ETV Bharat / bharat

Yearender 2021: ଅକାଳରେ ଚାଲିଗଲେ ଗଣମାଧ୍ୟମ ଜଗତର ଉଜ୍ବଳ ତାରା

author img

By

Published : Dec 24, 2021, 8:01 AM IST

ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରେ ସାମ୍ବାଦିକଟିଏ । ସାମ୍ବାଦିକତାକୁ ଯେତିକି ସହଜ ଭାବୁଛେ ସେତିକି ସହଜ ନୁହେଁ । ପ୍ରତିଟି ମୂହୁର୍ତ୍ତରେ ସମ୍ବାଦିକର ଯୁଦ୍ଧ ଜାରି ଥାଏ । ନିଜ କର୍ମ କ୍ଷେତ୍ରରେ ମାଡିଚାଲେ ଆଗକୁ ଆଗକୁ । ଏହି ପରି କିଛି କର୍ମବୀର ସାମ୍ବାଦିକଙ୍କୁ ଆମେ ହରାଇଛେ । ଚଳିତ ବର୍ଷ ମହାମାରୀ କୋରୋନା, ଘଟଣା ଦୁର୍ଘଟଣା ଆମଠୁ ଅନେକ ସାମ୍ବାଦିକଙ୍କୁ ଛଡାଇ ନେଇଛି । କର୍ମ କରୁ କରୁ ନିଜ ଜୀବନକୁ ବାଜିରେ ଲଗାଇଥିବା କିଛି ସମ୍ବାଦିକଙ୍କୁ ନେଇ ଆମର ଏ ସ୍ବତନ୍ତ୍ର ରିପୋର୍ଟ...

ଅକାଳରେ ଚାଲିଗଲେ ଗଣମାଧ୍ୟମ ଜଗତର ଉଜ୍ବଳ ତାରା
ଅକାଳରେ ଚାଲିଗଲେ ଗଣମାଧ୍ୟମ ଜଗତର ଉଜ୍ବଳ ତାରା

ହାଇଦ୍ରାବାଦ: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ । ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ସରକାରଙ୍କ ନୀତି ନିୟମକୁ ଜନତାଙ୍କ ପାଖରେ ପହଞ୍ଚାଇ ଥାଏ ଗଣମାଧ୍ୟମ । ସାମ୍ବାଦିକ/ସାମ୍ବାଦିକା ଖାଲି ଏକ ଶବ୍ଦ ନୁହେଁ । ଏହା ଏକ ଗୁରୁଦାୟିତ୍ବ ।

ନୀତି ଆଦର୍ଶ, ମୂଲ୍ୟବୋଧ ଓ ଅଧିକାର ମଧ୍ୟରେ ରହି କର୍ତ୍ତବ୍ୟ କରିବା ହିଁ ସାମ୍ବାଦିକତା । ସରକାର-ଜନତା, ପକ୍ଷ-ବିପକ୍ଷ ମଧ୍ୟରେ ସେତୁ ଟିଏ ହେବା । ଜଣେ ସାମ୍ବାଦିକ ଟିଏ ପାଇଁ ଖବର ହେଉଛି ତାରି ପୁଞ୍ଜି । ଖବର ପାଇଁ ସେ ସବୁ ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରେ । ଖବର ପାଇଁ ସାମ୍ବାଦିକ ଟିଏ ସାତ ଦରିଆ ପାରି ହୋଇପାରେ, ଥଳଥଳ ଜଳରାଶିକୁ ଡେଇଁପାରେ, ଅଗ୍ନି ବିଭୀଷିକାରେ ଝାସ ଦେଇପାରେ, ବଣ ପାହାଡ ଦୁର୍ଗମ ପଥ ଅତିକ୍ରମ କରିପାରେ, ବିପଦ ଥିବା ସ୍ଥାନରେ ପାଦ ପକାଇ ପାରେ । କାରଣ ତାର ପାଠକ ଓ ଦର୍ଶକ ସ୍ବଚ୍ଛ, ନିରପେକ୍ଷ ଓ ସତ୍ୟ ଖବର ପାଆନ୍ତୁ ସେ ଚାହେଁ । ଆଉ ଏହି ଖବର କରୁ କରୁ ସାମ୍ବାଦିକ ଟିଏ ମଧ୍ୟ ଖବର ହୋଇଯାଏ... ବର୍ଷ 2021 ରେ ମଧ୍ୟ ଆମର ଅନେକ କର୍ମବୀର ସାଥୀ ସାମ୍ବାଦିକ ଖବର ପାଲଟିଛନ୍ତି । ଆସନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ‘ଫର୍ଦ୍ଦ-2021’ ରେ ସେମାନଙ୍କୁ ସ୍ମରଣ କରିବା...

