ନୂଆଦିଲ୍ଲୀ: ମହାକାଶ ଇତିହାସରେ ଲେଖା ହେବ ଆଉ ଏକ ନୂତନ ଅଧ୍ୟାୟ । କାରଣ ମହାକାଶ ଯାତ୍ରାରେ ବାହାରିଛନ୍ତି ବିଶ୍ବର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଜେଫ୍ ବେଜୋସ । ନିଜର ମହାକାଶ ଗବେଷଣା କମ୍ପାନୀ ବ୍ଲୁ ଅରିଜିନର ଏକ ରକେଟରେ ମହାକାଶ ଯାତ୍ରା କରିବେ ଜେଫ୍ ବେଜୋସ୍ । ବ୍ଲୁ ଅରିଜିନର ରକେଟ ନ୍ୟୁ ସିଫାର୍ଡ କ୍ୟାପସୁଲରେ ପ୍ରବେଶ କରି ସାରିଛନ୍ତି ଜେଫ୍ ବେଜୋସ ଓ ତାଙ୍କର ୩ ସାଥି । ଏଥିପାଇଁ ମହାକାଶ ବୈଜ୍ଞାନିକ ମାନେ ବିଭିନ୍ନ ଦିଗରୁ ରକେଟର ଯାଞ୍ଚ କରୁଛନ୍ତି ।
ସେପଟେ ମହାକାଶ ଯାତ୍ରାକୁ ନେଇ ଉତ୍ସାହିତ ରହିଛନ୍ତି ଜେଫ୍ ବେଜୋସ । ତାଙ୍କ ସହ ତାଙ୍କ ଭାଇ ମାର୍କ ବେଜୋସ ଓ ୧୮ ବର୍ଷୀୟ ଯୁବକ ଓଲିବର ଡୈମନ ଓ ଜଣେ ବୃଦ୍ଧା ମହାକାଶ ଯାତ୍ରା କରିବେ । ଏହି ଯାତ୍ରା ଦ୍ବାରା ସବୁଠାରୁ କମ୍ ଓ ସବୁଠାରୁ ଅଧିକ ବର୍ଷ ବୟସ୍କ ଯାତ୍ରୀ ମହାକାଶ ଯାତ୍ରା କରିବା ରେକର୍ଡ କରିବେ ।
ମହାକାଶ ଯାତ୍ରା ଇତିହାସରେ ଏହା ପ୍ରଥମ ପର୍ଯ୍ୟଟନ ମହାକାଶ ଯାତ୍ରା ହେବ । ଖାଲି ସେତିକି ନୁହେଁ ଜେଫ ବେଜୋସଙ୍କ ସହ ଜଣେ ୬୦ ବର୍ଷୀୟ ମହିଳା ମଧ୍ୟ ମହାକାଶ ଯାତ୍ରା କରିବେ । ଦିନେ ମହିଳା ଜଣକ ନାସାରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । କିନ୍ତୁ ମହିଳା ହେଉଥିବାରୁ ତାଙ୍କୁ ମହାକାଶ ଯାତ୍ରା କରିବାକୁ କଟକଣା ଲଗାଇଥିଲା ନାସା ।
ଅଟୋମେଟିକ ନ୍ୟୁ ସିଫାର୍ଡ ଲଞ୍ଚିଂକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି(ମଙ୍ଗଳବାର) ସନ୍ଧ୍ୟା ସୁଦ୍ଧା ନ୍ୟୁ ସିଫାର୍ଡ ମହାକାଶ ଅଭିମୁଖେ ଯାତ୍ରା କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