ETV Bharat / bharat

WORLD YOUTH SKILL DAY; ଯୁବକଙ୍କ ବିକାଶରେ ଦେଶର ବିକାଶ

ଆଜି ବିଶ୍ବ ଯୁବ ଦକ୍ଷତା ଦିବସ । ସାରା ବିଶ୍ବରେ ଯୁବକମାନଙ୍କୁ ରୋଜଗାର, କାର୍ଯ୍ୟ ଏବଂ ଉଦ୍ୟୋଗ ପାଇଁ ଅତ୍ୟାବଶ୍ୟକ କୌଶଳ ପ୍ରଦାନ କରିବା ଏହି ଦିନର ଲକ୍ଷ୍ୟ । ଅଧିକ ପଢନ୍ତୁ...

ଆଜି ବିଶ୍ବ ଯୁବ ଦକ୍ଷତା ଦିବସ
WORLD YOUTH SKILL DAY
author img

By

Published : Jul 15, 2021, 10:11 AM IST

ନୂଆଦିଲ୍ଲୀ: ମିଳିତ ଜାତି ସଂଘର ଏକ ସ୍ବତନ୍ତ୍ର ଦିନ ହେଉଛି ବିଶ୍ବ ଯୁବ ଦକ୍ଷତା ଦିବସ । ଏହି ଦିବସର ଲକ୍ଷ୍ୟ ସାରା ବିଶ୍ବରେ ଯୁବକମାନଙ୍କୁ ରୋଜଗାର, କାର୍ଯ୍ୟ ଏବଂ ଉଦ୍ୟୋଗ ପାଇଁ ଅତ୍ୟାବଶ୍ୟକ କୌଶଳ ପ୍ରଦାନ କରିବା । ଦେଶର ଯୁବକମାନଙ୍କୁ ଫାର୍ମ, ନିଯୁକ୍ତି, ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ ଏବଂ ବିକାଶ ସହଭାଗୀମାନଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ଏହି ଦିନ । ତେଣୁ ପ୍ରତିବର୍ଷ ଜୁଲାଇ 15 ତାରିଖକୁ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ କରାଯାଏ ।

ବିଶ୍ବ ଯୁବ ଦକ୍ଷତା ଦିବସର ଇତିହାସ...

ମିଳିତ ଜାତିସଂଘର ସାଧାରଣ ସଭାରେ 2014ରେ ଜୁଲାଇ 15କୁ ବିଶ୍ବ ଯୁବ ଦକ୍ଷତା ଦିବସ ଭାବରେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । 2030ରେ ଶିକ୍ଷାବର୍ଷର ଲକ୍ଷ୍ୟ ହାସଲ କରିବାକୁ ଏହି ଦିନକୁ ଚିହ୍ନିତ କରାଯାଇଛି । ଯାହା ସ୍ଥାୟୀ ବିକାଶ ଲକ୍ଷ୍ୟ 4 ଭାଗରୁ ଏକ ଭାଗ ରହିଛି । ଯୁବକଗୋଷ୍ଠୀମାନଙ୍କ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ଦିନର ଲକ୍ଷ୍ୟ । ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷା ସୁଯୋଗ ସୃଷ୍ଟି କରିବା ବିଶ୍ବ ଯୁବ ଦକ୍ଷତା ଦିବସ 2021ର ମହତ୍ତ୍ବ ।

ଦେଶର ଅର୍ଥନୀତି ଓ ପ୍ରଗତିକୁ ସୃଦୁଢ କରିବାରେ ଦେଶର ଯୁବକମାନଙ୍କ ଉପରେ ନିର୍ଭର କରେ । ପ୍ରତି କ୍ଷେତ୍ରରେ ଯୁବପିଢି ଆଗରେ ରହିଛନ୍ତି । ବିଶ୍ବ ଯୁବ ଦକ୍ଷତା ଦିବସ ଲିଙ୍ଗଗତ ଅସମାନତାକୁ ଦୂର କରିବା ପାଇଁ ପ୍ରୋତ୍ସାହିତ କରିଥାଏ । ଦୁର୍ବଳ ଲୋକଙ୍କ ପାଇଁ ସମ୍ବଳ ସୁନିଶ୍ଚିତ କରିଥାଏ । ଜାତିସଂଘ ଅନୁଯାୟୀ, ଯୁବକ, ବୟସ୍କଙ୍କୁ ଚାକିରି, ଉପଯୁକ୍ତ କାର୍ଯ୍ୟ ଏବଂ ଉଦ୍ୟୋଗ ପାଇଁ ଆବଶ୍ୟକ କୌଶଳ ବିକାଶ କରିବାରେ ସାହାଯ୍ୟ କରେ । ଏକ ଅର୍ଥନୈତିକ, ସାମାଜିକ ତଥା ପରିବେଶ ପ୍ରକୃତିର ଅନେକ ଦାବି ପୂରଣ କରିବା TVETର ଦାୟିତ୍ବ ଅଟେ ।

ଚଳିତ ବର୍ଷ କୋରୋନା ମହାମାରୀ ଭିତରେ ବିଶ୍ବ ଯୁବ ଦକ୍ଷତା ଦିବସ ପୁଣି ଥରେ ଅନୁଷ୍ଠିତ ହୋଇଛି । ମହାମାରୀ ତଥା ଏହାର ପରବର୍ତ୍ତୀ ସଙ୍କଟ ମଧ୍ୟରେ ମିଳିତ ଜାତିସଂଘ ଯୁବପିଢିଙ୍କ ସ୍ଥିରତା ଏବଂ ସୃଜନଶୀଳତାକୁ ସଲାମ ଜଣାଇଛି । କିଛି ଦିନ ବାକି ଥିବା ଟୋକିଓ ଅଲମ୍ପିକରେ ଅନେକ ଯୁବକ ଗୋଷ୍ଠୀର ଖେଳାଳି ସ୍ଥାନ ପାଇଛନ୍ତି । କ୍ରୀଡା ଜଗତରେ ସେମାନଙ୍କ ଭଲ ପ୍ରଦର୍ଶନ ପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧିନରେ ଦେଶର ଯୁବକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା । ଯୁବକଙ୍କୁ ଜୀବିକା ନିର୍ବାହ ନେଇ ସକ୍ଷମ କରିବା । ମୋଟାମୋଟି ଭାବେ କହିବାକୁ ଗଲେ ଯୁବକ ଗୋଷ୍ଠୀଙ୍କ ବିକାଶ ହେଲେ ଦେଶ ଆଗେଇବ । ସବୁ କ୍ଷେତ୍ରରେ ଯୁବକଗୋଷ୍ଠୀର ଉନ୍ନତି ହେବାର ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.