ETV Bharat / bharat

Year Ender 2022: ବିଦାୟୀ ବର୍ଷରେ ବାହୁଡିଗଲେ ବିଶିଷ୍ଟ ବ୍ୟକ୍ତିତ୍ୱ, ବିୟୋଗରେ ଛଳଛଳ ଆଖି

author img

By

Published : Dec 28, 2022, 10:19 PM IST

ସରିବାକୁ ବସିଛି ବର୍ଷ ୨୦୨୨ । ୨୦୨୩କୁ ସ୍ବାଗତ କରିବା ପାଇଁ ସମସ୍ତେ ଆଗ୍ରହ, ଉତ୍କଣ୍ଠାର ଚାହିଁ ବସିଛନ୍ତି । ତେବେ ବର୍ଷ ୨୦୨୨ ଯେତିକି ଖୁସି ଦେଇଥିଲା ସେତିକି କନ୍ଦାଇଥିଲା ମଧ୍ୟ । ଏହି ବର୍ଷ ବହୁ ଜଣାଶୁଣା ବ୍ୟକ୍ତିତ୍ବ ଇହଧାମ ତ୍ୟାଗ କରିଛନ୍ତି । ଅକାଳରେ ବିଦାୟ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଆମର ଏହି ରିପୋର୍ଟ ଫର୍ଦ୍ଦ ୨୦୨୨....

Year Ender 2022
Year Ender 2022

ହାଇଦ୍ରାବାଦ: ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ । କିନ୍ତୁ ଆବାକ ଲାଗେ ଯେତେବେଳେ ଅକାଳରେ ଉଡିଯାଏ ଜୀବନ ହଂସ । କଳା, ସଂସ୍କୃତି, ଶିକ୍ଷା, ସାହିତ୍ୟ, ରାଜନୀତି, ମନୋରଞ୍ଜନ, କ୍ରୀଡା ଶିଳ୍ପ ଆଦି କ୍ଷେତ୍ରରେ ସ୍ବତନ୍ତ୍ର ପାଲଟିଥିବା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମେ ହରାଇଛୁ ବିଦାୟୀ ବର୍ଷରେ । ହେଲେ ସ୍ମରଣୀୟ ହୋଇରହିବ ସେମାନଙ୍କ ଅସ୍ତିମତ ବ୍ୟକ୍ତିତ୍ବ । ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୨ । କିନ୍ତୁ ଖଟାମିଠା ସ୍ମୃତି ଆମ ସହ ରହିଯିବ । ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ବର୍ଷ 2022 ରେ ଯେଉଁଭଳି ଭାବେ ଆମ ଗହଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଗଣ ଅଫେରା ରାଇଜକୁ ଫେରିଗଲେ ତାହାକୁ ମାନବ ଜାତି ସହଜେ ଗ୍ରହଣ କରିପାରୁ ନାହିଁ । ସେମାନେ ସିନା ଅଫେରା ରାଇଜରେ... ହେଲେ ଆମ ପାଇଁ ଛାଡି ଯାଇଛନ୍ତି ତାଙ୍କ କିର୍ତ୍ତୀରାଜିର ଅନେକ ଛାପ...। ତେବେ ଆସନ୍ତୁ ନଜର ପକାଇବା ସେହି ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ ଆମକୁ ଛାଡି ଯାଇଛନ୍ତି । ବର୍ଷ 2022ରେ ଆମର ସତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2022ରେ ....

Alizabeth II
Alizabeth II

1. ମହାରାଣୀ ଏଲିଜାବେଥ ଦ୍ବିତୀୟ(Alizabeth II)

7 ଦଶନ୍ଧି ରାଜତ୍ବର ଅନ୍ତ ଘଟାଇ ସେପ୍ଟେମ୍ବର ୯ତାରିଖରେ ଆଖି ବୁଜିଥିଲେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ । ରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ୨୫ ବର୍ଷ ବୟସରୁ ଗାଦି ସମ୍ଭାଳିଥିଲେ ୧୫ ଦେଶରେ ରାଜ କରିଥିଲେ ରାଣୀ । ୭୦ ବର୍ଷ ଶାସନ ଭାର ସମ୍ଭାଳିଥିଲେ ସେ ।ତାଙ୍କ ଶାସନ ସମୟରେ ବ୍ରିଟେନର ୧୫ ଜଣ ପ୍ରଧାନମନ୍ତ୍ରୀ ସେବା ପ୍ରଦାନ କରିଛନ୍ତି ।