ଅରିନ୍ଦମ ଦାସ

ଅରିନ୍ଦମ ଦାସ
ଅରିନ୍ଦମ ଦାସ

ସେ ବାତ୍ୟା ହେଉ କି ବନ୍ୟା ଲୋକଙ୍କୁ ସତର୍କ କରାଇବା ପାଇଁ ଅଶାନ୍ତ ସମୁଦ୍ର କୂଳରେ ଯିଏ ଛିଡା ହୋଉଥିଲେ ସେ ହେଉଛନ୍ତି ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ଡେଙ୍ଗା ପତଳା ନହକା ଚେହେରା ହେଲେ ସହାସ ଖୁବ ଅଧିକ । ଗ୍ରାଉଣ୍ଡ ଜିରୋର ହିରୋ ଥିଲେ ଅରିନ୍ଦମ । ଯେବେ ଯେବେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି କ୍ୟାମେରା ଆଗରେ ମୁଣ୍ଡରେ ଟୋପି ଓ ହାତରେ ବୁମ ଧରି ଲୋକଙ୍କୁ ସୂଚନା ଦେବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି ଅରିନ୍ଦମ । ଜଣେ ଯୁବ ସାମ୍ବାଦିକ ଭାବେ ବେଶ ସକ୍ରିୟ ଥିଲେ ଅରିନ୍ଦମ । ଦୁଃସାହସିକ ରିପୋର୍ଟିଂ ପାଇଁ ଜଣାଶୁଣା ଚେହେରା ପାଲଟିଥିଲେ ସେ । କେନ୍ଦୁଝର ଜିଲ୍ଲା ଅନନ୍ଦପୁରରେ ୧୯୮୨ରେ ଅରିନ୍ଦମଙ୍କ ଜନ୍ମ । ଛାତ୍ର ନେତାରୁ ସାମ୍ବାଦିକତାରେ ପାଦ ଥାପିଥିଲେ ଅରିନ୍ଦମ ।

ସେପ୍ଟେମ୍ବର ୨୪ ତାରିଖ ୨୦୨୧ ସବୁଦିନ ପରି ନିଜ କାମରେ ବାହାରି ଥିଲେ ଅରିନ୍ଦମ । କଟକ ମୁଣ୍ଡଳି ବ୍ୟାରେଜରେ ଫସିଥିଲା ହାତୀ । ଗଜରାଜ ଉଦ୍ଧାର ଅପରେସନର ଟିକନିକ ଖବର ଦେଉଥିଲେ ଅରିନ୍ଦମ । ଆଉ ଏହି ସମୟରେ ଘଟିଯାଏ ଅଘଟଣ । ଓଡ୍ରାଫ ବୋଟ ଓଲଟିପଡେ ମଝି ଦରିଆରେ । ଆଉ ଏହା ପରେ ଯାହା ଘଟିଲା ତାହା କଳ୍ପନା ବାହାରେ । ମହାନଦୀର ଆକାତ ପାଣିରେ ବୁଡିଯାଆନ୍ତି ଅରିନ୍ଦମ । ସାମ୍ବାଦିକ ଭାବେ ଲୋକଙ୍କ ହକ ପାଇଁ ଯେମିତି ଲଢୁଥିଲେ ଜୀବନ ବଞ୍ଚାଇବାକୁ ମଧ୍ୟ ଖୁବ ଲଢିଥିଲେ ହେଲେ ବିଧାତାର ନିୟମ କିଛି ଅଲଗା ଥିଲା । ଆଉ ସେ ଦୁର୍ଘଟଣା ଜଣେ ଯୁବ ସାମ୍ବାଦିକଙ୍କୁ ହରାଇଥିଲା । ଅକାଳ, ଅଦିନରେ....ଆଖି ବୁଜିଥିଲେ ଓଡିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ତଥା ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କ ଅକାଳ ବିୟୋଗରେ ସଭିଁଙ୍କ ଆଖିରେ ଧାର ଧାର ଲୁହ..ପାଟିରେ ଗୋଟିଏ କଥା..ଏ କଣ ହୋଇଗଲା ।

