ETV Bharat / bharat

ଗାଜାରେ ଇସ୍ରାଏଲର ଧ୍ବଂସଲିଳା, ବିଶ୍ବକୁ ସ୍ତବ୍ଧ କଲା ମାନବୀୟ ସଙ୍କଟର କରାଳ ରୂପ - ଇସ୍ରାଏଲ ହମାସ ଦ୍ବନ୍ଦ୍ବ

Israel-Palestine war: ଉଗ୍ରରୂପ ନେଲା ଗାଜା- ଇସ୍ରାଏଲ ଯୁଦ୍ଧ । ପ୍ରାୟ 20 ହଜାର ଲୋକଙ୍କ ପ୍ରାଣହାନୀ । ଧ୍ବଂସସ୍ତୂପରେ ପରିଣତ ହେଲା ଗାଜା ପଟି । ଅଧିକ ପଢନ୍ତୁ

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ
author img

By ETV Bharat Odisha Team

Published : Dec 21, 2023, 7:40 PM IST

ହାଇଦ୍ରାବାଦ: ବର୍ଷ-2023ର ଶେଷ ଭାଗରେ ଅଶାନ୍ତ ମଧ୍ୟପ୍ରାଚ୍ଯରେ ସୃଷ୍ଟି ହୋଇଥିବା ଯୁଦ୍ଧ ବିଶ୍ବ ରାଜନୈତିକ, ରଣନୈତିକ ଓ ସାମରିକ ଦୃଶ୍ୟପଟକୁ ପ୍ରଭାବିତ କରିଛି । ଦଶନ୍ଧି ଧରି ଆରବ ରାଷ୍ଟ୍ରସମୂହ ଓ ସଂଖ୍ୟାଲଘୁ ‘ଇହୁଦୀ’ ରାଷ୍ଟ୍ର ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଅତି ଭୟଙ୍କର ଯୁଦ୍ଧରେ ରୁପାରନ୍ତରିତ ହୋଇଛି । ମାନବ ସଭ୍ୟତାର ଇତିହାସରେ ଏକ କଳାଫର୍ଦ୍ଦ ଯୋଡିଛି ଇସ୍ରାଏଲ ଓ ପାଲେଷ୍ଟାଇନ ଅଧିକୃତ ଗାଜାପଟି ମଧ୍ୟରେ ଯୁଦ୍ଧ ଓ ମାନବୀୟ ସଙ୍କଟ । ଅକ୍ଟୋବର 7 ତାରିଖରେ ଗାଜାକୁ ନିୟନ୍ତ୍ରଣରେ ରଖିଥିବା ‘ହମାସ’ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଇସ୍ରାଏଲ । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ପ୍ରାୟ 19 ହଜାରରୁ ଅଧିକ ନାଗରିକଙ୍କ ପ୍ରାଣହାନୀ ଘଟିଛି । ଭୂମଧ୍ୟ ସାଗର ଉପକୂଳରେ ଥିବା 42 କି.ମି ଲମ୍ବ ଗାଜ ପଟି ଧ୍ବଂସସ୍ତୂପରେ ପରିଣତ ହୋଇଛି ।

ଗାଜାରେ ଇସ୍ରାଏଲର ଧ୍ବଂସଲିଳା
ଗାଜାରେ ଇସ୍ରାଏଲର ଧ୍ବଂସଲିଳା

ହମାସର ଆକ୍ରମଣରୁ ଯୁଦ୍ଧର ସୂତ୍ରପାତ:-

ପାଲେଷ୍ଟାଇନ ଅଧିକୃତ ‘ଗାଜା’ରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ଅକ୍ଟୋବର 7 ତାରିଖରେ ପ୍ରଥମେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ମାତ୍ର ପ୍ରାୟ ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡରେ ଇସ୍ରାଏଲର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’ ମଧ୍ୟ ଅଚଳ ହୋଇପଡିଥିଲା । ଏଥିରେ ପ୍ରାୟ 14ଶହ ସାଧାରଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଶତାଧିକ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଅପରହରଣ ମଧ୍ୟ କରିନେଇଥିଲା । ଶକ୍ତିଶାଳୀ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ପରେ ଏକ ଜରୁରୀ ବୈଠକ ଡାକି ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ।

