ETV Bharat / bharat

ନୀତି ଆଦର୍ଶର ଲଢେଇ ରାଷ୍ଟ୍ରପତି ନିର୍ବାଚନ: ଯଶୋବନ୍ତ ସିହ୍ନା

ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରତିକ୍ରିୟା ଦେଇଛନ୍ତି ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ସେପଟେ BSP ସଭାପତି ମାୟାବତୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଅଧିକ ପଢ଼ନ୍ତୁ

author img

By

Published : Jun 27, 2022, 7:15 PM IST

ପ୍ରାର୍ଥୀପତ୍ର ଦାଖଲ ପରେ ଯଶୋବନ୍ତ ସିହ୍ନାଙ୍କ ପ୍ରତିକ୍ରିୟା: ନୀତି ଆଦର୍ଶର ଲଢ଼େଇ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ସମର୍ଥନ ନେଇ BSP ସଭାପତି ମାୟାବତୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ମାୟାବତୀ ଘୋଷଣା କରି ସାରିଛନ୍ତି । ତେବେ ତାଙ୍କୁ ଧନ୍ୟବାଦ ଦେବାକୁ ଫୋନ୍‌ ଯୋଗେ ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥିନୀ ।

ସେପଟେ ଆଜି(ସୋମବାର) ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରତିକ୍ରିୟା ଦେଇଛନ୍ତି ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ସେ କହିଛନ୍ତି ଯେ, "ରାଷ୍ଟ୍ରପତି ନିର୍ବାଚନ ନୀତି ଆଦର୍ଶ ଓ ସମ୍ପୂର୍ଣ୍ଣ ସ୍ବାଧୀନତା, କ୍ଷମତାର ଲଢ଼େଇ । ସମର୍ଥନ ପାଇଁ ମୁଁ ମୋର ପୂର୍ବତନ ବିଜେପି ବନ୍ଧୁଙ୍କ ସହ କଥା ହେବି । ଯେତେବେଳେ ମୁଁ ବିଜେପିରେ ଥିଲି ସେତେବେଳ ଦଳରେ ଗଣତନ୍ତ୍ର ଥିଲା, କିନ୍ତୁ ତାହା ଆଜିର ବିଜେପି ଦଳରେ ଦେଖିବାକୁ ମିଳୁନାହିଁ ।"

ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନ ଯଶୋବନ୍ତ ସିହ୍ନା ପ୍ରତିଦ୍ବନ୍ଦିତା କରୁଥିବା ବେଳେ NDA ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଉଭୟ ବିଭିନ୍ନ ରାଜନୈତିକ ଦଳ ସଭାପତିଙ୍କୁ ଭେଟିବା ସହ ଫୋନ୍‌ ଯୋଗେ ସମର୍ଥନ ଲୋଡ଼ିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.