ସତ୍ୟଜିତ ମହାପାତ୍ର

ସତ୍ୟଜିତ ମହାପାତ୍ର
ସତ୍ୟଜିତ ମହାପାତ୍ର

ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିଥିଲେ ସତ୍ୟଜିତ । ନାଁ ଯେମିତି କାମ ବି ସେମିତି । ସତ୍ୟକୁ ଜିତିବା ପାଇଁ ସବୁବେଳେ କାର୍ଯ୍ୟରତ ଥିଲେ ସେ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହେଉଛି ସତ୍ୟଜିତଙ୍କ ଜନ୍ମମାଟି । ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତା ପେଶାକୁ ଆବୋରି ଥିଲେ ସତ୍ୟଜିତ। ଏବେ ଭୁବନେଶ୍ବରରୁ ପ୍ରକାଶିତ ଇଂରାଜୀ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ସେ । ଏହା ପୂର୍ବରୁ ଘରୋଇ ଟିଭି ଚ୍ୟାନାଲର ପ୍ରୋଗ୍ରାମିଂ ମୁଖ୍ୟ ଥିଲେ । ଅନେକ ପ୍ରୋଗ୍ରାମର ସୂତ୍ରଧର ଥିଲେ ସତ୍ୟଜିତ । ୨୦୦୮ରୁ ୨୦୧୫ ଯାଏଁ ସତ୍ୟଜିତ ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ ସତ୍ୟଜିତ । ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କରିଥିବା ସତ୍ୟଜିତ ପ୍ରୋଗ୍ରାମିଂ କ୍ଷେତ୍ରରେ ତାଙ୍କର ନୂଆ ନୂଆ ଚିନ୍ତାଧାରା ପାଇଁ ବେଶ ପରିଚିତ ଥିଲେ । ଇଟିଭିରେ ମଧ୍ୟ ସେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର ଭାବରେ କିଛି ବର୍ଷ କାମ କରିଥିଲେ ।

କୋରୋନାରେ ଆକ୍ରାନ୍ତ ହୋଇଥିଲେ ସତ୍ୟଜିତ । କୋରୋନାରେ ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିଲା । ଡାକ୍ତରୀ ଟିମ ତାଙ୍କୁ ବଞ୍ଚାଇବାରୁ ସବୁ ପ୍ରକାର ଚେଷ୍ଟା କରିଥିଲେ । ହେଲେ ମହାମାରୀ ପ୍ରକୋପ ସବୁକିଛି ଛାରଖାର କରିଦେଲା । ମାତ୍ର ୪୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ଏହି ନିର୍ଭୀକ ସାମ୍ବାଦିକ । ସତ୍ୟଜିତଙ୍କ ଦେହାନ୍ତରେ ସାମ୍ବାଦିକ ଜଗତ ପାଇଁ କ୍ଷତି ।

ମହମ୍ମଦ ଅସଲମ

ମହମ୍ମଦ ଅସଲମ
ମହମ୍ମଦ ଅସଲମ

ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭିକ ଚେହେରା । ଯିଏ ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକର କଥା, ଅତି ନିଖୁଣ ଭାବରେ ଉପସ୍ଥାପନ କରୁଥିଲେ । ଅନେକ ନିର୍ଭିକ ସାମ୍ବାଦିକ ଗଠନ କ୍ଷେତ୍ରର ଜଣେ ବିନ୍ଧାଣି । ସେ ଆଉ କେହି ନୁହନ୍ତି ଏକ ଘୋରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ମହମ୍ମଦ ଅସ୍‌ଲମ । ଦୀର୍ଘ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ମନରେ ଆସ୍ଥା ଭାଜନ କରିପାରିଥିଲେ । ଏହା ସହ ବର୍ତ୍ତମାନର ଯୁବ ସାମ୍ବାଦିକଙ୍କ ପାଇଁ ସେ ଥିଲେ ଜଣେ ପ୍ରେରଣା ଦାୟୀ । ଡିସେମ୍ବର ୯ ୨୦୨୧ବ୍ରେନ ହେମରେଜରେ ଦୁନିଆ ଛାଡି ଚାଲିଯାଇଛନ୍ତି ମହମ୍ମଦ ଅସ୍‌ଲମ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ମହମ୍ମଦଙ୍କର ଏମିତି ଅଦିନରେ ଝଡିଯିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଥିଲା ।

