ନଦୀ ଅପରିଷ୍କାର । ତେଣୁ ସେ ବୁଡ ପକାଇବାକୁ ଏଡାଇ ଯାଇଛନ୍ତି । ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ (Samajwadi Party chief Akhilesh Yadav)।

ଏଠି ବଡ ପ୍ରଶ୍ନ ଉଠୁଛି ଆଗାମୀ ଦିନରେ ଗଙ୍ଗା ନଦୀ କେବେ ପରିଷ୍କାର ହୋଇପାରିବ କି । ଗଙ୍ଗା ନଦୀ ସଫା ପାଇଁ ଟଙ୍କା ଭାସୁଛି ହେଲେ ନଦୀ ସଫା ହେଉନାହିଁ ବୋଲି କହିଛନ୍ତି ଅଖିଲେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ବାରଣାସୀ ଗସ୍ତରେ ଅଛନ୍ତି । ଗତକାଲି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବା ପୂର୍ବରୁ ଲଳିତ ଘାଟର ଗଙ୍ଗାନାଦୀରେ ବୁଡ ପକାଇଥିଲେ ମୋଦି । ଯାହାକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି ଅଖିଳେଶ ।

ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଏସପି ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଆକ୍ରମଣରେ ଅଖିଳେଶ ଯାଦବଙ୍କ ଏପରି ମନ୍ତବ୍ୟ ଦେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ କଥାବାଣରେ ଆଟାକ କରିଥିଲେ ଅଖିଳେଶ । ମୋଦିଙ୍କ ବାରଣାସୀ ଗସ୍ତ ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଯିବାରୁ ଲୋକମାନେ ସେମାନଙ୍କର ଶେଷ ଦିନ ବନାରସରେ ବିତାଉଥିବା କହିଥିଲେ ଅଖିଳେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.