ଇସ୍ରାଏଲ ଆରମ୍ଭ କରିଥିଲା ଅପରେସନ ‘ଆଇରନ ସୋର୍ଡ’:-

ଗାଜାରେ ଇସ୍ରାଏଲର ଧ୍ବଂସଲିଳା
ଗାଜାରେ ଇସ୍ରାଏଲର ଧ୍ବଂସଲିଳା

ଏହା ପରେ ଗାଜାରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସର ବାୟୁସେନା । ପୁରା ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରି ଆକ୍ରମଣ କରିଥିଲା ଇସ୍ରାଏଲ । ଫଳରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିଲା । ଖାଦ୍ୟ,ପାଣି, ଇନ୍ଧନ, ବିଜୁଳି ଅଭାବରେ ଅସ୍ତବ୍ୟସ୍ତ ହୋଇଥିଲେ ଗାଜାବାସୀ । ଏବେ ମଧ୍ୟ ଜାରି ରହିଥିବା ଏହି ଯୁଦ୍ଧରେ ଏବେ ସୁଦ୍ଧା ଗାଜାରେ ପ୍ରାୟ 19 ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି । ଜାତିସଂଘ, ଆରବ ରାଷ୍ଟ୍ର ସମୂହ ଓ ଅନ୍ୟ ଦେଶମାନେ ଇସ୍ରାଏଲର ଅପରେସନକୁ ବିରୋଧ କରୁଥିଲେ ମଧ୍ୟ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତାରେ ଏହି ଅପରେସନ ଜାରି ରଖିଛି ଇସ୍ରାଏଲ । ବିଶ୍ବବ୍ୟାପୀ ସମାଲୋଚନା ସତ୍ତ୍ବେ ମଧ୍ୟ ହମାସର ଅନ୍ତ ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ବିଶ୍ବ ବିରୋଧରେ ମଧ୍ୟ ଇସ୍ରାଏଲ ଯାଇପାରେ ବୋଲି ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଏବେ ଉତ୍ତର-ଗାଜାରେ ଆଉ ସାଧାରଣ ନାଗରିକ ନାହାନ୍ତି । ଦକ୍ଷିଣ ଗାଜା ଏବେ ଲକ୍ଷାଧିକ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଆଶ୍ରୟସ୍ଥଳ ପାଲଟିଛି ।

ହମାସର ଆକ୍ରମଣରୁ ଯୁଦ୍ଧର ସୂତ୍ରପାତ
ହମାସର ଆକ୍ରମଣରୁ ଯୁଦ୍ଧର ସୂତ୍ରପାତ

ଅକ୍ଟୋବର 27ରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ:-

ପ୍ରାୟ ମାସେ ବ୍ୟାପୀ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ କରିବା ପରେ ଇସ୍ରାଏଲ ସେନା ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ବା ସ୍ଥଳ ଅପରେସନ ଆରମ୍ଭ କରିଥିଲା । ହମାସ ଆତଙ୍କୀ ଗୋଷ୍ଠୀର ସର୍ବାଧିକ ନିୟନ୍ତ୍ରଣ ଓ ଏକାଧିକ ଠିକଣା ଏହି ଉତ୍ତର ଗାଜାରେ ରହିଥିବା କୁହାଯାଏ । ଉତ୍ତର ଗାଜାରେ ହମାସର ଏକାଧିକ ସୁଦୀର୍ଘ ସୁଡଙ୍ଗ ମଧ୍ୟ ରହିଛି । ଆତଙ୍କୀମାନେ ଏଠାରେ ଆତ୍ମଗୋପନ କରି ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିବା ପରେ ଇସ୍ରାଏଲୀ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିଲା । ଯାହା ଏକାଧିକ ପର୍ଯ୍ୟାୟର ଅସ୍ତ୍ରବିରତି ସତ୍ତ୍ବେ ମଧ୍ୟ ଏବେ ବି ଜାରି ରହିଛି ।