ଅମଜାଦ ବାଦଶାହା

ଅମଜାଦ ବାଦଶାହା
ଅମଜାଦ ବାଦଶାହା

୨୫ ଏପ୍ରିଲ ୨୦୨୧ । ଜଣେ ଯୁବ ସକ୍ରିୟ ସାମ୍ବାଦିକ ଅମଜାଦ ବାଦଶାହାଙ୍କୁ ହରାଇଥିଲୁ । ଅମଜାଦ ଖାଲି ଜଣେ ଦକ୍ଷ ସାମ୍ବାଦିକ ନଥିଲେ ଜଣେ ସାମାଜସେବୀ ଥିଲେ । ସାମ୍ବାଦିକ ତିଆରି କରିବାରେ ମଧ୍ୟ ଭୂମିକା ନିଭାଇ ଥିଲେ ଅମଜାଦ । ଏହାଠୁ ଉର୍ଦ୍ଧ୍ବରେ ଜଣେ ଭଲ ବ୍ୟକ୍ତିତ୍ବ ଥିଲେ । ତାଙ୍କ ଦେହାନ୍ତ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଅମଜାଦ୍ ଝାରସୁଗୁଡ଼ା ଓ ବଲାଙ୍ଗୀର ଭଳି ଜିଲ୍ଲାରେ ପ୍ରାୟ ଏକ ଦଶନ୍ଧିରୁ ଅଧିକ ହେବ ସକ୍ରିୟ ସାମ୍ବାଦିକ ଭାବେ କାମ କରି ଆସୁଥିଲେ । ସେ ପ୍ରଥମ ପର୍ଯ୍ୟାୟରେ 2007-09 ଇଟିଭି ନ୍ୟୁଜ ଚ୍ୟାନେଲରେ ଟିଟିଲାଗଡ ପ୍ରତିନିଧି ଭାବେ ସାମ୍ବାଦିକତା ଆରମ୍ଭ କରିଥିବାବେଳେ ପରେ 2014 ରୁ 2016 ମସିହା ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଥିଲେ ।

ଉଭୟ ପ୍ରିଣ୍ଟ ଓ ଟେଲିଭିଜନ ସାମ୍ବାଦିକତାରେ ଅଭିଜ୍ଞତା ସାଉଁଟିଥିବା ଅମଜାଦ ନିଜ ପେଶାଗତ ଜୀବନରେ ବେଶ ସୁନାମ ଅର୍ଜନ କରିଥିଲେ । ଏପ୍ରିଲ ୭ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅମଜାଦ । ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ଝାରସୁଗୁଡାରୁ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଜୀବନ ଯୁଦ୍ଧରେ ଜିତିବା ତାଙ୍କ ପାଇଁ ସହଜ ନଥିଲା । ଏପ୍ରିଲ ୨୫ରେ ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜିଥିଲେ ଅମଜାଦ । ତାଙ୍କ ଦେହାନ୍ତ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ରୋହିତ ସରଦାନା

ରୋହିତ ସରଦାନା
ରୋହିତ ସରଦାନା

ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ଅଲ ଇଣ୍ଡିଆ ରେଡିଓ ପରେ, ଇନାଡୁ ଟେଲିଭିଜନ (ETV) ରୁ ଆରମ୍ଭ କରିଥିଲେ ଟେଲିଭିଜନ ସାମ୍ବାଦିକତା । ସେତେବେଳେ ଇଟିଭି ହିନ୍ଦୀ ଚ୍ୟାନେଲରେ ଖବର ଉପସ୍ଥାପନା କରି ବିଭିନ୍ନ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା ।

