ETV Bharat / bharat

ଚାଲିଗଲେ ବିଶ୍ବର ବଡ ପରିବାରର ମୁଖିଆ

ବିଶ୍ବର ସର୍ବବୃହତ ପରିବାରର ମୁଖିଆ ଭାବେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିଙ୍କ ପରଲୋକ ଘଟିଛି । ଅଧିକ ପଢନ୍ତୁ...

author img

By

Published : Jun 13, 2021, 10:12 PM IST

ଚାଲିଗଲେ ବିଶ୍ବର ବଡ ପରିବାରର ମୁଖିଆ
ଚାଲିଗଲେ ବିଶ୍ବର ବଡ ପରିବାରର ମୁଖିଆ

ଆଇଜଲ: ବିଶ୍ବର ସବୁଠାରୁ ବଡ ପରିବାର ମୁଖିଆ ଭାବେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିଙ୍କ ଘଟିଛି ପରଲୋକ । ମିଜୋରାମର ଜିଓନା ଚାନାଙ୍କ 76 ବୟସରେ ମୃତ୍ୟୁ ଘଟିଛି । ଜିଓନାଙ୍କ 38ଟି ପତ୍ନୀ ରହିଥିବା ବେଳେ ସେ 89 ସନ୍ତାନଙ୍କ ପିତା ଓ 33 ଜଣଙ୍କ ଜେଜେ ଭାବେ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ ।

ତାଙ୍କ ବିୟୋଗ ସମ୍ପର୍କରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ରବିବାର ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ନିଜ ଟ୍ବିଟ ଯୋଗେ ଲେଖିଛନ୍ତି ଯେ, "ବିଶ୍ବର ବଡ ପରିବାରରୁ ମୁଖିଆ ଭାବେ ବିଶ୍ବାସ କରାଯାଉଥିବା ଜିଓନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଯିଏକି 38 ଜଣ ପତ୍ନୀଙ୍କୁ ବିବାହ କରିଥିବା ବେଳେ 89 ଜଣ ସନ୍ତାନଙ୍କ ପିତା ଥିଲେ । ଏହି ବଡ ପରିବାର ପାଇଁ ମିଜୋରାମ ଓ ବକ୍ତତାୱଙ୍ଗ ତ୍ଲାଙ୍ଗୁଆମ ଗାଁ ଏକ ପର୍ଯ୍ୟଟନୀସ୍ଥଳ ପାଲଟିଥିଲା । " ସେ ଏହି ଟ୍ବିଟରେ ଜିଓନାଙ୍କ ପରିବାରର ଏକ ଗ୍ରୁପ ଫଟୋ ସେୟାର କରିଥିଲେ ।

ଜିଓନା 2011 ଓ 2013 ମସିହାରେ ବିଶ୍ବର ସର୍ବବୃହତ ପରିବାର ଭାବେ ରେକର୍ଡ ସୃଷ୍ଟି କରିଥିଲେ । ଏକ ରିପୋର୍ଟ ଅନୁସାରେ ସେ 4 ମହଲା ବିଶିଷ୍ଟ ଘରେ ରହୁଥିବା ବେଳେ ସେଥିରେ 100 ବଖରା ଘର ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.