ETV Bharat / bharat

Wrestlers Protest: କାନ୍ଦିଲେ ଭିନେଶ ଫୋଗାଟ, କହିଲେ ଏ ଦିନ ଦେଖିବାକୁ ମେଡାଲ ଜିତିଥିଲୁ

ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ କୁସ୍ତିଯୋଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପରେ କ୍ୟାମେରା ଆଗରେ କାନ୍ଦିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଅଧିକ ପଢନ୍ତୁ

author img

By

Published : May 4, 2023, 11:55 AM IST

Vinesh Phoga after faceoff with police
Wrestlers Protest
Wrestlers Protest

ନୂଆଦିଲ୍ଲୀ: ଭାଙ୍ଗି ପଡିଛନ୍ତି ଟପ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । କ୍ୟାମେରା ଆଗରେ କାନ୍ଦିଲେ କୁସ୍ତିଯୋଦ୍ଧା । ଏ ଦିନ ଦେଖିବାକୁ ଦେଶ ପାଇଁ ମେଡାଲ ଜିତିଥିଲୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଭିନେଶ ଫୋଗାଟ । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଜନ୍ତରମନ୍ତରରେ 11 ଦିନରୁ ଅଧିକ ଦିନ ହେବ ଧାରଣା ଦେଇଛନ୍ତି କୁସ୍ତିଯୋଦ୍ଧା । ଗତକାଲି (ବୁଧବାର) ପୋଲିସ ସହ କୁସ୍ତିଯୋଦ୍ଧାଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ଏପରି କାନ୍ଦି କାନ୍ଦି କହିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣା ଦେଇଥିବା କୁସ୍ତିଯୋଦ୍ଧା ଓ ଦିଲ୍ଲୀ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସ ଉପରେ କୁସ୍ତିଯୋଦ୍ଧା ମାଡ ମାରିଥିବା ଅଭିଯୋଗ ହୋଇଛି । ଆପ୍ ବିଧାୟକ ସୋମନାଥ ଭାରତୀ ବିନା ଅନୁମତିରେ ଫୋଲ୍ଟିଂ ବେଡ ନେଇ ଧାରଣାସ୍ଥଳକୁ ଆସିଥିବା ଦିଲ୍ଲୀ ପୋଲିସ ଦାବି କରିଛି । ଯେବେ ସୋମନାଥ ଭାରତୀଙ୍କୁ ଅଟକା ଗଲା କୁସ୍ତିଯୋଦ୍ଧାଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହି ଘଟଣାରେ କିଛି ପୋଲିସ କର୍ମା ଓ କୁସ୍ତିଯୋଦ୍ଧା ଆହତ ହୋଇଛନ୍ତି । ଜଣେ ଗୁରୁତର କୁସ୍ତିଯୋଦ୍ଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାପରେ ଭାଙ୍ଗି ପଡିଛନ୍ତି ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଏ ଦିନ ଦେଖିବାକୁ ଦେଶ ପାଇଁ ମେଡାଲ ଆଣିଥିଲୁ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ।

ଏହା ବି ପଢନ୍ତୁ...Wrestlers Protest: କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ସଂଘର୍ଷ, ଆପ ନେତା ଅଟକ

ଏହା ବି ପଢନ୍ତୁ...ଧାରଣା ସ୍ଥଳରେ ପହଞ୍ଚିଲେ ପି.ଟି ଉଷା, କୁସ୍ତିଯୋଦ୍ଧାଙ୍କ ସହ କଲେ ଆଲୋଚନା

ଦିଲ୍ଲୀ ପୋଲିସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କୁସ୍ତିଯୋଦ୍ଧା । ସେମାନେ ଦାବି କରିଛନ୍ତି ଯେ ସୋମନାଥ ଭାରତୀ ଫୋଲ୍ଡିଂ ବେଡ ଆଣି ନଥିଲେ । ବର୍ଷା କାରଣରୁ କୁସ୍ତିଯୋଦ୍ଧାମାନେ ଖଟ ମଗାଇଥିଲେ । ପୋଲିସ ଖଟକୁ ଧାରଣାସ୍ଥଳ ଯାଏ ନେବାକୁ ଦେଲା ନାହିଁ । ଏହାସହ କୁସ୍ତିଯୋଦ୍ଧାଙ୍କ ମାରପିଚ କରିବା ସହ ଗାଳିଗୁଲଜ କରିଥିବା କହିଛନ୍ତି ଧାରଣାଗତ କୁସ୍ତିଯୋଦ୍ଧା । ଏଥିରେ ବଜରଙ୍ଗ ପୁନିଆଙ୍କ ପତ୍ନୀ ସଙ୍ଗୀତା ଫୋଗାଟଙ୍କ ଭାଇ ଦୁଷ୍ମନ୍ତ ଫୋଗାଟ ଓ ରାହୁଲଙ୍କୁ ଆଘାତ ଲାଗିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି କରିଛନ୍ତି ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ ।

ଘଟଣା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କହିଛନ୍ତି, '' ଏ ଦିନ ଦେଖିବାକୁ ଦେଶ ପାଇଁ ମେଡାଲ ଆଣିଥିଲୁ । ଆମେ ମାନ ସମ୍ମାନ ପାଇଁ ଲଢେଇ ଲଢୁଛୁ । ମୁଁ ପଚାରୁଛି ବ୍ରଜି ଭୂଷଣ ଆନନ୍ଦରେ ଶୋଇଛନ୍ତି । ଆମେ କାଠର ଫୋଲ୍ଡିଂ ବେଡ ଶୋଇବାକୁ ଆଣିଥିଲୁ ସେଥିରେ ବି ପ୍ରଶାସନର ଅସୁବିଧା । ଜଣେ ପୋଲିସ ଦୁଷ୍ମନ୍ତ ଫୋଗାଟଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ସେ ଏବେ ଡାକ୍ତରଖାନାରେ । ଆମେ ଅପରାଧୀ ନୁହଁ ଯେ ଆମ ସହ ଏପରି ବ୍ୟବହାର କରାଯାଉଛି । ଆମକୁ ସମସ୍ତଙ୍କର ଆବଶ୍ୟକତା ରହିଛି । ଆମ ସହ ବହୁତ ଖରାପ ହୋଇଛି । ଝିଅଙ୍କ ସମ୍ମାନ ବାଜିରେ ଲାଗିିଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.