ETV Bharat / bharat

ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ ହେବ Yamuna Expressway

author img

By

Published : Nov 23, 2021, 11:54 AM IST

ବଦଳିବ ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ-ଓ୍ବେର ନାମ । ଏହାର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇପାରେ । ଅଧିକ ପଢନ୍ତୁ

ବଦଳିବ Yamuna Expressway ନାମ
ବଦଳିବ Yamuna Expressway ନାମ

ଲକ୍ଷ୍ନୌ: ବଦଳିବ ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ-ଓ୍ବେର ନାମ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେବ । ଏ ନେଇ ୟୁପି ସରକାର ଆରମ୍ଭ କରିଛନ୍ତି ବିଚାର ବିମର୍ଷ । ଜେୱାର ବିମାନବନ୍ଦରର ଭୂମି ପୂଜନ ସମୟରେ ଏହା ଘୋଷଣା ହେବା ନେଇ ଅନୁମାନ କରାଯାଉଛି ।

ଗୌତମ ବୁଦ୍ଧ ନଗରରେ ଥିବା ଜେୱାର ବିମାନବନ୍ଦରରେ ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦେଶର ସବୁଠାରୁ ବଡ଼ ଏୟାରପୋର୍ଟର ଭୂମି ପୂଜନ କରିବା ସହ ଏକ ସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ରାଲି ମଧ୍ୟରେ ପିଏମଙ୍କ ଦ୍ବାରା ଯମୁନା ଏକ୍ସପ୍ରେସ-ଓ୍ବେର ନୂଆ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।

ଜଣେ ବିଜେପି ନେତା କହିଛନ୍ତି ଭାରତର ସବୁଠାରୁ ମହାନ ଏବଂ ଲୋକପ୍ରିୟ ନେତାଙ୍କୁ ସମ୍ମାନ ଦେବା ପାଇଁ ଏହି ନିଷ୍ପତ୍ତି । ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରତ୍ୟେକ ଦଳର ନେତା ଭଲ ପାଆନ୍ତି। ତାଙ୍କୁ ସମସ୍ତେ ଭଲ ପାଆନ୍ତି । ଯମୁନା ଏକ୍ସପ୍ରେସ-ଓ୍ବେକୁ ତାଙ୍କ ନାମରେ କରିବା ବିଶେଷ କରି ଆଗାମୀପୀଢି ତାଙ୍କ ମହାନତା ବିଷୟରେ ଜାଣାଇବା ବୋଲି କହିଛନ୍ତି ବିଜେପି ନେତା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.