ETV Bharat / bharat

କୋରୋନା କାଳରେ ଆଶାର ଆଲୋକ ଦେଖାଇଛି ଯୋଗ: ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି

ଦେଶ ଯେତେବେଳେ କୋରୋନା ମହାମାରୀ ସହିତ ଲଢେଇ କରୁଛି ସେହି ସମୟେ ଯୋଗ ଆଶାର ଆଲୋକ ପାଲଟିଛି । କୋରୋନାକୁ ହରାଇବା ପାଇଁ ଯୋଗରୁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jun 21, 2021, 9:48 AM IST

ନୂଆଦିଲ୍ଲୀ: ଆଜି ବିଶ୍ବ ଯୋଗ ଦିବସ । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କୁ ଭର୍ଚୁଆଲ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ସାରା ଦେଶ ଯେତେବେଳେ କୋରୋନା ମହାମାରୀ ସହିତ ଲଢେଇ କରୁଛି ସେହି ସମୟରେ ଯୋଗ ଆଶାର ଆଲୋକ ପାଲଟିଛି । କୋରୋନାକୁ ହରାଇବା ପାଇଁ ଯୋଗରୁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କୋରୋନା ପାଇଁ ପ୍ରାୟ ଦୁଇବର୍ଷ ହେବ ଭାରତରେ କୌଣସି ସାଧାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ । ହେଲେ ଯୋଗ ପ୍ରତି ଲୋକଙ୍କ ମନରେ ଉତ୍ସାହ କମିନାହିଁ । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ସୁସ୍ଥତା ପାଇଁ ଯୋଗ ଲୋକମାନଙ୍କୁ ଯୋଗ କରିବା ପାଇଁ ଉତ୍ସାହ ଯୋଗାଇଛି । ବିଭିନ୍ନ ରୋଗରୁ ମୁକ୍ତି ପାଇଁବା ପାଇଁ ମେଡିକାଲ ସାଇନ୍ସ ଯୋଗ ଉପରେ ଗୁରୁତ୍ବାରୋପ କରିଛି । ମୁଁ ପ୍ରାର୍ଥନା କରୁଛି ଯେ ଦେଶର ସମସ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶରେ ଖୁବ ଶୀଘ୍ର M- YOGA ଆପର ଶୁଭାରମ୍ଭ ହେବାକୁ ଯାଉଛି । ଯେଉଁଥିରେ ବିଭିନ୍ନ ଭାଷାରେ ଯୋଗ ସମ୍ବନ୍ଧୀୟ ତାଲିମ ଉପଲବ୍ଧ ହେବ । ଏହି ଆପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ହେବ । ଏହା ଆମକୁ 'ଏକ ବିଶ୍ବ ଏକ ସ୍ବାସ୍ଥ୍ୟ' ଉଦ୍ଦେଶ୍ୟରେ ସାହାଯ୍ୟ କରିବ । ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ଯୋଗକୁ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି । ଡାକ୍ତରଖାନାରେ ଯୋଗାଭ୍ୟାସ କରୁଥିବାର ଅନେକ ଚିତ୍ର ରହିଛି । ଯୋଗ ଦ୍ବାରା ଶ୍ବାସକ୍ରିୟାକୁ ଶକ୍ତି ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ରହିଛି ।

ମୋଦି ଆହୁରି କହିଛନ୍ତି ଅନେକ ଦେଶରେ ଯୋଗ ବାର୍ଷିକ ମହୋତ୍ସବ ନୁହେଁ । ଏହି କଷ୍ଟ ସମୟରେ ଏହାକୁ ଲୋକ ଭୁଲି ଯାଇଥାନ୍ତ ହେଲେ ଯୋଗ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବଢିଥିବା ଦେଖିବାକୁ ମିଳିଛି । ଯେତେବେଳ ଏହି ଅଦୃଶ୍ୟ ଭୂତାଣୁ ଦେଶରେ ତାଣ୍ଡବ ରଚିବା ଆରମ୍ଭ କଲା ସେତେବେଳେ ଦେଶ ଏହାର ମୁକାବିଲା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲା । ଆମେ ସମସ୍ତେ ଦେଖିଛୁ ଏହି ଘଡିସନ୍ଦି ମୂହୁର୍ତ୍ତରେ ସମସ୍ତଙ୍କୁ ଶକ୍ତି ପ୍ରଦାନ କରିଛି ଯୋଗ । ଯୋଗ ଆମକୁ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ଶକ୍ତି ଦେଇଥାଏ । ଯୋଗ ନକାରାତ୍ମକତାଠାରୁ ସୃଜନଶୀଳତାର ମାର୍ଗ ଦେଖାଏ ବୋଲି କହିଛନ୍ତି ମୋଦି ।

ମଣିଷ ଜୀବନରେ ଯୋଗର ଭୂମିକାକୁ ଦର୍ଶାଇ ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ । ମୋଦି ସରକାର ଗଠନ ହେବା ଠାରୁ 2015 ମସିହାରେ ପ୍ରଥମ ଥର ପାଇଁ ବିଶ୍ବ ଯୋଗ ଦିବସ ପାଳନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.