ETV Bharat / bharat

ଗିରଫ ହେବେନି ବ୍ରିଜଭୂଷଣ, ପ୍ରଥମେ ଜେରା ପାଇଁ ଡାକିପାରେ ପୋଲିସ - ଭାରତୀୟ କୁସ୍ତି ମହାସଂଘ

ପକ୍ସୋ ଆକ୍ଟରେ ମାମଲା ରୁଜୁ ହେବା ପରେ ମଧ୍ୟ ଗିରଫ ହେବେନି ବ୍ରିଜଭୂଷଣ । ପ୍ରଥମେ ଜେରା ପାଇଁ ଡାକିପାରେ ପୋଲିସ । ପଦରୁ ଇସ୍ତଫା ଦେବେନି ଓ ତଦନ୍ତର ସାମ୍ନା କରିବା ପାଇଁ କହି ସାରିଛନ୍ତି ବ୍ରିଜଭୂଷଣ । ଅଧିକ ପଢନ୍ତୁ

ଗିରଫ ହେବେନି ବ୍ରିଜଭୂଷଣ, ପ୍ରଥମେ ଜେରା ପାଇଁ ଡାକିପାରେ ପୋଲିସ

author img

By

Published : Apr 30, 2023, 10:03 PM IST

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ କୁସ୍ତି ମହାସଙ୍ଘ (ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ) ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଦିଲ୍ଲୀ ପୋଲିସ POCSO ଆକ୍ଟରେ ବ୍ରିଜଭୂଷଣଙ୍କ ବିରୋଧେ ମାମଲା ପଞ୍ଜୀକୃତ କରିଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ଏବେ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବନାହିଁ । ପ୍ରଥମେ ତାଙ୍କୁ ଜେରା ପାଇଁ ପୋଲିସ ନୋଟିସ୍ ଜାରି କରିବ । ପୂର୍ବରୁ ମଧ୍ୟ ବ୍ରିଜଭୂଷଣ ଶରଣ ସିଂ ତଦନ୍ତର ସାମ୍ନା କରିବେ ବୋଲି କହି ସାରିଛନ୍ତି ।

ଗିରଫ ହେବେନି ବ୍ରିଜଭୂଷଣ
ଗିରଫ ହେବେନି ବ୍ରିଜଭୂଷଣ

ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପରେ ମଧ୍ୟ ସେ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ତାଙ୍କ ବିରୋଧରେ ଗୋଟିଏ କୁସ୍ତି ପରିବାର ଉଦ୍ଦେଶ୍ୟମୂଳକ ଅଭିଯୋଗ ଆଣିଛି । ସେ ପଦରୁ ଇସ୍ତଫା ଦେଲେ ସେ ଦୋଷୀ ବୋଲି ଲୋକଙ୍କୁ ଭୁଲ ବାର୍ତ୍ତା ଯିବ । ତେଣୁ ସେ ଇସ୍ତଫା ଦେବେ ନାହିଁ, ବରଂ ତଦନ୍ତକୁ ସମ୍ନା କରିବେ ଓ ସହଯୋଗ କରିବେ ବୋଲି ବ୍ରିଜଭୂଷଣ ଶରଣ ସିଂ ସ୍ପଷ୍ଟ କରିସାରିଛନ୍ତି ।

ବ୍ରିଜଭୂଷଣ କହିଥିଲେ,'' ପଦରୁ ଇସ୍ତଫା ଦେବା ମୋ ପାଇଁ କୌଣସି ବଡ କଥା ନୁହେଁ । କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ । କାରଣ ମୁଁ ଜଣେ ଅପରାଧୀ ନୁହେଁ । ଯଦି ମୁଁ ଇସ୍ତଫା ଦିଏ ତେବେ ଏହା ସମାଜକୁ ଭୁଲ ବାର୍ତ୍ତା ଯିବ । ମୋ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ମୁଁ ଗ୍ରହଣ କରିଛି ବୋଲି ସେମାନେ ଭାବି ନେବେ । ମୋର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସରକାର ଏକ ତିନି ଜଣିଆ କମିଟି ଗଠନ କରି ସାରିଛନ୍ତି ଏବଂ 45 ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ମୋର କାର୍ଯ୍ୟକାଳ ଶେଷ ହେବ । ତେଣୁ ମୁଁ ଇସ୍ତଫା ଦେବି ନାହିଁ । ''

ଏବେ ମାମଲା ରୁଜୁ ହେବା ପରେ ତାଙ୍କ ଗିରଫଦାରୀ ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ହେବ ନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି । ସେ ଗିରଫଦାରୀ ପୂର୍ବରୁ ପ୍ରଥମେ ପୋଲିସ ଦ୍ବାରା ନୋଟିସ ଓ ଜେରାର ସମ୍ମୁଖୀନ ହୋଇପାରନ୍ତି । ତଦନ୍ତ ଆଧାରରେ ପୋଲିସ କିଛି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଗତ ଦୁଇ ଦିନ ତଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା । ଏପଟେ କାର୍ଯ୍ୟାନୁଷ୍ଠାନ ଦାବିରେ କୁସ୍ତି ଯୋଦ୍ଧା ମଧ୍ୟ ଧାରଣା ଜାରି ରଖିଛନ୍ତି । ବ୍ରିଜଭୂଷଣ ଶାସକ ଦଳ ବିଜେପିର ସାଂସଦ ହୋଇଥିବା କାରଣରୁ ମଧ୍ୟ କୁସ୍ତିଯୋଦ୍ଧାଙ୍କ ପ୍ରତି ବିରୋଧୀଙ୍କର ସମର୍ଥନ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.