ଗାଜାରେ ମାନବୀୟ ସଙ୍କଟ
ଗାଜାରେ ମାନବୀୟ ସଙ୍କଟ

ମୃତାହତ ଓ କ୍ଷୟକ୍ଷତି:-

ଗାଜାର ଅଭିଯୋଗ ଅନୁସାରେ, ଏବେ ସୁଦ୍ଧା ପ୍ରାୟ 19 ହଜାରରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଛି । ସେମାନଙ୍କ ମଧ୍ୟରୁ 70 ପ୍ରତିଶତ କେବଳ ମହିଳା ଓ ଶିଶୁ ରହିଛନ୍ତି । 50 ହଜାରରୁ ଅଧିକ ଆହତ ନାଗରିକ ହୋଇଛନ୍ତି । ହଜାର ହଜାର ନାଗରିକ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଗାଜାରେ ମୋଟ 40 ହଜାର ଅଟ୍ଟାଳିକାର ଧ୍ବଂସସ୍ତୂପରେ ପରିଣତ ହୋଇଛି । ଯାହାକି ସହରର ମୋଟ 40 ପ୍ରତିଶତ ଭାଗ ସମୂର୍ଣ୍ଣ ଧ୍ବଂସ ହୋଇଯାଇଛି । ହେଲେ ଏହି ତଥ୍ୟକୁ ଇସ୍ରାଏଲ ପକ୍ଷରୁ ସମ୍ପୂର୍ଣ୍ଣ ସ୍ବୀକାର କରାଯାଇ ନାହିଁ । ସାଧାରଣ ଜନବସତି ଓ ହସ୍ପିଟାଲ ଓ ସ୍କୁଲ ପରି ସ୍ଥାନକୁ ଆତଙ୍କବାଦୀମାନେ ସେମାନଙ୍କ ଆଡ୍ଡା ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛି ଇସ୍ରାଏଲ ।

ଗାଜାରେ ଇସ୍ରାଏଲର ଧ୍ବଂସଲିଳା
ଗାଜାରେ ଇସ୍ରାଏଲର ଧ୍ବଂସଲିଳା

ବିଶ୍ବ ସମୂଦାୟର ଆଭିମୁଖ୍ଯ:-

ଏହି ଅତି ସମ୍ବେଦନଶୀଳ ଘଟଣାରେ ବିଶ୍ବ ସମୂଦାୟର ଆଭିମୁଖ୍ୟ ଅତି ଏକପାଖିଆ ପରି ଦୃଶ୍ୟମାନ ହୋଇଥିଲା । ଆରବ ରାଷ୍ଟ୍ରମାନେ ଇସ୍ରାଏଲକୁ ବିରୋଧ କରୁଥିବା ବେଳେ ଆମେରିକା ସମେତ ବ୍ରିଟେନ ଓ ଅନ୍ୟ ଏକାଧିକ ଶକ୍ତିଶାଳୀ ୟୁରୋପୀୟ ରାଷ୍ଟ୍ର ସିଧା ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହ ସହଯୋଗ ମଧ୍ୟ କରିଥିଲେ । ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଅମାନୁଏଲ ମାକ୍ରନ ପ୍ରମୁଖ ସିଧା ଟେଲ-ଆଭିଭରେ ପହଞ୍ଚି ନେତାନ୍ୟାହୁଙ୍କୁ ସମର୍ଥନ ଘୋଷଣା କରିବା ସହ ଇସ୍ରାଏଲର ସାମରିକ ଅପରେସନକୁ ପରୋକ୍ଷ ଗତି ଦେଇଥିଲେ । ଯାହା ଫଳରେ ଜାତିସଂଘ ମଧ୍ୟ ଏହି ଘଟଣାରେ ବେଶ ଅସହାୟ ନଜର ଆସିଥିଲା । ଜାତିସଂଘରେ ତୁରନ୍ତ ଗାଜାରେ ଅସ୍ତ୍ରବିରତି ଘୋଷଣା ଓ ମାନବୀୟ ସହାୟତା ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିବା ନେଇ ପାରିତ ପ୍ରସ୍ତାବକୁ ମଧ୍ୟ ଇସ୍ରାଏଲ ଗ୍ରହଣ କରିନଥିଲା ।

