ETV Bharat / bharat

Wrestlers protest: ଏସିଆନ୍ ଗେମ୍ସ ବୟକଟ୍ ଧମକ ଦେଲେ କୁସ୍ତିଯୋଦ୍ଧା - କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂ

ଆମେ ଭୟ ଚାପରେ ଅଛୁ । ସମସ୍ୟା ସାଧାନ ହେଲେ ଯାଇ ଏସିଆନ ଗେମରେ ଅଂଶଗ୍ରହଣ କରିବୁ, କହିଲେ କସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ଅଧିକ ପଢନ୍ତୁ

Wrestlers protest: ‘ ସମସ୍ୟା ସମାଧାନ ହେଲେ ଏସିଆନ ଗେମରେ ଅଂଶଗ୍ରହଣ କରିବୁ ’

author img

By

Published : Jun 10, 2023, 6:39 PM IST

ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗର ତଦନ୍ତ ଜାରି ରହିଛି । ଚଳିତ 15 ତାରିଖ ମଧ୍ୟରେ ଏହି ଅଭିଯୋଗର ତଦନ୍ତ ଶେଷ ହେବା ସହ ଚାର୍ଜସିଟ ଦାଖଲ ପ୍ରକ୍ରିୟା ଶେଷ ହେବା ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କ ଧାରଣା ସାମୟିକ ବନ୍ଦ ରହିଛି । ତେବେ ଏହାରି ମଧ୍ୟରେ କୁସ୍ତିଯୋଦ୍ଧାମାନେ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନେ ଏବେ ଭୟ ଓ ଚାପରେ ମଧ୍ୟରେ ରହିଛନ୍ତି । ସେମାନଙ୍କର ସମସ୍ୟା ସମାଧାନ ହେବା ପରେ ହିଁ ସେମାନେ ଏସିଆନ ଗେମରେ ଅଂଶଗ୍ରହଣ କରିବେ । ନଚେତ ନୁହେଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଆଜି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏନେଇ ଗଣମାଧ୍ୟମରେ ଏସିଆନ ଗେମରେ ସେମାନଙ୍କର ଅଂଶଗ୍ରହଣ କରିବାକୁ ନେଇ ଏପରି କହିଛନ୍ତି ।

ସୋନିପତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାକ୍ଷୀ କହିଛନ୍ତି, ‘‘ପ୍ରତ୍ୟେକ ଦିନ ଆମେ ଯେଉଁ ଚାପ ଓ ଭୟ ମଧ୍ୟରେ ଗତି କରୁଛୁ, ତାହା ଆପଣମାନେ ଅନୁଭବ କରିପାରିବେ ନାହିଁ । ଯଦି ଆମର ସମସ୍ୟା ସମାଧାନ ହୁଏ, ତେବେ ଆମେ ଏସିଆନ ଗେମରେ ଅଂଶଗ୍ରହଣ କରିବୁ ।’’ ସେହିପରି ନିକଟରେ ଏକମାତ୍ର ନାବାଳିକା ଅଭିଯୋଗକାରୀ କୁସ୍ତିଯୋଦ୍ଧା ନିଜର ବୟାନ ପରିବର୍ତ୍ତନ କରିବା ପ୍ରଶ୍ନରେ ସାକ୍ଷୀ କହିଛନ୍ତି, ତାଙ୍କ ଉପରେ ବୁଝାମଣା କରିବା ପାଇଁ ଚାପ ପକାଯାଉଥିଲା । ତେଣୁ ସେ ତାଙ୍କ ପୂର୍ବ ଅଭିଯୋଗ ଆଧାରିତ ବୟାନରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ । ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଉଭୟ ଭୟ ଓ ଚାପ ରହିଛି । ସେଥିପାଇଁ ସେ ପ୍ରଥମ ଦିନରୁ ବ୍ରିଜଭୂଷଣଙ୍କ ଗିରଫଦାରୀ ଓ ପରେ ତଦନ୍ତ କରାଯିବା ନେଇ ଦାବି କରିଆସୁଛନ୍ତି ।

ନିକଟରେ ଏକମାତ୍ର ନାବାଳିକା କୁସ୍ତିଯୋଦ୍ଧା ତାଙ୍କ ଅଭିଯୋଗରେ ପରିବର୍ତ୍ତନ ଆଣିବା ପରେ ବ୍ରିଜଭୂଷଣଙ୍କୁ ବଡ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ପକ୍ସୋ ଆକ୍ଟ ମଧ୍ୟ ପ୍ରତ୍ୟାହାର କରାଯିବା ନେଇ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ନାବାଳିକା କୁସ୍ତିଯୋଦ୍ଧାଙ୍କ ପିତା କୋର୍ଟରେ କହିଥିଲେ, ତାଙ୍କ ଝିଅ ସହ ଟ୍ରାଏଲ ବେଳେ ପକ୍ଷପାତିତା ହୋଇଥିଲା । ସେ କ୍ରୋଧରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ହେଲେ ସେ ଏବେ କୋର୍ଟରେ ସମସ୍ତ ସତ୍ୟ ପ୍ରକାଶ କରିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନୂତନ ବୟାନ ରେକର୍ଡ ମଧ୍ୟ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.