ETV Bharat / bharat

Delhi Flood Update: ଖସୁଛି ଯମୁନା ଜଳସ୍ତର, ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଉପରାଜ୍ୟପାଳ - ଦିଲ୍ଲୀ ବନ୍ୟା ସ୍ଥିତି ଅପଟେଡ

ଖସୁଛି ଯମୁନା ନଦୀର ଜଳସ୍ତର । ଆଜି ରାତି ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବ ବୋଲି ଅନୁମାନ କରାଯାଉଛି । ସେପଟେ ଦିଲ୍ଲୀରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଉପରାଜ୍ୟପାଳ ।

Delhi Flood
Delhi Flood
author img

By

Published : Jul 17, 2023, 8:33 AM IST

ନୂଆଦିଲ୍ଲୀ: ଖସୁଛି ଯମୁନା ନଦୀର ଜଳସ୍ତର । ଧିରେ ଧିରେ ଯମୁନା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ରବିବାର ରାତି 11ଟା ସୁଦ୍ଧା ପୁରୁଣା ରେଲୱେ ବ୍ରିଜ ନିକଟରେ ଜଳସ୍ତର 205.50 ମିଟର ରହିଥିଲା । ଯାହା ଆଜି(ସୋମବାର) ରାତି ସୁଦ୍ଧା ଆହୁରି କମିବାର ଅନୁମାନ କରାଯାଉଛି । ଗତକାଲି ରାତି 8ଟା ସୁଦ୍ଧା ଜଳସ୍ତର 205.56 ମିଟର ରହିଥିବା ବେଳେ ରାତି 11ଟା ସୁଦ୍ଧା ସାମାନ୍ୟ ହ୍ରାସ ପାଇଥିଲା । ତଥାପି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଏବେବି ଜଳଘେରରେ ଦିନ କାଟୁଛନ୍ତି ଦିଲ୍ଲୀବାସୀ ।

ଏନେଇ ଦିଲ୍ଲୀର ରାଜସ୍ବ ମନ୍ତ୍ରୀ କହିଛନ୍ତି, ‘ଧିରେ ଧିରେ ଯମୁନା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଆଶା କରୁଛୁ ଖୁବଶୀଘ୍ର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିବ । ବର୍ତ୍ତମାନ ରିଲିଫ କ୍ୟାମ୍ପ ଉପରେ ଆମେ ଫୋକସ୍‌ କରୁଛୁ । ଯେଉଁମାନେ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । ଜୀବନ ଯାତ୍ରା ସ୍ବାଭାବିକ କରିବା ଉପରେ ଗୁରୁତ୍ବାରୋପ କରୁଛୁ । ତଥାପି ଏବେବି ଅନେକାଞ୍ଚଳ ଜଳବନ୍ଦୀ ହୋଇ ରହିଛି । ଅନେକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ପମ୍ପ ଜରିଆରେ ରାସ୍ତାରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରୁଛୁ । ’

ଏହା ମଧ୍ୟ ପଢନ୍ତୁ: Delhi flood: ରିଲିଫ କ୍ୟାମ୍ପରେ ରାଜଧାନୀବାସୀ, ଦେଖନ୍ତୁ ଆକାଶମାର୍ଗରୁ ଦୃଶ୍ୟ

ଅନ୍ୟପଟେ ଯମୁନା ବନ୍ୟା ଦିଲ୍ଲୀବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ରାଜଧାନୀର ରାଜରାସ୍ତାରେ ବନ୍ୟାଜଳ ପ୍ଲାବିତ ହେଉଛି । ଲୋକଙ୍କ ଦୁର୍ଦ୍ଦଶା ବଢିଥିବା ବେଳେ ଗତକାଲି ଦିଲ୍ଲୀ ମନ୍ତ୍ରୀ ଅତିଶି ଓ ଉପ ରାଜ୍ୟପାଳ ଭିକେ ସକ୍ସେନା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ରାଜଘାଟ, ଶାନ୍ତିବନ ଓ ଲାଲକିଲ୍ଲାରେ କିପରି ରହିଛି ସ୍ଥିତି ତାହାର ଅନୁଧ୍ୟାନ କରିଥିଲେ ।

ଯମୁନା ନଦୀରେ ବନ୍ୟା ଫଳରେ ଉବୁଟୁବୁ ହେଉଛି ରାଜଧାନୀ ଦିଲ୍ଲୀ । ଚାରିଆଡେ କେବଳ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତଳିଆ ଅଞ୍ଚଳରେ ପାଣି ଭରି ରହିଛି । ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଲାଲକିଲ୍ଲା, ସୁପ୍ରିମକୋର୍ଟ, ଆଇଟିଓ, ରାଜଘାଟ, ନିଗମବୋଧ ଘାଟ ଆଦି ସ୍ଥାନରେ ପାଣିର ରାଜୁତି ଚାଲିଛି । ଦୀର୍ଘ ବର୍ଷ ପରେ ଏପରି ସ୍ଥିତିର ସାମ୍ନା କରିଛନ୍ତି ରାଜଧାନୀବାସୀ । ଯାହା ଦିଲ୍ଲୀ ସରକାରଙ୍କ ନିଦ ହଜାଇ ଦେଇଛି । ଯମୁନା ନଦୀର ଜଳସ୍ତର ଦୀର୍ଘ 5 ଦିନ ହେଲା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା 26 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 21 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି । ଯମୁନା ଉଛୁଳିବା ପରେ ଦିଲ୍ଲୀର 6 ଜିଲ୍ଲାର ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ନଦୀର ଜଳସ୍ତର ଖସିବା ପରେ ପରିସ୍ଥିତିରେ ସୁଧାର ଆସିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.