ଭାରତର ଆଭିମୁଖ୍ୟ:

ଇସ୍ରାଏଲ ଗଠନ ହେବା ବେଳେ ଏହାକୁ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଭାରତ ଗତ କେଇ ଦଶନ୍ଧି ମଧ୍ୟରେ ଇସ୍ରାଏଲ ସହ ଏକ ସୁସମ୍ପର୍କ ସୃଷ୍ଟି କରିଛି । ଉଭୟ ଦେଶ ସାମିରକ କ୍ଷେତ୍ରରେ ସହଯୋଗପୂର୍ଣ୍ଣ ଭାଗିଦାରୀରେ ମଧ୍ୟ ରହିଛି । ହମାସ ପକ୍ଷରୁ ଆକ୍ରମଣ ହେବା ପରେ ଭାରତ ତୁରନ୍ତ ଏହାକୁ ନିନ୍ଦା କରିଥିଲା । ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତି ନେଇ ଅବଗତ କରିଥିଲେ । ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବରେ ଭାରତ ମଧ୍ୟ ଭୋଟଦାନରୁ ବିରତ ରହିଥିଲା । ଆତଙ୍କବାଦର କୌଣସି ରୂପକୁ ଭାରତ ସମର୍ଥନ କରେ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା । ସେହିପରି ଗାଜାରେ ମାନବୀୟ ସହାୟତା ଯୋଗାଣ ଶୃଙ୍ଖଳା ଉପରେ ଭାରତ ଗୁରୁତ୍ବାରୋପ କରିବା ସହ ନିଜେ ମଧ୍ୟ ମାନବୀୟ ସହୟତା ସାମଗ୍ରୀ ପ୍ରେରଣ ମଧ୍ୟ କରିଥିଲା । ହେଲେ ଏହି ବହୁପୁରୁଣା ବିବାଦରେ ଭାରତ ପୂର୍ବପରି ଦୁଇ-ଦେଶ ନୀତି (ଟୁ ଷ୍ଟେଟ ପଲିସି)କୁ ଦୋହରାଇଥିଲା । ସ୍ପଷ୍ଟ ସୀମା ନିର୍ଦ୍ଧାରଣ ସହ ଏକ ସ୍ବତନ୍ତ୍ର ସାର୍ବଭୌମ୍ୟ ପାଲେଷ୍ଟାଇନ ଗଠନ ହିଁ ଏହି ବିବାଦର ସ୍ଥାୟୀ ସମାଧାନ ବୋଲି ଭାରତ ନିଜର ପୂର୍ବ ଆଭିମୁଖ୍ୟକୁ ପୁଣି ଥରେ ସାମ୍ନାକୁ ଆଣିଥିଲା ।