ଭାରତର ଜାତୀୟ ଗଣମାଧ୍ୟମରେ ଏକ ନିର୍ଭୀକ ସଚ୍ଚୋଟ ସାମ୍ବାଦିକତା ସହ ଟିଭି ଉପସ୍ଥାପନାରେ ଏକ ରାଷ୍ଟ୍ରବାଦର ଛାପ ସୃଷ୍ଟି କରିଥିଲେ । ଜଣେ ସଚ୍ଚୋଟ ଓ ସାହାସୀ ସାମ୍ବାଦିକଙ୍କୁ ଛଡାଇ ନେଇଥିଲା ମହାମାରୀ କୋରୋନା। ଜଣେ ଦକ୍ଷ ସାମ୍ବାଦିକ ଲୋକଙ୍କ ସ୍ବର ସାଜୁଥିବା ଯୁବ ସାମ୍ବାଦିକଙ୍କୁ ଏପ୍ରିଲ ୩୦ ୨୦୨୧ରେ କୋରୋନା ଆମଠୁ ଛଡାଇ ନେଇଥିଲା । ରୋହିତଙ୍କ ଅକାଳ ନିଧନ ମିଡିଆ ପାଇଁ ଏକ ବିରାଟ କ୍ଷତି ହୋଇ ରହିଛି ।

ବିନୋଦ ଦୁଆ

ବିନୋଦ ଦୁଆ
ବିନୋଦ ଦୁଆ

ପ୍ରଖ୍ୟାତ ସାମ୍ବାଦିକ ଥିଲେ ବିନୋଦ ଦୁଆ । ସାମ୍ବିଦାକତାର ପରିଭାଷାରେ ପରବର୍ତ୍ତନ ଆଣିଥିଲେ ସେ । ସମ୍ବାଦ ପରିବେଶଣରେ ଆଣି ଥିଲେ ନୂଆ ପରିବର୍ତ୍ତନ । ଅନେକ ସମୟ ଧରି ଦୂରଦର୍ଶନ ଏବଂ NDTV ସହିତ କାର୍ଯ୍ୟ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ସହିତ ଉଚ୍ଚସ୍ତରକୁ ଯାଇଥିଲେ ।

ସବୁବେଳେ ସେ ସତ୍ୟ କହିବା ସହ କ୍ଷମତାକୁ ପ୍ରଶ୍ନ କରୁଥିଲେ । ଅଟଳ, ନିର୍ଭୀକ ତଥା ଅସାଧାରଣ ବ୍ୟକ୍ତତ୍ବ ଥିଲେ ବିନୋଦ । ୪୨ ବର୍ଷ ଧରି ସାମ୍ବାଦିକତା ଉତ୍କୃଷ୍ଟତାର ଶିଖର ପର୍ଯ୍ୟନ୍ତ ଯାଇ ସବୁବେଳେ ସତ୍ୟର ମାର୍ଗ ଆପଣେଇଥିଲେ । ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ କର୍ମୀ ଭାବେ ତାଙ୍କୁ ରାମନାଥ ଗୋଏଙ୍ଗା ପୁରସ୍କାର ମିଳିଥିଲା । ୨୦୦୮ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ କୋରୋନାରେ କୋଭିଡ ପରବର୍ତ୍ତୀ ଜଟିଳତା ପରେ ଚିକିତ୍ସିତ ହେଉଥିଲେ । ଡିସେମ୍ବର ୪, ୨୦୨୧ରେ ଏହି ଦକ୍ଷ ସାମ୍ବାଦିକଙ୍କୁ ଆମେ ହରାଇଥିଲୁ ।

ମାନସ ରଞ୍ଜନ ଜୟପୁରିଆ

ମାନସ ରଞ୍ଜନ ଜୟପୁରିଆ
ମାନସ ରଞ୍ଜନ ଜୟପୁରିଆ

ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କୁ ଆମଠୁ ଛଡାଇନେଇଛି କୋରୋନା ମହାମାରୀ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମାନସ ରଞ୍ଜନ ଜୟପୁରିଆ ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଓ ଖବରକାଗଜରେ କାମ କରିଥିଲେ। ଖୁବ ଖୁସ ମିଜାଜର ବ୍ୟକ୍ତିତ୍ବ ଥିଲେ ସେ । କିଛିମାସ ତଳେ ସେ କାର୍ଯ୍ୟରେ ଯୋଗଦେବା ଲାଗି ଦିଲ୍ଲୀ ଯାଇଥିଲେ। ଏହା ପରେ କୋରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ। ଦେହ ଖରାପ ହେବା ପରେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସସ୍ଥାନ ସମ୍ବଲପୁର ଫେରି ଆସିଥିଲେ। ମେ ୨୯, ୨୦୨୧ରେ ଦୁନିଆକୁ ଅଲବିଦା କହିଥିଲେ ସାମ୍ବିଦିକ ମାନସ ରଞ୍ଜନ ଜୟପୁରିଆ ।

