ETV Bharat / bharat

ମାଫିଆରାଜ ନେଇ ସପା ଉପରେ ଗର୍ଜିଲେ ଯୋଗୀ, କହିଲେ ମାଫିଆଙ୍କୁ ମାଟିରେ ମିଶାଇ ଦେବି - ଉତ୍ତର ପ୍ରଦେଶ ବଜେଟ ଅଧିବେଶନ

ଶୂନ୍ୟ ସହିଷ୍ଣୁତାର ସହ କାମ କରୁଛି ସରକାର । ମାଫିଆଙ୍କୁ ମାଟିରେ ମିଶାଇ ଦେବୁ । ଅପରାଧୀଙ୍କୁ ପାଳୁଛି ସମାଜବାଦୀ ପାର୍ଟି କହି ଗୃହରେ ଅଖିଳେଶଙ୍କୁ ଜବାବ ଦେଲେ ଯୋଗୀ । ଅଧିକ ପଢନ୍ତୁ

ମାଫିଆରାଜ ନେଇ ସପା ଉପରେ ଗର୍ଜିଲେ ଯୋଗୀ
ମାଫିଆରାଜ ନେଇ ସପା ଉପରେ ଗର୍ଜିଲେ ଯୋଗୀ
author img

By

Published : Feb 25, 2023, 5:47 PM IST

ମାଫିଆରାଜ ନେଇ ସପା ଉପରେ ଗର୍ଜିଲେ ଯୋଗୀ

ଲକ୍ଷ୍ନୌ: ବହୁଚର୍ଚ୍ଚିତ 2005 ମସିହା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଓ ତାଙ୍କର ଅଙ୍ଗରକ୍ଷୀଙ୍କୁ ଗତକାଲି (ଶୁକ୍ରବାର) ଗୁଳିକରି ହତ୍ୟା କରାଯିବା ପରେ ଏବେ ଉତ୍ତର ପ୍ରଦେଶ ରାଜନୀତି ପୁଣି ଥରେ ଉଷ୍ମ ହୋଇଛି । ଏହି ପ୍ରସଙ୍ଗ ଆଜି ବିଧାନସଭା ଗୃହରେ ମଧ୍ୟ ଉଠିଛି । ପ୍ରସଙ୍ଗରେ ଉତ୍ତର ରଖି ମାଫିଆରାଜ ଉପରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ସେ ରାଜ୍ୟରେ ମାଫିଆରାଜ ପାଇଁ ସିଧାସଳଖ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ଅପରାଧୀଙ୍କୁ ଟିକେଟ ଦେଇ ସପା ହିଁ ସାଂସଦ କରିଛି । ମାଫିଆଙ୍କୁ ଆଶ୍ରୟ ଦେଇ ଅପରାଧକୁ ପ୍ରତ୍ସାହିତ କରିଛି । ବର୍ତ୍ତମାନର ସରକାର ଅପରାଧ ଓ ମାଫିଆଗିରି ପ୍ରତି ଶୂନ୍ୟ ସହିଷ୍ଣୁତାର ସହ କାର୍ଯ୍ୟ ଜାରି ରଖିଛନ୍ତି । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ।

ଆଜି ଗୃହରେ ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ବେଶ ଉତ୍ତେଜିତ ଓ ଆକ୍ରମଣାତ୍ମକ ହୋଇପଡିଥିଲେ । କହିଥିଲେ, ‘‘ଗତକାଲିର ହତ୍ୟାକାଣ୍ଡ ଦୁର୍ଭାଗ୍ୟଜନକ । କିନ୍ତୁ କେଉଁମାନେ ଅପାରାଧୀଙ୍କୁ ଆଶ୍ରୟ ଦେଉଛନ୍ତି, ସେମାନଙ୍କୁ ପୋଷୁଛନ୍ତି । ଯେଉଁମାନଙ୍କ ନାମରେ ଅପରାଧିକ ମାମଲା ରହିଛି, ସେମାନଙ୍କୁ ସମାଜବାଦୀ ପାର୍ଟି ସିଧା ଟିକେଟ ଦେଇ ସଂସଦକୁ ପଠାଇଛି । ନିଜେ ଅପରାଧୀଙ୍କୁ ପାଳିବେ, ପରେ ତମାସା ଦେଖିବେ । ଯେଉଁ ମାଫିଆ ଅତିକ ଅହମ୍ମଦ ନାମରେ ମାମଲା ରହିଥିଲା, ତାକୁ ସପା ହିଁ ଟିକେଟ ଦେଇ ନିର୍ବାଚନ ଲଢାଇଥିଲା । ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ ବର୍ତ୍ତମାନର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ସରକାର ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରୁଛନ୍ତି । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ।’’

ଏହି ଆଲୋଚନା ବେଳେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମୁଖ୍ୟମନ୍ତ୍ରୀ ଯାଗୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା । ଗ୍ୟାଙ୍ଗଷ୍ଟାରରୁ ରାଜନେତା ହୋଇଥିବା ଅତିକ ଅହମ୍ମଦର ନାମ ନେଇ ଯୋଗୀ ସପାକୁ ଟାର୍ଗେଟ କରିଥିଲେ । ମହମ୍ମଦରେ ନାମରେ ଅପରାଧିକ ମାମଲା ଥିବା ସତ୍ତ୍ବେ ସପା ତାକୁ ଟିକେଟ ଦେଇଥିଲା ବୋଲି ଯୋଗୀ କହିଥିଲେ । ଅପରାଧୀ କେଉଁ ଦଳର ହେଉନା କାହିଁକି ତାକୁ ମାଟିରେ ମିଶାଇ ଦିଆଯିବ ବୋଲି ଯୋଗୀ କହିଥିଲେ ।

2005 ମସିହାରେ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଉମେଶ ପାଲ ଏହି ବହୁଚର୍ଚ୍ଚତ ରାଜନୈତିକ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ । ତାଙ୍କୁ ସୁରକ୍ଷା ମଧ୍ୟ ଯୋଗାଇଥିଲେ ସରକାର । ଗତକାଲି (ଶୁକ୍ରବାର ) ଦୁଇ ସରକାରୀ ସୁରକ୍ଷାକର୍ମୀଙ୍କ ସମେତ ଉମେଶଙ୍କ ଉପରେ ଗୁଳିମାଡ ହୋଇଥିଲା । ଏଥିରେ ଉମେଶ ଓ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା । 2005 ରେ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଫିଆ-ରାଜନେତା ଅତିକ ଅହମ୍ମଦ ରହିଛି । ଅହମ୍ମଦ ଏବେ ଗୁଜୁରାଟ ଜେଲରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.