ETV Bharat / bharat

Wrestlers Protest: ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ କହିଲେ କୁସ୍ତିଯୋଦ୍ଧା, ଲାଇଭ୍‌ କରିବାକୁ ଦାବି - ବ୍ରିଜଭୂଷଣ ଶରଣ ସିଂହ

ନାର୍କୋ ଟେଷ୍ଟ ନେଇ ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନର ଜବାବ ରଖିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଆମେ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ, ଏବଂ ଏହା ସାରା ଦେଶବାସୀଙ୍କ ପାଇଁ ଲାଇଭ୍‌ କରାଯାଉ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଅଧିକ ପଢ଼ନ୍ତୁ

ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ କହିଲେ କୁସ୍ତିଯୋଦ୍ଧା

author img

By

Published : May 22, 2023, 8:34 PM IST

ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ କହିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ସୋମବାରକୁ ୨୯ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ରବିବାର ବ୍ରିଜଭୂଷଣଙ୍କ ବୟାନ ସାମ୍ନାକୁ ଆସିଥିଲା । ଯଦି ବିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କର ପଲିଗ୍ରାଫ ଟେଷ୍ଟ ହୁଏ, ତେବେ ମୁଁ ମଧ୍ୟ ଏହି ଟେଷ୍ଟ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ ବ୍ରିଜଭୂଷଣ । ଏହାପରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଆମେ ସମସ୍ତେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି । ତେବେ ଏହି ଟେଷ୍ଟ ଲାଇଭ୍‌ ହେବା ଆବଶ୍ୟକ, କାରଣ ଦେଶବାସୀ ମଧ୍ୟ ଏହାକୁ ଦେଖିପାରିବେ ବୋଲି ସେମାନେ କହିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, "ଆମେ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ ଏବଂ ଏହା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେବା ଉଚିତ୍ । ଏହା ସହିତ ଯେଉଁମାନେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ସେମାନଙ୍କର ମଧ୍ୟ ନାର୍କୋ ଟେଷ୍ଟ ହେବା ଆବଶ୍ୟକ ।" ସେହିଭଳି ବିନେଶ ଫୋଗାଟ କହିଛନ୍ତି, "ବ୍ରିଜଭୂଷଣ ପ୍ରଥମେ ନାର୍କୋ ଟେଷ୍ଟ ପାଇଁ କହିଥିବା ଦର୍ଶାଇ ତାଙ୍କୁ ହିରୋ ଭଳି ଉପସ୍ଥାପନ କରାନଯାଉ । କାରଣ ଆମେ ଏହି ଦାବି ଆରମ୍ଭରୁ କରି ଆସୁଛୁ ।" ସେପଟେ ଆମେ ଏଠାରେ ପ୍ରଦର୍ଶନ କରିବାକୁ ୧ ମାସ ପୂରଣ ହେବାକୁ ବସିଲାଣି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ସାକ୍ଷୀ ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ...ମୁଁ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ, ଯଦି ଭିନେଶ ଓ ବଜରଙ୍ଗଙ୍କ ହେବ: ବ୍ରିଜଭୂଷଣ

ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ସୋମବାରକୁ ୨୯ ଦିନରେ ପହଞ୍ଚିଥିବା ବେଳେ ମଙ୍ଗଳବାର ୧ ମାସ ପୂରଣ ହେବ । ଏନେଇ ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଇଣ୍ଡିଆ ଗେଟ୍‌ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଧାରଣାରତ କୁସ୍ତିଯୋଦ୍ଧା । ତେବେ ଚଳିତ ମାସ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ । ଏହା ପୂର୍ବରୁ ମହିଳା ସାଂସଦ ମାନେ ବୈଠକ କରି ମହିଳା କୁସ୍ତିଯୋଦ୍ଧାଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ ବୋଲି ଦାବି କରିଛନ୍ତି ସାକ୍ଷୀ ମଲ୍ଲିକ । ପ୍ରକାଶ ଥାଉ କି, ରବିବାର ସନ୍ଧ୍ୟାରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ନିଜ ଫେସ୍‌ବୁକ ପେଜ୍‌ରେ ଲେଖିଥିଲେ ଯେ, ସେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ମଧ୍ୟ ନାର୍କୋ ଟେଷ୍ଟ କରାଇବା ଉଚିତ । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି କୁସ୍ତିଯୋଦ୍ଧା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.