ମନୋଜ ପାତ୍ର

ମନୋଜ ପାତ୍ର
ମନୋଜ ପାତ୍ର

ରାୟଗଡା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ହେଲେ ମୋନଜ ପାତ୍ର । ପରୋପକାରୀ ସାମ୍ବାଦିକତା ପରିଭାଷା ବୁଝିପାରୁଥିବା ବ୍ୟକ୍ତିତ୍ବ ଥିଲେ ସେ । ବରିଷ୍ଠଙ୍କୁ ସମ୍ମାନ କନିଷ୍ଠଙ୍କୁ ଆଦର ପ୍ରଦାନ କରୁଥିବା ମଣିଷ । ସାମ୍ବାଦିକତାକୁ ନିଶା କରି ନିଜର କଲମ ସାହାଯ୍ୟରେ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ଜଣେ ନିଷ୍ଠ।ପର, କର୍ମଠ, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ ଥିଲେ ମନୋଜ ।

ଡିସେମ୍ବର ୧୪, ୨୦୨୧ । ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ମନୋଜ । ହଠାତ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟରୁ ଘରକୁ ଫେରିବା ବେଳେ ଆକସ୍ମିକ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ତାଙ୍କୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଜଣେ କର୍ମବୀର ସାମ୍ବାଦିକଙ୍କୁ ଆମେ ହରାଇଥିଲୁ ।

ପ୍ରୀତିମାନ ମହାପାତ୍ର

ପ୍ରୀତିମାନ ମହାପାତ୍ର
ପ୍ରୀତିମାନ ମହାପାତ୍ର

ମେ ୧ ୨୦୨୧ ହଠାତ୍ ଗଣମାଧ୍ୟମ ପାଇଁ ଆସେ ଏକ ଦୁଃଖଦ ଖବର । କୋରୋନା ଛଡାଇନିଏ ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କୁ । କୋରୋନାରେ ଆକ୍ରାନ୍ତ ହୋଇ ପ୍ରୀତିମାନ ମହାପାତ୍ର ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଭଗବାନଙ୍କ ନିୟତୀ କିଛି ଅଲଗା ଥିଲା । ସବୁଦିନ ପାଇଁ ପ୍ରୀତିମାନ ଦୁନିଆରୁ ବିଦାୟ ନିଅନ୍ତି । ଇଂରାଜୀ ଦୈନିକ ପତ୍ରିକା ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସହ ସମ୍ପାଦକ ଭାବରେ କାର୍ଯ୍ୟରତ ଥିଲେ ପ୍ରୀତିମାନ ।

ରଘୁନାଥ ସାହୁ

ରଘୁନାଥ ସାହୁ
ରଘୁନାଥ ସାହୁ

ବୟସ ବା କେତେ ଏମିତି ହୋଇଥିଲା । ମାତ୍ର ୨୯ । ସାମ୍ବାଦିକତା କ୍ଷେତ୍ରରେ ଅନେକ କିଛି କରିବାର ସ୍ବପ୍ନ ଦେଖିଥିଲେ । ହେଲେ କୋରୋନା ସବୁ କିଛି ବଦଳାଇ ଦେଲା । ଅନୁଗୋଳର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କୁ ହରାଇଥିଲା ଓଡିଆ ଗଣମାଧ୍ୟମ ଜଗତ । ମେ ୨୮ ୨୦୨୧ରେ ରଘୁନାଥଙ୍କର ଆକାଳ ନିଧନ ହୋଇଥିଲା ।

