ETV Bharat / bharat

PM ମୋଦି ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସମର୍ଥନ ମାଗିଲେ ଯଶୱନ୍ତ ସିହ୍ନା

ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀର ଯଶୱନ୍ତ ସିହ୍ନା ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଲୋଡ଼ିଛନ୍ତି । ଏହି କ୍ରମରେ ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟ ସମର୍ଥନ ଲୋଡ଼ିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 24, 2022, 10:17 PM IST

PM ମୋଦି ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସମର୍ଥନ ମାଗିଲେ ଯଶୱନ୍ତ ସିହ୍ନା
PM ମୋଦି ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସମର୍ଥନ ମାଗିଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀର ଯଶୱନ୍ତ ସିହ୍ନା ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଲୋଡ଼ିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ ଦେବାକୁ ସେ ଅପିଲ୍‌ କରିଛନ୍ତି । ଏହି କ୍ରମରେ ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟ ସମର୍ଥନ ଲୋଡ଼ିଛନ୍ତି । ଉଭୟଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ଯଶୱନ୍ତ ସିହ୍ନା ।

ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଯଶୱନ୍ତ ସିହ୍ନା । ଏହାପୂର୍ବରୁ ପ୍ରତ୍ୟେକ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିବା ଆରମ୍ଭ କରିଛନ୍ତି । ଶୁକ୍ରବାର ଯଶୱନ୍ତ ସିହ୍ନା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଫୋନ୍‌ ଯୋଗେ କଥା ହୋଇଛନ୍ତି । ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ଣ୍ଣ ସମର୍ଥନ ଲୋଡ଼ିଛନ୍ତି ଯଶୱନ୍ତ ସିହ୍ନା ।

ଏହାପୂର୍ବରୁ ସିହ୍ନା ଶୁକ୍ରବାରଠାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପେନ୍‌ ଆରମ୍ଭ କରିବେ ବୋଲି ଆଲୋଚନା ହେଉଥିଲା । ତେବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଖବର ଆସିବା ପରେ ସେ ଏଥିରେ ବିଳମ୍ବ କରିଛନ୍ତି । ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ପରିବାର ହେଉଥିବାରୁ ତାଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ ଦେବ ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଯଶୱନ୍ତ ସିହ୍ନା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚଠି ଲେଖି, ସେ ନିର୍ବାଚିତ ହେଲେ ଦେଶ ସାମ୍ବିଧାନିକ ପଦର ଅକ୍ଷୁର୍ଣ୍ଣତା ରକ୍ଷା କରିବେ ବୋଲି କହିଥିଲେ । ସମ୍ବିଧାନର ମୌଳିକ ମୂଲ୍ୟବୋଧ ଓ ଆଦର୍ଶ ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.