ନୂଆଦିଲ୍ଲୀ: ଆସୁଛି ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇସାରିଛି ଏବଂ ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ଘୂର୍ଣ୍ଣିବଳୟ ଓ ପରେ ବାତ୍ୟାରେ ପରିଣତ ହେବା ନେଇ ଗତ ସପ୍ତାହରେ ପୂର୍ବାନୂମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (IMD) । ତେବେ ପରବର୍ତ୍ତୀ ସ୍ଥିତିରେ ଏହି ସମ୍ଭାବ୍ୟ ବାତ୍ୟା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରି ଆସନ୍ତା 21ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୂମାନ କରିଛି IMD ।
-
LPA over central parts of south Bay of Bengal become WML on 19th along & off A&N Islands, intensify into a depression by morning of 20th March and into a cyclonic storm on 21st March. To move nearly north-northeastwards and reach near Bangladesh-north Myanmar coasts on 22nd March pic.twitter.com/Iq4CVcwn44
— India Meteorological Department (@Indiametdept) March 17, 2022 " class="align-text-top noRightClick twitterSection" data="
">LPA over central parts of south Bay of Bengal become WML on 19th along & off A&N Islands, intensify into a depression by morning of 20th March and into a cyclonic storm on 21st March. To move nearly north-northeastwards and reach near Bangladesh-north Myanmar coasts on 22nd March pic.twitter.com/Iq4CVcwn44
— India Meteorological Department (@Indiametdept) March 17, 2022LPA over central parts of south Bay of Bengal become WML on 19th along & off A&N Islands, intensify into a depression by morning of 20th March and into a cyclonic storm on 21st March. To move nearly north-northeastwards and reach near Bangladesh-north Myanmar coasts on 22nd March pic.twitter.com/Iq4CVcwn44
— India Meteorological Department (@Indiametdept) March 17, 2022
ସଦ୍ୟତମ ପୂର୍ବାନୂମାନ:-
ଗତ ସପ୍ତାହରେ ପ୍ରକାଶ ପାଇଥିବା ପୂର୍ବ ତଥା ପ୍ରାରମ୍ଭିକ ଆକଳନ ଆନୁସାରେ, ଏହି ଘୂର୍ଣ୍ଣିବଳୟ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଆଡକୁ ଗତି କରିପାରେ ବୋଲି ଅନୁମାନ କରାଯାଇଥିଲା । ତେବେ ପରବର୍ତ୍ତୀ ସ୍ଥିତିକୁ ଦେଖି ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଏହାର ପ୍ରଭାବ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବ ଉପକୂଳରେ ଅନୁଭୂତ ହେବ ।
ମଙ୍ଗଳବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର (LPA) ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ଶନିବାର ସୁଦ୍ଧା ଓ୍ବେଲମାର୍କ ଲୋ-ପ୍ରେସରେ ପରିଣତ ହେବ । ପରେ ଏହା ଅବପାତରେ ପରିଣତ ହେବା ସହ ପ୍ରଭାବରେ ମାର୍ଚ୍ଚ 19 ତାରିଖରେ, ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୂମାନ ପ୍ରକାଶ ପାଇଛି ।
ପରେ କ୍ରମଶଃ ଏହା ଗଭୀର ଅବପାତ ଓ ପରେ ସାମୁଦ୍ରିକ ଝଡରେ ପରିଣତ ହେବା ସହ ଆଣ୍ଡାମାନ ଦ୍ବୀପପୂଞ୍ଜ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ସର୍ବାଧିକ ରହିଛି । ସେହିପରି ମାର୍ଚ୍ଚ 22 ରେ ଉତ୍ତର ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୂର୍ବଳ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଧିରେ ଧିରେ ଏହାର ଚିତ୍ର ସ୍ପଷ୍ଟ ହେଉଥିବାରୁ ଏହାର ଗତିପଥ, ପ୍ରଭାବ ନେଇ ନୂଆ ସୂଚନା ମିଳିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