ଦୁର୍ବାକ୍ଷ ବସ୍ତିଆ

ଦୁର୍ବାକ୍ଷ ବସ୍ତିଆ
ଦୁର୍ବାକ୍ଷ ବସ୍ତିଆ

ବୌଦ୍ଧ ଜିଲ୍ଲାର ଜଣେ ଗଣମାଧ୍ୟମ ପ୍ରତିନିଧି ହେଲେ ଦୁର୍ବାକ୍ଷ ବସ୍ତିଆ । କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତ ହୋଇଥିଲେ ଦୁର୍ବାକ୍ଷ । କିଛି ଦିନ ଧରି ଚିକିତ୍ସାଧୀନ ଥିଲେ ସେ । ମେ ୧୦ ତାରିଖରେ ଆକାଳରେ ଆଖି ବୁଜିଥିଲେ ଏହି ସାମ୍ବାଦିକ । ତାଙ୍କୁ ହରାଇ ସ୍ତବ୍ଧ ହୋଇଥିଲା ବୈଦ୍ଧ ଜିଲ୍ଲା ସାମ୍ବାଦିକ ସଂଗଠନ ।

କୈଳାସ ସାହୁ

କୈଳାସ ସାହୁ
କୈଳାସ ସାହୁ

ବଲାଙ୍ଗୀର ପାଟଣାଗଡ ଛାପା ଗଣାମାଧ୍ୟମର ଜଣେ ଜିଲ୍ଲା ପ୍ରତିନିଧି ଥିଲେ କୈଳାସ ସାହୁ । କୋରୋନାରେ ଆକ୍ରାନ୍ତ ହୋଇ ମେ ୧୬ ୨୦୨୧ରେ ଆଖି ବୁଜିଥିଲେ ଏହି ଗଣମାଧ୍ୟମ ପ୍ରତିନଧି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଜଣେ ସରଳ, ମିଷ୍ଠଭାଷୀ ଓ ମେଳାପୀ ବ୍ୟକ୍ତି ଥିଲେ ସେ । ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଆସୁଥିଲେ । ଅନେକ ଛାପା ଗଣମାଧ୍ୟମରେ କାର୍ଯ୍ୟ ତୁଲାଉଥିଲେ କୈଳାସ । ତାଙ୍କ ବିୟୋଗ ସାମ୍ବାଦିକ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ଯାହା କେବେ ପୂରଣ ହେବନାହିଁ ।

ଯତୀଶ ଖମାରୀ

ଯତୀଶ ଖମାରୀ
ଯତୀଶ ଖମାରୀ

କୋରୋନାରେ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କୁ ଆଖି ବୁଜିଥିଲେ । ଦୀର୍ଘ 25 ବର୍ଷରୁ ଅଧିକ ବର୍ଷ ସାମ୍ବାଦିକତା କରିଥିଲେ ଯତୀନ । ସମ୍ବାଦ ଦୈନିକ ଖବର କାଗଜରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ। ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏପ୍ରିଲ ୧୬,୨୦୨୧ରେ ଆଖି ବୁଜିଥିଲେ ଯତୀଶ ଖମାରୀ ।

ଆଉ ହାତଗଣତି ଦିନ କେଇଟା ପରେ ଶେଷ ହେବ ଚଳିତବର୍ଷ । ନୂଆ ଆଶା ଆକାକ୍ଷାଂ, ସମ୍ଭାବନା ନେଇ ଆସିବ ନୂଆବର୍ଷ । ନବବର୍ଷକୁ ସ୍ବାଗତ କରିବା ପାଇଁ ହେଲାଣି ସଜବାଜ । ବିଦାୟୀ ବର୍ଷ ୨୦୨୧ରେ କୋରୋନା ମହାମାରୀ କେବଳ ଭାରତ ନୁହେଁ ମହାମାରୀ ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି କରିଛି । ୨୦୨୧ ହସାଇଛି କମ କନ୍ଦାଇଛି ବେଶି । ଘଟଣା ଦୁର୍ଘଟଣା ଦେଇଛି ଦୁଃଖ । ଦେଶରେ ପାଖାପାଖି ୧୫୦ରୁ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ । ଓଡିଶାରେ ଯାଇଛି ୬୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ । ତଥାପି ଲୋକଙ୍କ ସ୍ବର ହେବେ ସାମ୍ବାଦିକ । ଅଟକିବନି ସେମାନଙ୍କ କଲମ ମୁନ । ସମାଜ ପାଇଁ କିଛି କରିବାର ଇଚ୍ଛା ପ୍ରତିବଦ୍ଧତା ତାଙ୍କୁ ନେଇଯିବ ଆଗକୁ ଆଗକୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.