ETV Bharat / bharat

ଯୋଗୀ କ୍ୟାବିନେଟରେ ଅସନ୍ତୋଷ, ଦଳିତ ବୋଲି ଅଣଦେଖା ହେଉଥିବା ଅଭିଯୋଗରେ ମନ୍ତ୍ରୀଙ୍କ ଇସ୍ତଫା

author img

By

Published : Jul 20, 2022, 6:47 PM IST

ଉତ୍ତର ପ୍ରଦେଶ ସରକାରରେ ଅସନ୍ତୋଷ । ଦଳିତ ବୋଲି ଅଣଦେଖା ଦେଉଥିବା ଅଭିଯୋଗରେ ଜଳସମ୍ପଦ ମନ୍ତ୍ରୀ ଦିନେଶ ଖାତିକଙ୍କ ଇସ୍ତଫା । ଅମିତ ଶାହଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଏକାଧିକ ସଙ୍ଗୀନ ଅଭିଯୋଗ । ଅନ୍ୟ ଜଣେ ଅସନ୍ତୁଷ୍ଟ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି । ଅଧିକ ପଢନ୍ତୁ

ଯୋଗୀ କ୍ୟାବିନେଟରେ ଅସନ୍ତୋଷ, ଦଳିତ ବୋଲି ଅଣଦେଖା ହେଉଥିବା ଅଭିଯୋଗରେ ଇସ୍ତଫା ଦେଲେ ଜଳସମ୍ପଦ ମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରେ ପକ୍ଷପାତିତା ଅଭିଯୋଗ । ଯୋଗୀ ସରକାର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି ଜଣେ ମନ୍ତ୍ରୀ । ଦଳିତ ହୋଇଥିବାରୁ ଦୀର୍ଘ ଦିନ ହେଲା ଅଣଦେଖାର ଶୀକାର ହେଉଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି ଯୋଗୀ କ୍ୟାବିନେଟର ଜଳସମ୍ପଦ ମନ୍ତ୍ରୀ ଦିନେଶ ଖାତିକ । ସେ ଗମ୍ଭୀର ଅସନ୍ତୋଷ ସହ ନିଜ ଇସ୍ତଫା ପତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଥିବା ମଧ୍ୟ ସୂଚନା ମିଳିଛି ।

ସେହିପରି ଅନ୍ୟ ଜଣେ ମନ୍ତ୍ରୀ ଜିତିନ ପ୍ରସାଦ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି । ଜିତିନ ପ୍ରସାଦ ମୁଖ୍ୟମନ୍ତ୍ରୀ ଯୋଗୀ କିମ୍ବା ରାଜ୍ୟ ନେତୃତ୍ବଙ୍କୁ ଅବଗତ ନକରି ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଫେରାଦ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏପରି ସମସ୍ୟା ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ସରକାରରେ କ୍ରମାଗତ ଦେଖିବାକୁ ମିଳୁଥିବା ବେଳେ, ପ୍ରଥମ କରି ବିଜେପି ଶାସିତ ରାଜ୍ୟରେ ନଜରକୁ ଆସିଛି ।

ଇସ୍ତଫା ଦେଇଥିବା ଜଳ ସମ୍ପଦ ମନ୍ତ୍ରୀ ଦିନେଶ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ସେ ଗତ 100 ଦିନ ହେଲାଣି କାର୍ଯ୍ୟ କରିବାକୁ ସୁଯୋଗ ପାଉନାହାନ୍ତି । ସେ ଜଣେ ଦଳିତ ହୋଇଥିବା କାରଣରୁ ତାଙ୍କୁ ସରକାରରେ ଉଚିତ ଗୁରୁତ୍ବ ମିଳୁନାହିଁ । ସେ ପ୍ରଦେଶର ଜଣେ ମନ୍ତ୍ରୀ ହୋଇଥିଲ ସୁଦ୍ଧା ପ୍ରଭାବହୀନ । ଏକାଧିକ ସରକାରୀ ବୈଠକରେ ମଧ୍ୟ ତାଙ୍କୁ ଅଂଶଗ୍ରହଣ କରିବା ପାଇଁ ଦିଆଯାଉନାହିଁ । ଯାହା ସେ ପ୍ରତିନିଧିତ୍ବ କରୁଥିବା ଦଳିତ ସମ୍ପ୍ରଦାୟ ପ୍ରତି ଅପମାନ ସୂଚକ ବୋଲି ସେ ଅଭିଯୋଗ କରିଛନ୍ତି । ଏପରି କାର୍ଯ୍ୟକଳାପ ତାଙ୍କୁ ବ୍ୟଥିତ କିରଥିବାରୁ ସେ ଇସ୍ତଫା ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି । ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳ ତାଙ୍କୁ ମନାଇବାକୁ ପ୍ରୟାସ କରୁଛି ।

ଅନ୍ୟପଟେ ଦ୍ବିତୀୟ ଅସନ୍ତୁଷ୍ଟ ମନ୍ତ୍ରୀ ଭାବେ ଦିଲ୍ଲୀରେ ଡେରା ପକାଇଥିବା ଜିତିନ ପ୍ରସାଦ ଗତବର୍ଷ କଂଗ୍ରେସ ଛାଡି ବିଜପିରେ ସାମିଲ ହୋଇଥିଲେ । ଦ୍ବିତୀୟ ଥର ପାଇଁ ସରକାର ଗଠନ କରିଥିବା ଯୋଗୀ କ୍ୟାବିନେଟରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପୂର୍ତ୍ତ ବିଭାଗ (PWD) ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ମିଳିଥିଲା । ତେବେ ଦୁର୍ନିତୀ ଅଭିଯୋଗରେ ତାଙ୍କ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିତିନ ପ୍ରସାଦ ଅସନ୍ତୁଷ୍ଟ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଉତ୍ତର ପ୍ରଦେଶରେ ଦ୍ବିତୀୟ ପାଳିର ନେତୃତ୍ବ ସମ୍ଭାଳୁଥିବା ଯୋଗୀଙ୍କ କ୍ୟାବିନେଟରେ ପ୍ରଥମ ଥର ପାଇଁ ମନ୍ତ୍ରୀଙ୍କ ଖୋଲାଖୋଲି ବିଦ୍ରୋହ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.