ETV Bharat / bharat

ତିରୁପତି ଲୁଟ୍‌ପାଟ ମାମଲାରେ YCP କାର୍ଯ୍ୟକର୍ତ୍ତା ଗିରଫ

author img

By

Published : Nov 11, 2022, 8:56 AM IST

Updated : Nov 11, 2022, 9:04 AM IST

ତିରୁପତି ଲୁଟ୍‌ପାଟ ଘଟଣାରେ YCP କାର୍ଯ୍ୟକର୍ତ୍ତା କିଷ୍ଣାମୂର୍ତ୍ତି ଗିରଫ । ଅଭିଯୁକ୍ତ ଠାରୁ ୩୨ ଲକ୍ଷ ଟଙ୍କା ଜବତ କଲା ପୋଲିସ । ଅଧିକ ପଢନ୍ତୁ

ତିରୁପତି ଲୁଟ୍‌ପାଟ ମାମଲାରେ YCP କାର୍ଯ୍ୟକର୍ତ୍ତା ଗିରଫ
ତିରୁପତି ଲୁଟ୍‌ପାଟ ମାମଲାରେ YCP କାର୍ଯ୍ୟକର୍ତ୍ତା ଗିରଫ

ଅମରାବତୀ: ତିରୁପତି ଲୁଟ୍‌ପାଟ ଘଟଣାର(Tirupati robbery case) ପର୍ଦ୍ଦାଫାସ । ପ୍ରପଟି ଡିଲରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ମାଷ୍ଟରମାଣ୍ଡକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ କିଷ୍ଣାମୂର୍ତ୍ତି ଓ ସେ YCP କାର୍ଯ୍ୟକର୍ତ୍ତା ହୋଇଥିବା ସୂଚନା ମିଳିଛି । ତା' ନିକଟରୁ ୩୨ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଚଳିତ ମାସ ୩ ତାରିଖରେ ଏହି ଲୁଟ ଅଭିଯୋଗ ହୋଇଥିଲା । କ୍ରିଷ୍ଣାମୂର୍ତ୍ତିଙ୍କ ଲୋକମାନେ ହାଇଦ୍ରାବାଦର ଜଣେ ପ୍ରପଟି ଡିଲରଙ୍କ ଠାରୁ ୩୫ ଲକ୍ଷ ଲୁଟି ନେଇ ଫେରାର୍ ହୋଇଯାଇଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ କ୍ରିଷ୍ଣାମୂର୍ତ୍ତି ହାଇଦ୍ରାବାଦ ଡିଲର ଶଙ୍କର ରେଡ୍ଡୀଙ୍କୁ ଅଫର ନାଁରେ ଠକାମିର ଜାଲ ବିଛାଇଥିଲା । ତା' କହିବାନୁଯାୟୀ, ଯଦି ରେଡ୍ଡୀ ୩୫ ଲକ୍ଷ ଟଙ୍କା ଦିଅନ୍ତି ତେବେ ତା' ବଦଳରେ ସେ ତାଙ୍କୁ ୭୦ ଲକ୍ଷ କଳାଧନ ଦେବେ । ଏହି ଡିଲ୍ ପାଇଁ କ୍ରିଷ୍ଣାମୂର୍ତ୍ତି ୩ ଜଣ ମହିଳାଙ୍କୁ ବ୍ୟବହାର କରିଥିଲେ । ପ୍ରପଟି ଡିଲର ମଧ୍ୟ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

କ୍ରିଷ୍ଣାମୂର୍ତ୍ତିଙ୍କ କହିବା ମୁତାବକ ଗତ ୩ ତାରିଖ ଦିନ ଶଙ୍କର ରେଡ୍ଡୀ ୩୫ ଲକ୍ଷ ଟଙ୍କା ନେଇ ତିରୁପତି ଆସିଥିଲେ । ହେଲେ ବାଟରେ କ୍ରିଷ୍ଣାମୂର୍ତ୍ତି ୭ ଜଣ ଯୁବକ ତାଙ୍କ ଆଖିରେ ଗୋଲମରିଚ ଗୁଣ୍ଡ ପକାଇ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏହାପରେ ପ୍ରପଟି ଡିଲରଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରଗିରି ମଣ୍ଡଳ ଅଞ୍ଚଳରୁ ସମସ୍ତ ଲୁଟେରାଙ୍କୁ ଗିରଫ କରିଥିଲା । ହେଲେ ସେମାନଙ୍କ ନିକଟରୁ ଲୁଟ୍ ଟଙ୍କା ମିଳିନଥିଲା । ଏହି ଲୁଟ୍ ଘଟଣାର ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିଛି । ପୋଲିସ ମାଷ୍ଟରମାଇଣ୍ଡ କ୍ରିଷ୍ଣାମୂର୍ତ୍ତିଙ୍କୁ ଗିରଫ କରି ଟଙ୍କା ଜବତ କରିଛି । ତେବେ ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।

Last Updated : Nov 11, 2022, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.