Shinzo Abe
Shinzo Abe

2. ସିଞ୍ଜୋ ଆବେ(Shinzo Abe)

ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ସିଞ୍ଜୋ ଆବେ । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା । ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ସେ ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ।

Mulayam Singh Yadav
Mulayam Singh Yadav

3. ମୁଲାୟମ ସିଂହ ଯାଦବ(Mulayam Singh Yadav)

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଥିଲେ ମୁଲାୟମ ସିଂହ ଯାଦବ । ଉତ୍ତର ପ୍ରଦେଶର 3ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ସିଂହ ଯାଦବ । ସମାଜବାଦୀ ପାର୍ଟି (ସପା) ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମ 1939 ମସିହା ନଭେମ୍ବର 22ରେ ଇଟାବା ଜିଲ୍ଲା ସୋଫଇ ଗାଁର ଏକ ଚାଷୀ ପରିବାରରେ ହୋଇଥିଲା । ଜଣେ କୁସ୍ତିଯୋଦ୍ଧା ଭାବେ ଜଣାଶୁଣା ଥିଲେ ମୁଲାୟମ । ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ । 1967ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସମସ୍ତ ନିର୍ବାଚନରେ ବିଜୟୀ ହୋଇଥିଲେ । 1977ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଜନତା ପାର୍ଟି ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Lata Mangeshkar
Lata Mangeshkar

4. ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର (Lata Mangeshkar)

ଗତ ଫେବୃଆରୀ ୬ ତାରିଖରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଜୀବନ ଦୀପ ଲିଭିଯାଇଥିଲା । ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁର ସାମ୍ରାଜ୍ଞୀଙ୍କ ପରଲୋକକୁ ନେଇ ସବ୍ଧ ହୋଇଯାଇଥିଲା ବଲିଉଡ ଜଗତ । ୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି । ଏ ମେରେ ବତନ କେ ଲୋଗୋଁ ପରି ଗୀତରେ କେତେବେଳେ ଦେଶପ୍ରେମର ମିଳୁଥିଲା ଝଲକ ତ ଲଗଜା ଗଲେ, ପ୍ୟାର କା ନଗମା ଭଳି ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ ।

Bappi Lahiri
Bappi Lahiri

5.ବାପି ଲାହିରୀ (Bappi Lahiri)

ପପ୍-ସିଙ୍ଗର ବା ଗୋଲ୍ଡେନ ମ୍ୟାନ ବାପି ଲେହରୀ । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଏହି ସୁନାମଧନ୍ୟ ସିଙ୍ଗର । ସୁପରହିଟ୍ ଫିଲ୍ମ ଚଲତେ ଚଲତେ, କଭୀ ଅଲବିଦା ନା କେହେନା, ଆଇ ଆମ୍‌ ଏ ଡିସ୍କୋ ଡାନ୍ସର, ଶରାବୀ ଗୀତ ପାଇଁ ଘରେ ଘରେ ଲୋକପ୍ରୟତା ହାସଲ କରିବା ସହ ବଲିଉଡର ସେ ଥିଲେ ଡିସ୍କୋ କିଙ୍ଗ । ନିଜର ଭିନ୍ନ ରୂପ ଓ ଶୈଳୀ ପାଇଁ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ ।

KK
KK

6. କିଷ୍ଣକୁମାର କୁନ୍ନଥ(KK)

ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଯାଇଥିଲେ । 'ୟାରୋ' ଗୀତରୁ ସଫଳତାର ପାହାଚ ଚଢିଥିଲେ କେକେ । ଫିଲ୍ମ 'ହମ ଦିଲ ଦେ ଚୁକେ ହେ ସନମ'ର 'ତଡପ ତଡପ କେ ଇସ ଦିଲ ସେ' ଗୀତ ତାଙ୍କୁ ଆହରୁ ଲୋକପ୍ରିୟ କରାଇଥିଲା ।