କତାର ମଧ୍ୟସ୍ଥତାରେ ଅସ୍ତ୍ରବିରତି:-

କତାର ଓ ଇଜିପ୍ଟର ମଧ୍ୟସ୍ଥତାରେ ଇସ୍ରାଏଲ ଯୁଦ୍ଧବିରତି ସ୍ବୀକାର କରିଥିଲା । ନଭେମ୍ବର 24 ରୁ ଡିସେମ୍ବର ପହିଲା ମଧ୍ୟରେ ଶେଷ ହୋଇଥିବା ଏହି ଯୁଦ୍ଧ ବିରତ ମଧ୍ୟରେ ଦୁଇ ପକ୍ଷ ସେମାନଙ୍କ ନିକଟରେ ବନ୍ଦୀ ଥିବା ପରସ୍ପରର ନାଗରିକଙ୍କୁ ମୁକ୍ତ କରିଥିଲେ । 80 ଇସ୍ରାଏଲୀ ନାଗରିକଙ୍କ ସହ ମୋଟ 105 ପଣବନ୍ଦୀଙ୍କୁ ହମାସ ମୁକ୍ତ କରିଥିବା ବେଳେ ଇସ୍ରାଏଲ ମଧ୍ୟ 240 ପାଲେଷ୍ଟାଇନଙ୍କୁ ମୁକ୍ତ କରିଥିଲା । ଏଥିରେ 107 ଶିଶୁ ମଧ୍ୟ ରହିଥିଲେ । ରେଡକ୍ରସ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଏହି ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ପୁଣି ଆକ୍ରମଣ ଫଳରେ ବନ୍ଦ ରହିଥିଲା ।

ଶତାଧିକ ଜାତିସଂଘ ପ୍ରତିନିଧି ମୃତ:-

ଏବେ ସୁଦ୍ଧା ମୋଟ 102 ଜଣ ଜାତିସଂଘ ସଦସ୍ୟଙ୍କ ମୃତ୍ୟୁ ହୋଇସାରିଲାଣି । ଜାତିସଂଘର ମାନବୀୟ ସହାୟତା ପ୍ରଦାନ ଓ ରିଲିଫ ମିଶନରେ ଏମାନେ ନିୟୋଜିତ ଥିଲେ । ପାଲେଷ୍ଟାଇନ ଶରଣାର୍ଥୀଙ୍କ ରିଲିଫ ଓ ଥଇଥାନ ପାଇଁ କାମ କରୁଥିବା ଜାତିସଂଘ ସଂସ୍ଥା (UNRWA)ର ତଥ୍ଯ ଅନୁସାରେ,ଏବେ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ଶହେ ପାର କରିସାରିଛି । ସଂସ୍ଥା ଆହୁର ମଧ୍ୟ କହିଛି, କୌଣସି ଅନ୍ତର୍ଜାତୀୟ ସଙ୍କଟ ସମୟରେ ଏହା ହେଉଛି ସର୍ବାଧିକ ଜାତିସଂଘ ସଦସ୍ୟଙ୍କ ପ୍ରାଣହାନୀ ଘଟଣା । ଏବେ ମଧ୍ୟ ଏହି ଯୁଦ୍ଧ ଜାରି ରହିଛି । ହମାସର ଆଡ୍ଡା ସମେତ ଏକାଧିକ ଆରବ ରାଷ୍ଟ୍ରରେ ଥିବା ଏହାର ଶୀର୍ଷ ନେତୃତ୍ବ ଓ ହମାସ କମାଣ୍ଡରମାନଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଇସ୍ରାଏଲ ଗୁଇନ୍ଦା ବିଭାଗ ଅପରେସନ ଜାରି ରଖିଥିବା କୁହାଯାଉଛି । ଇସ୍ରାଏଲ ସେନାର ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ଗାଜା ପଟି ପୁଣି ଥରେ ପାଲେଷ୍ଟାଇନ ନିୟନ୍ତ୍ରଣକୁ ଫେରିବ କି ନାହିଁ, କେବେ ସେଠାରେ ସ୍ଥିତିରେ ସୁଧାର ଆସିବ ଓ ମାନବୀୟ ସଙ୍କଟ ସ୍ବାଭାବିକତାରେ ବଦଳିବ, ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଥାପି ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଗଭୀର ଛାପ ଛାଡିଛି ଗାଜା ସଙ୍କଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.