ETV Bharat / bharat

Wrestlers Protest: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କିଷାନ ସଂଘର ମହାପଞ୍ଚାୟତ ଡାକରା, ସଜାଗ ପୋଲିସ - ଡବ୍ଲୁଏଫଆଇ ବିବାଦ

ଦିଲ୍ଲୀ ଜନ୍ତରମନ୍ତରେ କୁସ୍ତିଯୋଦ୍ଧାଙ୍କ ଧାରଣ ଜାରି ରହିଛି । ଆଜି ହରିୟାଣା ସମେତ ରାଜ୍ୟର କିଷାନ ସଂଗଠନ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜନ୍ତର ମନ୍ତରରେ ମହାପଞ୍ଚାୟତ କରିବେ । ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥଳରେ କଡା କଡି ସୁରକ୍ଷା କରାଯାଇଛି । ଅଧିକ ପଢନ୍ତୁ

Kisan Mahapanchayat supports wrestlers
କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରାଲି କରିବ କିସାନ ମହାପଞ୍ଚାୟତ
author img

By

Published : May 7, 2023, 12:31 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ 13 ଦିନ ହେବ ଧାରଣାରେ ବସିଛନ୍ତି ଦେଶର ଟପ କୁସ୍ତିଯୋଦ୍ଧା । ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣା ଦେଇଛନ୍ତି । ଆଜି ହରିୟାଣା ସମେତ ରାଜ୍ୟର କିଷାନ ସଂଗଠନ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜନ୍ତର ମନ୍ତରରେ ମହାପଞ୍ଚାୟତ କରିବେ । ଆନ୍ଦୋଳନକୁ ନେଇ ମହାପଞ୍ଚାୟତ କିଛି ବଡ ନିଷ୍ପତ୍ତି ନେଇପାରେ । ଏଥିରେ ବହୁ ବଡ ବଡ ପ୍ରତିନିଧି ସାମିଲ ହେବେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପ୍ରାୟ 11 ଦିନରୁ ଅଧିକ ହେବ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଗତ 2 ତାରିଖ ଦିନ ଧାରଣାସ୍ଥଳରେ କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କୁସ୍ତି ମହାସଂଘ ମୁଖ୍ୟ ବ୍ରିଜଭୂଷଣଙ୍କ ଗିରଫ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ନ୍ୟାୟ ନମିଳିଛି ସେମାନେ ଧାରଣା ଜାରି ରଖିବେ ବୋଲି କହିଛନ୍ତି । ସେମାନଙ୍କ ସମର୍ଥନରେ ବାହାରିଛି କିଷାନ ମହାପଞ୍ଚାୟତ । ଆଜି ବିରାଟ ପ୍ରଦର୍ଶନର ଡାକରା ଦେଇଛି କିଷାନ ସଂଘ । ଦିଲ୍ଲୀ ପୋଲିସ ପାଇଁ ଖାପ ମହାପଞ୍ଚାୟତ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ରକ୍ଷା କରିବା ଏହା ଚାଲେଞ୍ଜ ହୋଇଛି ।

  • Security increased at the Delhi-Ghazipur border as farmers likely to march towards Jantar Mantar to join wrestlers' protest pic.twitter.com/siXyHjg0QJ

    — ANI (@ANI) May 7, 2023 " class="align-text-top noRightClick twitterSection" data=" ">

ମହାପଞ୍ଚାୟତ ନେଇ ସତର୍କ ଦିଲ୍ଲୀ ପୋଲିସ: ଆଜି ଜନ୍ତରମନ୍ତରରେ ମହାପଞ୍ଚାୟତରେ ବିଶାଳ ସଂଖ୍ୟାରେ ଲୋକ ସାମିଲ ହୋଇପାରନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସମସ୍ତ ସୀମାରେ ସଜାଗ ରହିଛି । ଡିସିପି ନିଜ ନିଜ ଅଞ୍ଚଳରେ ସତର୍କତା ଅବଲମ୍ବନ କରିଛନ୍ତି । ସେଣ୍ଟ୍ରାଲ ଦିଲ୍ଲୀ ଏବଂ ଜନ୍ତରମନ୍ତର ଅଭିମୁଖେ ଆସୁଥିବା ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିପକ୍ଷରେ ଧାରଣା ପ୍ରଦର୍ଶନରେ ସାମିଲ ହୋଇ କୁସ୍ତାଯୋଦ୍ଧାଙ୍କୁ ସମର୍ଥନ କରିବାକୁ କିଷାନ ସଂଘ ଦେଶବ୍ୟାପୀ ଲୋକଙ୍କୁ ଅପିଲ କରିଛନ୍ତି ।

ଏହା ବି ପଢନ୍ତୁ...Wrestlers Protest: କାନ୍ଦିଲେ ଭିନେଶ ଫୋଗାଟ, କହିଲେ ଏ ଦିନ ଦେଖିବାକୁ ମେଡାଲ ଜିତିଥିଲୁ

ଏହା ବି ପଢନ୍ତୁ...IPL 2023: 7 ହଜାର ରନ କ୍ଲବରେ ପ୍ରଥମ ଖେଳାଳି କିଙ୍ଗ କୋହଲି

ସୀମାରେ ସଜାଗ ପୋଲିସ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କିଷାନ ପଞ୍ଚାୟତ କରିବାକୁ ଥିବା ମୋର୍ଚ୍ଚା ନେଇ ଦିଲ୍ଲୀ ପୋଲିସ ସଜାର ରହିଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିଶେଷ କରି କୁସ୍ତାଯୋଦ୍ଧାଙ୍କ ଧାରଣାସ୍ଥଳ ଓ ଦିଲ୍ଲୀ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇଛି । ସମସ୍ତ ସୀମାରେ ବ୍ୟାରିକେଟ କରିବା ସହ ସମସ୍ତ ଗାଡି ଯାଞ୍ଚ କରୁଛି । ଟିକିରି ସୀମା ବ୍ୟତୀତ କାଲିନ୍ଦ କୁଞ୍ଜ, ଆୟା ନଗର, ଡିଏମଡି ଏବଂ ସିଘୁଂ ସୀମାରେ ପୋଲିସ ସଜାଗ ରହିଛି । ଧାରଣାରେ ସାମିଲ ହେବାକୁ ୟୁପି, ରାଜସ୍ଥାନ, ହରିୟାଣା ଓ ପଞ୍ଜାବରୁ ଅଧିକ ସଂଖ୍ୟାର ଲୋକ ସାମିଲ ହୋଇପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.