ଏହା ମଧ୍ୟ ପଢନ୍ତୁ: Year Ender 2022: କ୍ରୀଡାଜଗତ ପାଇଁ କଳାଫର୍ଦ୍ଦ, ଅଫେରା ରାଇଜରେ ଅନେକ କ୍ରୀଡାବିତ

Mikhail Gorbachev
Mikhail Gorbachev

7. ମିଖାଇଲ ଗୋର୍ବାଚେଭ (Mikhail Gorbachev)

ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ (Mikhail Gorbachev) ଗତ ଅଗଷ୍ଟ ୩୦ ତାରଖରେ ପରଲୋକ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ୧୯୮୫ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଗୋର୍ବାଚେଭ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ । ଶୀତଳ ଯୁଦ୍ଧ ଶେଷ କରିବାରେ ମିଖାଇଲ ଗୋର୍ବାଚେଭ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୯୦ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Sidney Poitier
Sidney Poitier

8. ସିଡନୀ ପୋଏଟିୟର (Sidney Poitier)

ଏ ହେଉଛନ୍ତି ଜଣେ ଆମରିକାର ଆକ୍ଟର, ଫିଲ୍ମ ନିର୍ଦ୍ଦେଶକ । ସିଡନୀ ପୋଏଟିୟର ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଜାନୁଆରୀ ୬ ତାରିଖରେ ଆଖିବୁଜିଥିଲେ । ଏ ହେଉଛନ୍ତି ପ୍ରଥମ ଅଭିନେତା ଯିଏକି ଏକାଡେମୀ ପୁରସ୍କାର ପାଇଥିଲେ । ଏହାସହ ସେ ଗୋଲଡେନ୍ ଗ୍ଲୋବ ପୁରସ୍କାର,ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ କଳା ପୁରସ୍କାର (BAFTA) ଏବଂ ଶ୍ରେଷ୍ଠ ସ୍ପୋକେନ୍ ୱାର୍ଡ ଆଲବମ ପାଇଁ ପୁରସ୍କାର ପାଇଥିଲେ ।

Shane Warne
Shane Warne

9. କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣ (Shane Warne)

ଅଗଷ୍ଟ ୪ ତାରିଖରେ ଅଷ୍ଟ୍ରେଲୀୟ କ୍ରିକେଟ କମ୍ବଦନ୍ତୀ ତଥା କ୍ରିକେଟ ଇତିହାସରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଗ ସ୍ପିନର ସେନ ୱାର୍ଣ୍ଣଙ୍କ ପରଲୋକ ହୋଇଥିଲା । ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୫୨ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଟେଷ୍ଟ କ୍ରିକେଟରେ କିମ୍ବଦନ୍ତୀ ସ୍ପିନର ୱାର୍ଣ୍ଣଙ୍କ ନାମରେ ରେକର୍ଡ ୭୦୮ ୱିକେଟ ରହିଛି । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ମୁଥୟା ମୂରଲିଧରନଙ୍କ ପରେ ଟେଷ୍ଟ ୱିକେଟ ସଂଖ୍ୟାରେ ଦ୍ବିତୀୟ ସର୍ବାଧିକ ।

Abhijit Sen
Abhijit Sen

10. ଅଭିଜିତ ସେନ (Abhijit Sen)

ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ମାତ୍ର ୭୨ ବର୍ଷ ବୟୟସରେ ଅର୍ଥନୀତିଜ୍ଞ ଅଭିଜିତ୍ ସେନଙ୍କ ପରଲୋକ ଘଟିଥିଲା । ଅର୍ଥନୀତିଜ୍ଞ ଅଭିଜିତ୍ ସେନ୍ ଯୋଜନା ଆୟୋଗର(Planning Commission) ପୂର୍ବତନ ସଦସ୍ୟ ଥିଲେ । ଚାରି ଦଶକରୁ ଅଧିକ ସମୟ ଧରି ସେ ଦିଲ୍ଲୀ ସ୍ଥିତ ଜବହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ(Jawaharlal Nehru University)ରେ ଅର୍ଥନୀତି ପଢାଇଥିଲେ । ଏହାବ୍ୟତୀତ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ସେ କମିଶନ ଅଫ୍ ଅଗ୍ରିକଲଚରାଲ କଷ୍ଟ ଆଣ୍ଡ ପ୍ରାଇସ ସମେତ ଅନେକଗୁଡିଏ ସରକାରୀ ପଦବୀରେ ରହିଥିଲେ ।

