ETV Bharat / bharat

Wrestlers protest: ବ୍ରିଜଭୂଷଣଙ୍କୁ ଗିରଫ ପାଇଁ ସରକାରଙ୍କୁ 21 ତାରିଖ ଯାଏ ମହଲତ ଦେଲେ ବାହୁବଳୀ - କୁସ୍ତିଯୋଦ୍ଧାଙ୍କ ଧାରଣା

ବାହୁବଳୀଙ୍କ ସହ ଯୋଡି ହେଲା କୃଷକ ସଂଗଠନ ଓ ଖାପ ପଞ୍ଚାୟତ । ବ୍ରିଜଭୂଷଣଙ୍କ ଗିରଫ ପାଇଁ ସରକାରଙ୍କୁ 21 ତାରିଖ ଯାଏ ମହଲତ ଦେଲେ କୁସ୍ତିଯୋଦ୍ଧା । ଆୟୋଜିତ କଲେ କ୍ୟାଣ୍ଡେଲ ମାର୍ଚ୍ଚ । ଅଧିକ ପଢନ୍ତୁ

ବାହୁବଳୀଙ୍କ ସହ ଯୋଡିହେଲା କୃଷକ ସଂଗଠନ, 21 ଯାଏ ସରକାରଙ୍କୁ ମହଲତ ଦେଲେ ଧାରଣା

author img

By

Published : May 7, 2023, 9:52 PM IST

ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ଧାରଣା ଏବେ ଭିନ୍ନ ମୋଡ ନେବାରେ ଲାଗିଛି । 23 ଏପ୍ରିଲରୁ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ଏବେ ସିଧା ବ୍ରିଜଭୂଷଣଙ୍କ ଗିରଫଦାରୀ ନେଇ ସରକାରଙ୍କୁ ମହଲତ ଦେଇଛନ୍ତି । ଚଳିତ ମାସ 21 ତାରିଖ ସୁଦ୍ଧା ଯଦି ବ୍ରିଜଭୂଷଣଙ୍କୁ ଗିରଫ କରାନଯାଏ, ତେବେ କୁସ୍ତିଯୋଦ୍ଧାମାନେ ସେମାନଙ୍କ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ମୁଖ୍ୟ କଥା ହେଲା, ଏହି ଧାରଣାରତ କୁସ୍ତି ଯୋଦ୍ଧାମାନେ ବିରୋଧୀଙ୍କ ପକ୍ଷରୁ ରାଜନୈତିକ ସମର୍ଥନ ପାଇସାରିଥିବା ବେଳେ ଏବେ କୃଷକ ସଂଗଠନ ଓ ଉତ୍ତର ଭାରତରେ ସକ୍ରିୟ ଥିବା ଖାପ ସଂଗଠନର ସମର୍ଥନ ମଧ୍ୟ ପାଇବାରେ ଲାଗିଛନ୍ତି । ଆଜି ଧାରଣାସ୍ଥଳରେ ଚାଷୀ ନେତା ରାକେଶ ଟିକାୟତ ଓ ଏକାଧିକ ଖାପ ପଞ୍ଚାୟତ ନେତା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ଧାରଣାସ୍ଥଳରେ ଭାରତ କିଷାନ ୟୁନିୟନର ନେତା ରାକେଶ ଟିକାୟତ ଓ ଖାପ ସଂଗଠନର ସଦସ୍ୟମାନେ ପହଞ୍ଚିଥିଲେ । ସେମାନେ କୁସ୍ତିଯୋଦ୍ଧାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆଲୋଚନା ପରେ ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲ । କହିଥିଲେ, ଯଦି ଏମାନଙ୍କୁ ନ୍ୟାୟ ନମିଳେ ତେବେ ସମଗ୍ର ଦେଶ ସରକାରଙ୍କ ବିରୋଧରେ ଏକାଠି ହେବ । ଏହା ରାଜନୀତି କରିବାର ବିଷୟ ନୁହେଁ ବରଂ ଦେଶର ଝିଅମାନଙ୍କ ସୁରକ୍ଷାର ପ୍ରସଙ୍ଗ ।

ଆଜି ସଂଧ୍ୟାରେ କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ଏକ କ୍ୟାଣ୍ଡେଲ ମାର୍ଚ୍ଚ ମଧ୍ୟ ଆୟୋଜିତ କରାଯାଇଥିଲା । ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବିନେଶ ଫଗୋଟ କହିଛନ୍ତି, ସେମାନଙ୍କର ଆନ୍ଦୋଳନକୁ କେହି ହାଇଜାକ କରିନାହାନ୍ତି । ଅନ୍ୟାୟ ବିରୋଧରେ ଜାରି ରହିଥିବା ଧାରଣାରେ ସାମିଲ ହୋଇଥିବା ପାଇଁ ପୁରା ଦେଶକୁ ଧନ୍ୟବାଦ । ଯଦି 21 ତାରିଖ ସୁଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲା, ତେବେ ଏକ ବ୍ୟାପକ ଆନ୍ଦୋଳନ ହେବ । ପୋଲିସ ମାମଲା ରୁଜୁ କରିସାରିଛି, ହେଲେ ଏବେ ମଧ୍ୟ ଧାରା-164 ଅନୁସାରେ ବୟାନ ରେକର୍ଡ କରାଯାଇନାହିଁ । ପୋଲିସ ପ୍ରଥମେ ବ୍ରିଜଭୂଷଣଙ୍କୁ ଗିରଫ କରୁ ଓ ପରେ ଜେରା କରୁ ବୋଲି ବିନେଶ ତାଙ୍କ ଦାବି ଦୋହରାଇଥିଲେ ।

ହେଲେ ତମାମ ଚାପ ସତ୍ତ୍ବେ ମଧ୍ୟ କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେବା ପାଇଁ ବ୍ରିଜଭୂଷଣ ସ୍ପଷ୍ଟ ମନା କରି ସାରିଛନ୍ତି । ସେ ତାଙ୍କ କାର୍ଯ୍ଯକାଳ ସରିବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଓ ତଦନ୍ତର ସାମ୍ନା କରିବେ ବୋଲି ବ୍ରିଜଭୂଷଣ କହିଥିଲେ । ହେଲେ ମାମଲା ରୁଜୁ ହେବା ପରେ ମଧ୍ୟ ତାଙ୍କୁ ପ୍ରଥମେ ଗିରଫ କରିବା ପରିବର୍ତ୍ତେ ପୋଲିସ ଜେରା କରିବା ନେଇ ସୂତ୍ରରୁ ସୂଚନା ମିଳିଛି । ଏହି ସବୁ ଘଟଣାକ୍ରମରେ ଆଜି କୁସ୍ତିଯୋଦ୍ଧା 21 ତାରିଖ ଯାଏ ମହଲତ ସହ ସରକାରଙ୍କୁ ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.