ETV Bharat / bharat

Yellow Alert In Delhi: ସ୍କୁଲ କଲେଜ ବନ୍ଦ, 50% କ୍ଷମତାରେ ଚାଲିବ ମେଟ୍ରୋ ଓ ରେସ୍ତୋରାଁ - Delhi CM Arvind Kejriwal on covid rising case

କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ଦିଲ୍ଲୀରେ Yellow alert ଜାରି । ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ ଟ୍ରେନ ଓ ରେସ୍ତୋରାଁ । ସ୍କୁଲ କଲେଜ, ସିନେମା ହଲ୍, ସ୍ପା, ଜିମ୍, ମଲ୍ଟିପ୍ଲେକ୍ସ ଆଦି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Yellow alert in Delhi: ଆଜି ଠାରୁ ରାତ୍ରି କର୍ଫ୍ୟୁ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ ଓ ରେସ୍ତୋରାଁ

author img

By

Published : Dec 28, 2021, 3:58 PM IST

Updated : Dec 28, 2021, 6:33 PM IST

ନୂଆଦିଲ୍ଲୀ: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣାକୁ ବୃଦ୍ଧି କରାଯିବା ସହ Yellow alert ଜାରି କରାଯାଇଛି । ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ(GRAP)ଅନୁସାରେ ସହରର ସମସ୍ତ ସର୍ବସାଧାରଣ ସ୍ଥାନ ପାଇଁ ଗାଇଡଲାଇନ ଜାରି କରିଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ, ଦିଲ୍ଲୀର ସମସ୍ତ ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ଗାଇଡଲାଇନ ଅନୁସାରେ, ଆଜି ଠାରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେବ । ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ଅନ୍ୟ ସମସ୍ତ ସାଧାରଣ ସ୍ଥାନ ଓ ପ୍ରତିଷ୍ଠାନରେ ମଧ୍ଯ ଭିଡ ନିୟନ୍ତ୍ରଣ ତଥା ହ୍ରାସ କରିବାକୁ ନିର୍ଦ୍ଦେଶ ରହିଛି । ଦିଲ୍ଲୀ ମେଟ୍ରୋ ସେବା, ରେସ୍ତୋରାଁ, ବାର୍ ଗୁଡିକ ମାତ୍ର ୫୦ ପ୍ରତିଶତ କ୍ଷମତା ସହ ଚଳାଇବା ପାଇଁ ନିର୍ଦ୍ଦେଶାନାମାରେ କୁହାଯାଇଛି ।

ସେହିପରି ସିନେମା ହଲ୍, ସ୍ପା, ଜିମ୍, ମଲ୍ଟିପ୍ଲେକ୍ସ, ଅଡିଟୋରିୟମ୍ ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଏହି ଗାଇଡଲାଇନ ତୁରନ୍ତ କର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ସେହିପରି ଏହି ନିୟମ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନେଇ ପାରନ୍ତି ଦିଲ୍ଲୀ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2021, 6:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.