Jamshed J Irani
Jamshed J Irani

11.ଷ୍ଟିଲ ମ୍ୟାନ ଜମସେଦ ଜେ ଇରାନୀ (Jamshed J Irani)

ପୂର୍ବତନ ଟାଟା ଷ୍ଟିଲ ଏମଡି ତଥା ପଦ୍ମଭୂଷଣ ଜମସେଦ ଜେ ଇରାନୀ ତଥା ଦେଶରେ ଷ୍ଟିଲ ମ୍ୟାନଙ୍କର ଅକିଟୋବର ୩୧ ତାରିଖରେ ଦେହାନ୍ତ ହୋଇଥିଲା । ୮୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାହ କରିଥିଲେ । ଚାରି ଦଶନ୍ଧୀ ଧରି ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି । ୧୯୬୩ରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୧୯୬୮ରେ ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୭୯ରେ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ ।

Rakesh Jhunjhunwala
Rakesh Jhunjhunwala

12. ରାକେଶ ଝୁନଝୁନଓ୍ବାଲା (Rakesh Jhunjhunwala)

ଚଳିତ ବର୍ଷ ଭାରତୀୟ ପୁଞ୍ଜି ବଜାରର ବିଗ୍ବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ଶିଳ୍ପ ଜଗତ । ଅଗଷ୍ଟ ୧୪ ତାରିଖରେ ହୃଦଘାତରେ ଝୁନଝୁନୱାଲଙ୍କ ମୃତ୍ୟୁ ହୋଇଥିଲା । ୧୯୮୫ରେ ନିଜର କଲେଜ ପାଠପଢା ସମୟରେ ମାତ୍ର ୫ ହଜାର ଟଙ୍କାରେ ଝୁନଝୁନୱାଲା ଶେୟାର ମାର୍କେଟରେ ପ୍ରବେଶ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ମୋଟ ସମ୍ପତ୍ତି ୫.୫ ବିଲିୟନ ଡଲାର ଥିଲା । ଭାରତର ସବୁଠୁ ବଡ ନିବେଶକ ଝୁନଝୁନୱାଲା ଆକାଶ ଏୟାରର ପ୍ରତିଷ୍ଠାତା ଥିଲେ ।

Vikram Gokhale
Vikram Gokhale

13. ବିକ୍ରମ ଗୋଖଲେ (Vikram Gokhale)

ବଲିଉଡ୍‌ ଏବଂ ଟିଭି ଦୁନିଆର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଗତ ନଭେମ୍ବର ୨୬ ତାରିଖରେ ଆଖି ବୁଜିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ବିକ୍ରମ ଗୋଖଲେ ଏକ ଚଳଚ୍ଚିତ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଅଣଜେଜେମା’ଙ୍କ ଠାରୁ ପରିବାରରେ ଅଭିନୟ ଆରମ୍ଭ ହୋଇଥିଲା। ୧୯୯୦ରେ ସେ ଅମିତାଭ ବଚ୍ଚନଙ୍କ ଅଗ୍ନିପଥରେ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ହମ ଦିଲ ଦେ ଚୁକେ ସନମ(୧୯୯୯) ରେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପା ଭୂମିକାରେ ଦେଖିବାକୁ ମିଳିଥିଲେ। ଏହା ବ୍ୟତୀତ ଅଭିନେତା ଭୁଲ୍‌ ଭୁଲୈୟା, ଦିଲ୍‌ ସେ, ଦେ ଦନା ଦନ, ହିଚକୀ, ନିକମ୍ମା, ମିଶନ ମଙ୍ଗଲ ଭଳି ଅନେକ ବଲିଉଡ ହିଟ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଥିଲା ବଲିଉଡ ଜହତ ।

14. ରାହୁଲ ବଜାଜ(Rahul Bajaj)

Rahul Bajaj
Rahul Bajaj

ପ୍ରତିଷ୍ଠିତ ଶିଳ୍ପପତି ତଥା ବଜାଜ ମୋଟର୍ସ ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ଚଳିତ ବର୍ଷ ଫେବୃୟାରୀରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ରାହୁଲ ବଜାଜ ୫୦ ବର୍ଷ ଧରି ବଜାଜ ଗ୍ରୁପର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ୧୯୭୨ ମସିହାରେ ରାହୁଲଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିଲା ବଜାଜ ଗ୍ରୁପ । ଏକାଧିକ ଉତ୍ପାଦର ଉତ୍ପାଦନ କରି ୫ ଦଶନ୍ଧି ଧରି ଭାରତୀୟ ବଜାରରେ ଏକ ଅଗ୍ରଣୀ ପ୍ରତିଦ୍ବନ୍ଦୀ ଭାବେ ନାଁ କରିଥିଲା ‘ବଜାଜ’ ।

Cyrus mistry
Cyrus mistry

15.ସାଇରସ୍ ମିସ୍ତ୍ରୀ (Cyrus mistry)

ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ତଥା TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଚଳିତ ବର୍ଷ ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ । ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ତାଙ୍କର ଦୁର୍ଘଟଣା ଘଟିଥିଲା । ମିସ୍ତ୍ରୀଙ୍କ ମର୍ସିଜିଡ୍ କାର୍ ଏକ ରୋଡ ଡିଭାଇଡର ସହ ଧକ୍କା ହୋଇଥିଲା ।ଏହି କୋଟିପତି ବ୍ୟବସାୟୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

Raju Srivastav
Raju Srivastav

16.ରାଜୁ ଶ୍ରୀବାସ୍ତବ (Raju Srivastav)

ଭାରତୀୟ ହାସ୍ୟ ଅଭିନେତା ସତ୍ୟ ପ୍ରକାଶ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ଭାବରେ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନିତୀରେ ମଧ୍ୟ ବେଶ ସକ୍ରିୟ ଥିଲେ । ଦି ଗ୍ରେଟ ଇଣ୍ଡିଆନ ଲାଫଟର ଚାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ସେ ଲୋକପ୍ରିୟତା ପାଇଥିଲେ । ବିଗ୍‌ ବସ୍‌, ଶକ୍ତିମାନ୍‌, ଦ ଗ୍ରେଟ ଇଣ୍ଡିଆନ୍‌ ଲାଫ୍ଟର୍‌ ଚ୍ୟାଲେଞ୍ଜ, କମେଡି ସର୍କସ୍‌ ଓ ଦ କପିଲ ଶର୍ମା ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ରାଜନିତୀରେ ମଧ୍ୟ ବେଶ ସକ୍ରିୟ ଥିଲେ ରାଜୁ ।

Louise Fletcher
Louise Fletcher

17. ଓସ୍କାର ବିଜେତା ଲୁଇସ୍ ଫ୍ଲେଚର (Louise Fletcher)

ସେପ୍ଟେମ୍ବର ୨୪ ତାରିଖରେ ଓସ୍କାର ବିଜେତା ଲୁଇସ୍ ଫ୍ଲେଚରଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମିଲୋସ୍ ଫରମାନଙ୍କ ନିର୍ଦ୍ଦେଶିତ ୧୯୭୫ ଚଳଚ୍ଚିତ୍ର 'ୱାନ୍ ଫ୍ଲୁ ଓଭର ଦ କୁକୁସ୍‌ ନେଷ୍ଟ' (One Flew Over the Cuckoo's Nest) ରେ ନର୍ସ ରାଚେଡ୍ ଭୂମିକା ପାଇଁ ଲୁଇସ୍ ଫ୍ଲେଚର୍ ବେଶ୍ ଜଣାଶୁଣା । ଏହି ଚଳଚ୍ଚିତ୍ରରେ ଜ୍ୟାକ୍ ନିକୋଲସନ ମଧ୍ୟ ଅଭିନୟ କରିଥିଲେ । ଓସ୍କାର ଜିତିବା ସହିତ ଲୁଇସ୍ ଏକାଡେମୀ ପୁରସ୍କାର, BAFTA ପୁରସ୍କାର ଏବଂ ଏକକ ପ୍ରଦର୍ଶନ ପାଇଁ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ଜିତିଥିବା ତୃତୀୟ ମହିଳା ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.